Viral Video: ସ୍ତ୍ରୀଙ୍କ ପ୍ରସବ ଯନ୍ତ୍ରଣା ଦେଖି ଭୋ ଭୋ ହୋଇ କାନ୍ଦିଲେ ସ୍ବାମୀ…ଆଉ ତା’ପରେ ଘଟିଲା…
ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହେଉଛି। ଏଥିରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହେବା ଦେଖି ହସ୍ପିଟାଲରେ କାନ୍ଦୁଛନ୍ତି। ଉତ୍ତର ପ୍ରଦେଶର ପ୍ରୟାଗରାଜର ଜଣେ ଲୋକପ୍ରିୟ ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ଉମ୍ମୁଲ ଖୈର ଫାତିମାଙ୍କ ଦ୍ୱାରା ଇନଷ୍ଟାଗ୍ରାମରେ ଶେୟାର କରାଯାଇଥିବା ଏକ ଭିଡିଓ କ୍ଲିପରେ, ସ୍ତ୍ରୀ ତାଙ୍କ ସନ୍ତାନ ପ୍ରସବ ପାଇଁ ପ୍ରସବ ଗୃହକୁ ଯାଉଥିବା ସମୟରେ ଦମ୍ପତିଙ୍କୁ କଏଦ କରାଯାଇଥିଲା। ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି, ବ୍ୟକ୍ତି […] The post Viral Video: ସ୍ତ୍ରୀଙ୍କ ପ୍ରସବ ଯନ୍ତ୍ରଣା ଦେଖି ଭୋ ଭୋ ହୋଇ କାନ୍ଦିଲେ ସ୍ବାମୀ…ଆଉ ତା’ପରେ ଘଟିଲା… appeared first on Dharitri Odia News.
ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହେଉଛି। ଏଥିରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହେବା ଦେଖି ହସ୍ପିଟାଲରେ କାନ୍ଦୁଛନ୍ତି। ଉତ୍ତର ପ୍ରଦେଶର ପ୍ରୟାଗରାଜର ଜଣେ ଲୋକପ୍ରିୟ ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ଉମ୍ମୁଲ ଖୈର ଫାତିମାଙ୍କ ଦ୍ୱାରା ଇନଷ୍ଟାଗ୍ରାମରେ ଶେୟାର କରାଯାଇଥିବା ଏକ ଭିଡିଓ କ୍ଲିପରେ, ସ୍ତ୍ରୀ ତାଙ୍କ ସନ୍ତାନ ପ୍ରସବ ପାଇଁ ପ୍ରସବ ଗୃହକୁ ଯାଉଥିବା ସମୟରେ ଦମ୍ପତିଙ୍କୁ କଏଦ କରାଯାଇଥିଲା।
ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି, ବ୍ୟକ୍ତି ଜଣକ ମେଡିକାଲ ଷ୍ଟାଫଙ୍କ ଆଗରେ କାନ୍ଦିବାକୁ ଲାଗିଛନ୍ତି। ତାଙ୍କ ସ୍ତ୍ରୀଙ୍କୁ ଗର୍ଭସ୍ଥ ପିଲାକୁ ଏହି ଦୁନିଆକୁ ଆଣିବା ପାଇଁ କେତେ କଷ୍ଟ ସହିବାକୁ ପଡିବ ବୋଲି ପଚାରିଛନ୍ତି। ଯେତେବେଳେ ଡାକ୍ତର ସେହି ବ୍ୟକ୍ତିଙ୍କୁ ପଚାରନ୍ତି ଯେ, ସେ ତାଙ୍କ ସ୍ତ୍ରୀଙ୍କୁ କେତେ ଭଲ ପାଆନ୍ତି, ସେ କାନ୍ଦି କାନ୍ଦି କୁହନ୍ତି, ମୁଁ ତାଙ୍କୁ ବହୁତ ଭଲ ପାଏ।
ଏହି ଭିଡିଓକୁ ୪ ଲକ୍ଷରୁ ଅଧିକ ଲୋକ ଲାଇକ କରିସାରିଥିବା ବେଳେ ହଜାର ହଜାର ମତାମତ ଆସିଛି।
The post Viral Video: ସ୍ତ୍ରୀଙ୍କ ପ୍ରସବ ଯନ୍ତ୍ରଣା ଦେଖି ଭୋ ଭୋ ହୋଇ କାନ୍ଦିଲେ ସ୍ବାମୀ…ଆଉ ତା’ପରେ ଘଟିଲା… appeared first on Dharitri Odia News.