ବ୍ଲକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କଲା ବିଜେଡି

ମୋରଡ଼ା,୨୩ା୮(ସ୍ମାରକ ମାଜୀ): ନିର୍ବାଚନ ସମୟରେ ଭାଜପା ଦେଇଥିବା ପ୍ରତିଶ୍ରୁତି ପାଳନ ନ କରିବା ତଥା ବୃଦ୍ଧା, ବୃଦ୍ଧ, ଭିନ୍ନକ୍ଷମ ଓ ବିଧବାମାନଙ୍କ ପ୍ରତି ହେଉଥିବା ଅବିଚାର ବିରୋଧରେ ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଶୁକ୍ରବାର ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ାସ୍ଥିତ ବ୍ଲକ କାର୍ଯ୍ୟାଳୟ ଆଗରେ ଭତ୍ତା ପ୍ରସଙ୍ଗକୁ ନେଇ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଗତ ନିର୍ବାଚନରେ ମୋରଡ଼ା ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରୀତିନନ୍ଦା କାନୁନଗୋ ଓ […] The post ବ୍ଲକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କଲା ବିଜେଡି appeared first on Dharitri Odia News.

ବ୍ଲକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କଲା ବିଜେଡି

ମୋରଡ଼ା,୨୩ା୮(ସ୍ମାରକ ମାଜୀ): ନିର୍ବାଚନ ସମୟରେ ଭାଜପା ଦେଇଥିବା ପ୍ରତିଶ୍ରୁତି ପାଳନ ନ କରିବା ତଥା ବୃଦ୍ଧା, ବୃଦ୍ଧ, ଭିନ୍ନକ୍ଷମ ଓ ବିଧବାମାନଙ୍କ ପ୍ରତି ହେଉଥିବା ଅବିଚାର ବିରୋଧରେ ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଶୁକ୍ରବାର ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ାସ୍ଥିତ ବ୍ଲକ କାର୍ଯ୍ୟାଳୟ ଆଗରେ ଭତ୍ତା ପ୍ରସଙ୍ଗକୁ ନେଇ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଗତ ନିର୍ବାଚନରେ ମୋରଡ଼ା ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରୀତିନନ୍ଦା କାନୁନଗୋ ଓ ପୂର୍ବତନ ବିଧାୟକ ରାଜକିଶୋର ଦାସଙ୍କ ନେତୃତ୍ୱରେ ବିଜେଡି କର୍ମୀ ଓ ଶତାଧିକ ଭତ୍ତା ହିତାଧିକାରୀ ବ୍ଲକ କାର୍ଯ୍ୟାଳୟ ଆଗରେ ବସି ଧାରଣାରେ ବସିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ଗତ ନିର୍ବାଚନରେ ରାଜ୍ୟର ସମସ୍ତ ଭତ୍ତା ହିତାଧିକାରୀଙ୍କୁ ମାସିକ ୩୦୦୦ ଓ ୩୫୦୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ଭାଜପା ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଉପସ୍ଥାପିତ ବଜେଟ୍‌ରେ କେବଳ ୮୦ରୁ ଏବଂ ୮୦ ପ୍ରତିଶତର ଊର୍ଦ୍ଧ୍ୱ ଭିନ୍ନକ୍ଷମମାନଙ୍କ ଭତ୍ତା ଟଙ୍କାକୁ ୩୫୦୦ ଟଙ୍କା ବୃଦ୍ଧି କରାଯାଇଥିବା ବେଳେ ଅନ୍ୟ ହିତାଧିକାରୀଙ୍କ ମାସିକ ଭତ୍ତା ଅପରିବର୍ତ୍ତିତ ରହିଛି। ଯାହା ଫଳରେ ରାଜ୍ୟରେ ମୋଟ୍‌ ୫୨ ଲକ୍ଷ ଭତ୍ତା ହିତାଧିକାରୀ ବର୍ଦ୍ଧିତ ଭତ୍ତାରୁ ବଞ୍ଚିତ ହୋଇଛନ୍ତି। ତେଣୁ ଭାଜପାର ପ୍ରତିଶ୍ରୁତି ପାଣିରଗାର ସଦୃଶ୍ୟ ବୋଲି କହିବା ସହିତ ଆଗାମୀ ଦିନରେ ଯଦି ଭତ୍ତା ବୃଦ୍ଧି କରା ନ ଯାଏ ତା’ହେଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ପ୍ରୀତିନନ୍ଦା କାନୁନ୍‌ଗୋ ରାଜକିଶୋର ଦାସ କହିଥିଲେ। ଶେଷରେ ଏନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ମୋରଡା ବିଡିଓ ଅଣାକର ନାଏକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ କ୍ରମରେ ବ୍ଲକ ଅଧ୍ୟକ୍ଷ ପୀତନାଥ ସୋରେନ, ଜିଲା ପରିଷଦ ସଭ୍ୟା ଝରଣା ମୁର୍ମୁ, ସମିତିସଭ୍ୟ ତନୟ ଦାସ,ବରିଷ୍ଠ ବିଜେଡି ନେତା କ୍ଷୀତିଶ ମହାନ୍ତ,ସଞ୍ଜୀବ ଦେଓ, ରାମାୟ ହେମ୍ବ୍ରମ ପ୍ରମୁଖ ଉପସ୍ଥିତ ଥିଲେ।

The post ବ୍ଲକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କଲା ବିଜେଡି appeared first on Dharitri Odia News.