‘ପ୍ରଭୁ ତିରୁପତି କୋଟି କୋଟି ଲୋକଙ୍କ ଆସ୍ଥାର ପ୍ରତୀକ’, ଅଭିଯୋଗ ସତ ହୋଇଥିଲେ ଗ୍ରହଣୀୟ ନୁହେଁ'
ନୂଆଦିଲ୍ଲୀ: ତିରୁପତି ବାଲାଜୀ ମନ୍ଦିରର ଲଡ଼ୁ ବିବାଦକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହୋଇଛି । ଖଣ୍ଡପୀଠ ଏହାର ନିରପେକ୍ଷ ତଦନ୍ତ ପାଇଁ ଏକ ଏସଆଇଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାର ପୂର୍ବରୁ ରାଜ୍ୟ ସରକାର ମାମଲା ଯାଞ୍ଚ ପାଇଁ ଏକ ଏସଆଇଟି ଗଠନ କରିଥିଲେ । ଏହି ଟିମ୍ ତିରୁପତି ଲଡୁରେ ପଶୁଚର୍ବି ମିଶିବା ମାମଲାର ଆଉ ତଦନ୍ତ କରିବ ନାହିଁ । ସିବିଆଇ ନିର୍ଦ୍ଦେଶକଙ୍କ ତତ୍ବାବଧନାରେ ଏସଆଇଟି ଟିମ୍ ଯାଞ୍ଚ କରିବ । ଏହି ସୁପ୍ରିମକୋର୍ଟଙ୍କ ଦ୍ବାରା ଗଠିତ ଏସଆଇଟି ଟିମରେ ୨ଜଣ ପୋଲିସ ଅଧିକାରୀ, ୨ଜଣ CBI ଅଧିକାରୀ ଏବଂ FSSAIର ଜଣେ ଅଧିକାରୀ ରହିବେ । କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋର ନିର୍ଦ୍ଦେଶକ ଏସଆଇଟି ଯାଞ୍ଚକୁ ଅନୁଧ୍ୟାନ କରିବେ । ଜଷ୍ଟିସ୍ ବି.ଆର୍ ଗଓ୍ବାଇ ଏବଂ ଜଷ୍ଟିସ୍ କେ.ବି ବିଶ୍ବନାଥନଙ୍କ ଖଣ୍ଡପୀଠ କହିଛନ୍ତି, ତିରୁପତି ବାଲାଜୀ ହେଉଛି କୋଟି କୋଟି ଶ୍ରଦ୍ଧାଳୁଙ୍କ ଆସ୍ଥାର ପ୍ରତୀକ । ତିରୁପତିଙ୍କ ପ୍ରସାଦ ଲଡୁ ଘିଅରେ ପଶୁଚର୍ବି ମିଶିବା ଅଭିଯୋଗରେ ଯଦି ସତ୍ୟତା ଥାଏ ତେବେ ଏହା ଗ୍ରହଣୀୟ ନୁହେଁ । ତେଣୁ ନିରପେକ୍ଷ ତଦନ୍ତ ପାଇଁ ନୂଆ ଏସଆଇଟି ଗଠନ ହେବା ଆବଶ୍ୟକ । ସେପଟେ ଶୁଣାଣି ବେଳେ ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା କହିଛନ୍ତି, ରାଜ୍ୟ ସରକାର ଦ୍ବାରା ଗଠିତ ହୋଇଥିବା ଏସଆଇଟିର କ୍ଷମତା ସମ୍ପର୍କରେ ତାଙ୍କୁ କୌଣସି ସୂଚନା ଦିଆଯାଇନାହିଁ । ତେଣୁ ସେଣ୍ଟ୍ରାଲ ପୋଲିସ ଫୋର୍ସର ଜଣେ ବରିଷ୍ଠ
