କେନ୍ଦ୍ର ସରକାର ଦେଲେ ଦୀପାବଳି ଉପହାର, ୩ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା
ନନ୍ଦିଘୋଷ ବ୍ୟୁରୋ: ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କୁ କେନ୍ଦ୍ର ସରକାରଙ୍କ ଦୀପାବଳି ଉପହାର। ମହଙ୍ଗା ଭତ୍ତା ବଢ଼ାଇଛନ୍ତି କେନ୍ଦ୍ର ସରକାର।... The post କେନ୍ଦ୍ର ସରକାର ଦେଲେ ଦୀପାବଳି ଉପହାର, ୩ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା appeared first on .
ନନ୍ଦିଘୋଷ ବ୍ୟୁରୋ: ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କୁ କେନ୍ଦ୍ର ସରକାରଙ୍କ ଦୀପାବଳି ଉପହାର। ମହଙ୍ଗା ଭତ୍ତା ବଢ଼ାଇଛନ୍ତି କେନ୍ଦ୍ର ସରକାର। ୩ ପ୍ରତିଶତ ବୃଦ୍ଧି କରାଯାଇଛି ମହଙ୍ଗା ଭତ୍ତା। ଏହା ଦ୍ଵାରା ମହଙ୍ଗା ଭତ୍ତା ୫୦ରୁ ୫୩ ପ୍ରତିଶତକୁ ବୃଦ୍ଧି ହୋଇଛି। ଏବେ କେନ୍ଦ୍ର ସରକାରଙ୍କ ଅଧୀନରେ କାମ କରୁଥିବା ସରକାରୀ କର୍ମଚାରୀ ସେମାନଙ୍କ ମୂଳ ଦରମାର ୫୩ ପ୍ରତିଶତ ମହଙ୍ଗା ଭତ୍ତା ପାଇବେ। ଏସଂପର୍କିତ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। ଜୁଲାଇ ପହିଲାରୁ ଏହା ଲାଗୁ ହେବ। ଅର୍ଥାତ ଜୁଲାଇ ମାସର ଦରମାରେ ପିଛିଲା ଭାବେ ଲାଗୁ ହେବ।
ଗତ ୩ ମାସର ଦରମା ସହିତ ବର୍ଦ୍ଧିତ ମହଙ୍ଗା ଭତ୍ତା ଅକ୍ଟୋବର ମାସର ଦରମାରେ ମିଶି କରି ଆସିବ। ଏହି ନିଷ୍ପତ୍ତିରେ କେନ୍ଦ୍ର ସରକାରଙ୍କୁ ଅଧିକ ୯ ହଜାର ୪୪୮ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଉପକୃତ ହେବେ ୪୯ ଲକ୍ଷ କର୍ମଚାରୀ ଓ ୬୫ ଲକ୍ଷ ପେନସେନଭୋଗୀ। ଦେଶର କଞ୍ଜୁମର ପ୍ରାଇସ୍ ଇନଡେସ୍କ ଅନୁସାରେ ମହଙ୍ଗା ଭତ୍ତା ନିର୍ଦ୍ଧାରଣ କରାଯାଇଥାଏ। ପ୍ରତି ବର୍ଷ ୨ ଥର ଲେଖାଏଁ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଥାଏ। ଗତ ମାର୍ଚ୍ଚରେ ଡିଏ ବଢ଼ିଥିଲା ୪ ପ୍ରତିଶତ।
The post କେନ୍ଦ୍ର ସରକାର ଦେଲେ ଦୀପାବଳି ଉପହାର, ୩ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା appeared first on .