ପ୍ରଭୁ ଜଗନ୍ନାଥଙ୍କୁ ନେଇ ସଂସଦରେ ଏମିତି କଥା କହିଦେଲେ ସମ୍ବିତ ପାତ୍ର: ସମସ୍ତେ କଲେ ବାଃ ବାଃ
ନୂଆଦିଲ୍ଲୀ,୨।୭: ପୁରୀରୁ ପ୍ରଥମଥର ପାଇଁ ଲୋକ ସଭା ଏମ୍ପି ହୋଇଥିବା ସମ୍ବିତ ପାତ୍ର ସଂସଦରେ ପ୍ରଭୁ ଜଗନ୍ନାଥଙ୍କ ମହିମା ଗାନ କରିଛନ୍ତି। ସେ ନିଜକୁ ଓଡ଼ିଶାବାସୀ କହି ଗର୍ବିତ ଅନୁଭବ କରୁଥିବା ସେ କହିଛନ୍ତି। ସେ କହିଛନ୍ତି, ମୁଁ ଜଗନ୍ନାଥ ଧାମ ପୁରୀରୁ ଆସିଛି। ଆଜି ମୁଁ ଏଠାରେ ଗର୍ବର ସହ କହୁଛି ଜୟ ଜଗନ୍ନାଥ। ଲୋକତନ୍ତ୍ରର ଜନ୍ମ ଜଗନ୍ନାଥ ଧାମରୁ ହୋଇଛି। କଳିଙ୍ଗ ରାଜା ଅଶୋକଙ୍କ ସମୟରେ ଜଗନ୍ନାଥ ମନ୍ଦିରରେ ଲୋକତନ୍ତ୍ର ସ୍ଥାପିତ ହୋଇଥିଲା। କଳିଙ୍ଗର […] The post ପ୍ରଭୁ ଜଗନ୍ନାଥଙ୍କୁ ନେଇ ସଂସଦରେ ଏମିତି କଥା କହିଦେଲେ ସମ୍ବିତ ପାତ୍ର: ସମସ୍ତେ କଲେ ବାଃ ବାଃ appeared first on Dharitri Odia News.
ନୂଆଦିଲ୍ଲୀ,୨।୭: ପୁରୀରୁ ପ୍ରଥମଥର ପାଇଁ ଲୋକ ସଭା ଏମ୍ପି ହୋଇଥିବା ସମ୍ବିତ ପାତ୍ର ସଂସଦରେ ପ୍ରଭୁ ଜଗନ୍ନାଥଙ୍କ ମହିମା ଗାନ କରିଛନ୍ତି। ସେ ନିଜକୁ ଓଡ଼ିଶାବାସୀ କହି ଗର୍ବିତ ଅନୁଭବ କରୁଥିବା ସେ କହିଛନ୍ତି।
ସେ କହିଛନ୍ତି, ମୁଁ ଜଗନ୍ନାଥ ଧାମ ପୁରୀରୁ ଆସିଛି। ଆଜି ମୁଁ ଏଠାରେ ଗର୍ବର ସହ କହୁଛି ଜୟ ଜଗନ୍ନାଥ। ଲୋକତନ୍ତ୍ରର ଜନ୍ମ ଜଗନ୍ନାଥ ଧାମରୁ ହୋଇଛି। କଳିଙ୍ଗ ରାଜା ଅଶୋକଙ୍କ ସମୟରେ ଜଗନ୍ନାଥ ମନ୍ଦିରରେ ଲୋକତନ୍ତ୍ର ସ୍ଥାପିତ ହୋଇଥିଲା। କଳିଙ୍ଗର ସବୁକିଛି ଭଗବାନ ଜଗନ୍ନାଥ। ଆମର ସର୍ବେସର୍ବା ନାରାୟଣ ସ୍ବୟଂ ହେଉଛି ପ୍ରଭୁ ଜଗନ୍ନାଥ। ତାଙ୍କର ପ୍ରତିନିଧି ଗଜପତି ମହାରାଜ। ଏ ଜଗତରନାଥ ରତ୍ନସିଂହାସନରୁ ଓହ୍ଲାଇ ବର୍ଷରେ ଥରେ ଗରିବଙ୍କୁ ଦେଖିବାକୁ ଆସନ୍ତି, ଯେଉଁମାନେ ତାଙ୍କ ପାଖକୁ ଯାଇପାରନ୍ତି ନାହିଁ। ଏହା ହିଁ ହେଉଛି ଲୋକତନ୍ତ୍ର। ଯେତେବେଳେ ପ୍ରଭୁ ରଥାରୁଢ ହୁଅନ୍ତି, ସେତେବେଳେ ଗଜପତି ମହାରାଜ ନିଜ ହାତରେ ଝାଡୁ ଧରି ଜଗନ୍ନାଥଙ୍କ ଆଗରେ ସଫେଇ କରନ୍ତି। ସେଦିନ ସେ ସଫେଇ କର୍ମଚାରୀ ହୋଇଯାନ୍ତି। ଏହି କାରଣରୁ ଓଡ଼ିଶାରେ ଜାତିପ୍ରଥା ନାହିଁ। କାରଣ ଆମ ରାଜାଙ୍କୁ ଝାଡୁ ଧରିବାକୁ ପଡ଼ିଥାଏ। ଏହା ଲୋକତନ୍ତ୍ରର ମହିମା। ଜଗନ୍ନାଥଙ୍କ ସାମ୍ନାରେ ଲୋକତନ୍ତ୍ର ଚାଲିଥାଏ। ମୁଁ ଗର୍ବର ସହ ନିଜକୁ ଉତ୍କଳବାସୀ ବୋଲି କହୁଛି। ଯେଉଁ ପର୍ଯ୍ୟନ୍ତ ସନାତନ ଅଛି,ସେପର୍ଯ୍ୟନ୍ତ ଭାରତବର୍ଷରେ ଲୋକତନ୍ତ୍ର ରହିବ ବୋଲି ସେ କହିଛନ୍ତି। ସମ୍ବିତ ଭାଷଣ ଶୁଣି ବାକି ଏମ୍ପିମାନେ ଟେବୁଲ ବାଡେଇ ସ୍ବାଗତ କରିଥିଲେ।
The post ପ୍ରଭୁ ଜଗନ୍ନାଥଙ୍କୁ ନେଇ ସଂସଦରେ ଏମିତି କଥା କହିଦେଲେ ସମ୍ବିତ ପାତ୍ର: ସମସ୍ତେ କଲେ ବାଃ ବାଃ appeared first on Dharitri Odia News.