ନୂଆଦିଲ୍ଲୀ: ତିରୁପତି ବାଲାଜୀ ମନ୍ଦିରର ଲଡ଼ୁ ବିବାଦକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହୋଇଛି । ଖଣ୍ଡପୀଠ ଏହାର ନିରପେକ୍ଷ ତଦନ୍ତ ପାଇଁ ଏକ ଏସଆଇଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାର ପୂର୍ବରୁ ରାଜ୍ୟ ସରକାର ମାମଲା ଯାଞ୍ଚ ପାଇଁ ଏକ ଏସଆଇଟି ଗଠନ କରିଥିଲେ । ଏହି ଟିମ୍ ତିରୁପତି ଲଡୁରେ ପଶୁଚର୍ବି ମିଶିବା ମାମଲାର ଆଉ ତଦନ୍ତ କରିବ ନାହିଁ ।
ସିବିଆଇ ନିର୍ଦ୍ଦେଶକଙ୍କ ତତ୍ବାବଧନାରେ ଏସଆଇଟି ଟିମ୍ ଯାଞ୍ଚ କରିବ । ଏହି ସୁପ୍ରିମକୋର୍ଟଙ୍କ ଦ୍ବାରା ଗଠିତ ଏସଆଇଟି ଟିମରେ ୨ଜଣ ପୋଲିସ ଅଧିକାରୀ, ୨ଜଣ CBI ଅଧିକାରୀ ଏବଂ FSSAIର ଜଣେ ଅଧିକାରୀ ରହିବେ । କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋର ନିର୍ଦ୍ଦେଶକ ଏସଆଇଟି ଯାଞ୍ଚକୁ ଅନୁଧ୍ୟାନ କରିବେ । ଜଷ୍ଟିସ୍ ବି.ଆର୍ ଗଓ୍ବାଇ ଏବଂ ଜଷ୍ଟିସ୍ କେ.ବି ବିଶ୍ବନାଥନଙ୍କ ଖଣ୍ଡପୀଠ କହିଛନ୍ତି, ତିରୁପତି ବାଲାଜୀ ହେଉଛି କୋଟି କୋଟି ଶ୍ରଦ୍ଧାଳୁଙ୍କ ଆସ୍ଥାର ପ୍ରତୀକ । ତିରୁପତିଙ୍କ ପ୍ରସାଦ ଲଡୁ ଘିଅରେ ପଶୁଚର୍ବି ମିଶିବା ଅଭିଯୋଗରେ ଯଦି ସତ୍ୟତା ଥାଏ ତେବେ ଏହା ଗ୍ରହଣୀୟ ନୁହେଁ । ତେଣୁ ନିରପେକ୍ଷ ତଦନ୍ତ ପାଇଁ ନୂଆ ଏସଆଇଟି ଗଠନ ହେବା ଆବଶ୍ୟକ ।
ସେପଟେ ଶୁଣାଣି ବେଳେ ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା କହିଛନ୍ତି, ରାଜ୍ୟ ସରକାର ଦ୍ବାରା ଗଠିତ ହୋଇଥିବା ଏସଆଇଟିର କ୍ଷମତା ସମ୍ପର୍କରେ ତାଙ୍କୁ କୌଣସି ସୂଚନା ଦିଆଯାଇନାହିଁ । ତେଣୁ ସେଣ୍ଟ୍ରାଲ ପୋଲିସ ଫୋର୍ସର ଜଣେ ବରିଷ୍ଠ ଅଧିକାରୀଙ୍କୁ ଯାଞ୍ଚର ଅନୁଧ୍ୟାନ ଦାୟିତ୍ବ ଦିଆଯାଉ ବୋଲି ତୁଷାର ମେହେଟ୍ଟା କହିଥିଲେ । ତେଣୁ ସେଣ୍ଟ୍ରାଲ ପୋଲିସ ଫୋର୍ସର ଜଣେ ବରିଷ୍ଠ ଅଧିକାରୀଙ୍କୁ ଯାଞ୍ଚର ଅନୁଧ୍ୟାନ ଦାୟିତ୍ବ ଦିଆଯାଉ ବୋଲି ତୁଷାର ମେହେଟ୍ଟା ଅଦାଲତକୁ ଅନୁରୋଧ କରିଥିଲେ । ଏବେ ବି ମାମଲାର ଶୁଣାଣି ଜାରି ରହିଛି ।..