ହଠାତ୍ ଡ୍ରେସିଂ ରୁମ୍ ଭିତରକୁ ପଶିଆସିଥିଲେ ପ୍ରଧାନମନ୍ତ୍ରୀ ମୋଦି: ଶାମି କଲେ ଅନେକ ଖୁଲାସା
ନୂଆଦିଲ୍ଲୀ,୮।୨: ନିକଟରେ ଭାରତୀୟ କ୍ରିକେଟ ଦଳ ବିଶ୍ୱକପ ଫାଇନାଲରେ ହାରି ଯାଇଥିଲା। ଫାଇନାଲରେ ଅଷ୍ଟ୍ରେଲିଆ ଟିମ ଇଣ୍ଡିଆକୁ ପରାସ୍ତ କରିଥିଲା। ଏହାପୂର୍ବରୁ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଟୁର୍ନାମେଣ୍ଟରେ ଏହାର ସମସ୍ତ ମ୍ୟାଚ ଜିତିଥିଲେ ମଧ୍ୟ ଟାଇଟଲ ମ୍ୟାଚରୁ ବଞ୍ଚିତ ହୋଇଥିଲେ। ଏହି ପରାଜୟ ପରେ ପ୍ରଶଂସକଙ୍କ ବ୍ୟତୀତ ଟିମ ଇଣ୍ଡିଆର ଖେଳାଳିମାନେ ବହୁତ ନିରାଶ ହୋଇଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଦଳର ଡ୍ରେସିଂ ରୁମରେ ପହଞ୍ଚିଥିଲେ। ଭାରତୀୟ ଦଳର ଦ୍ରୁତ […] The post ହଠାତ୍ ଡ୍ରେସିଂ ରୁମ୍ ଭିତରକୁ ପଶିଆସିଥିଲେ ପ୍ରଧାନମନ୍ତ୍ରୀ ମୋଦି: ଶାମି କଲେ ଅନେକ ଖୁଲାସା appeared first on Dharitri Odia News.
ନୂଆଦିଲ୍ଲୀ,୮।୨: ନିକଟରେ ଭାରତୀୟ କ୍ରିକେଟ ଦଳ ବିଶ୍ୱକପ ଫାଇନାଲରେ ହାରି ଯାଇଥିଲା। ଫାଇନାଲରେ ଅଷ୍ଟ୍ରେଲିଆ ଟିମ ଇଣ୍ଡିଆକୁ ପରାସ୍ତ କରିଥିଲା। ଏହାପୂର୍ବରୁ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଟୁର୍ନାମେଣ୍ଟରେ ଏହାର ସମସ୍ତ ମ୍ୟାଚ ଜିତିଥିଲେ ମଧ୍ୟ ଟାଇଟଲ ମ୍ୟାଚରୁ ବଞ୍ଚିତ ହୋଇଥିଲେ। ଏହି ପରାଜୟ ପରେ ପ୍ରଶଂସକଙ୍କ ବ୍ୟତୀତ ଟିମ ଇଣ୍ଡିଆର ଖେଳାଳିମାନେ ବହୁତ ନିରାଶ ହୋଇଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଦଳର ଡ୍ରେସିଂ ରୁମରେ ପହଞ୍ଚିଥିଲେ।
ଭାରତୀୟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମି କହିଛନ୍ତି,ଫାଇନାଲ ହାରିବା ପରେ ଆମେ ସମସ୍ତେ ନିରାଶ ହୋଇଥିଲୁ, ଖାଦ୍ୟ ମଧ୍ୟ ଖାଉ ନ ଥିଲୁ, କିନ୍ତୁ ସେତେବେଳେ ମୋଦିଜୀ ଡ୍ରେସିଂ ରୁମକୁ ଆସିଥିଲେ। ଆ ପ୍ରେଥମେ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲୁ। ସେ ଆମକୁ ଉତ୍ସାହିତ କରିଥିଲେ। ଆମର ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆପଣମାନେ ବହୁତ ଭଲ ଖେଳିଛନ୍ତି … ଆମେ ଆପଣଙ୍କ ସହିତ ଅଛୁ। ପୁରା ଭାରତ ଆପଣଙ୍କ ସହିତ ଅଛି। ପ୍ରଧାନମନ୍ତ୍ରୀଙ୍କଠାରୁ ଏଭଳି କଥା ଶୁଣି ଟିକେ ଆଶ୍ୱସ୍ତି ମିଳିଥିଲା। ତାଙ୍କ ସହ କଥା ହେବା ପରେ ଆମେ ସ୍ଥିର କଲୁ ଯେ ଆମକୁ ଏଠାରୁ ଆଗକୁ ବଢିବାକୁ ପଡିବ, ଆମକୁ ଏହି ପରାଜୟକୁ ଭୁଲିଯିବାକୁ ପଡିବ।
The post ହଠାତ୍ ଡ୍ରେସିଂ ରୁମ୍ ଭିତରକୁ ପଶିଆସିଥିଲେ ପ୍ରଧାନମନ୍ତ୍ରୀ ମୋଦି: ଶାମି କଲେ ଅନେକ ଖୁଲାସା appeared first on Dharitri Odia News.