ପଶ୍ଚିମବଙ୍ଗ ପଳାଇଲା ବାଘୁଣୀ ଜୀନତ୍‌, ବେଲପାହାଡ଼ି ଜଙ୍ଗଲରେ ବୁଲୁଥିବା ସୂଚନା

ବାରିପଦା: ପଶ୍ଚିମବଙ୍ଗ ପଳାଇଲା ବାଘୁଣୀ ଜୀନତ୍‌। ଏବେ ପଶ୍ଚିମବଙ୍ଗ ବେଲପାହାଡ଼ି ଜଙ୍ଗଲରେ ଜୀନତ୍‌ ବୁଲୁଥିବା ଜଣାପଡ଼ିଛି। ଝାଡ଼ଖଣ୍ଡ ଚାକୁଳିଆ ଜଙ୍ଗଲରୁ ପଶ୍ଚିମବଙ୍ଗ ପଳାଇଛି। କେବେ ଫେରିବ ଜୀନତ୍‌ ? ଏ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ। ଝାଡଖଣ୍ଡରେ ବାଘୁଣୀ ଜୀନତ୍‌ ପାଇଁ ଲୋକେ ନାକେଦମ ହୋଇଥିଲେ। ଗତ ୧୦ ତାରିଖରେ ଶିମିଳିପାଳ ଛାଡ଼ି ଝାଡ଼ଖଣ୍ଡ ପଳାଇଥିଲା ଜୀନତ। ଶିମିଳିପାଳ ଛାଡି ଝାଡଖଣ୍ଡ ଜଙ୍ଗଲରେ ଘୁରି ବୁଲୁଥିଲା ବାଘୁଣୀ ଜୀନତ। ତାକୁ ଧରିବାକୁ ନାକେଦମ ହୋଇଥିଲା ଉଭୟ ଓଡ଼ିଶା ଓ ଝାଡଖଣ୍ଡ ବନବିଭାଗ। ମଇଁଷି ଥୋପ ଦେଇ ଜଗିରହିଥିଲା ବନ ବିଭାଗ । ଟ୍ରାଙ୍କୁଲାଇଜ କରି ଫେରାଇ ଆଣିବାକୁ ଉଦ୍ୟମ ବି ଫେଲ୍‌ ମାରିଛି । ଜୀନତକୁ କାବୁ କରିବାକୁ ପରବର୍ତ୍ତୀ ପଦକ୍ଷେପ କଣ ନିଆଯିବ ସେହି ଚିନ୍ତାରେ ବନବିଭାଗ । ବାଘୁଣୀ ଭୟରେ ଲୋକେ ବାହାରକୁ ବାହାରିବାକୁ ଭୟ କରୁଛନ୍ତି। ବାଘୁଣୀ ଚିଆବାନ୍ଧି ଜଙ୍ଗଲରେ ବୁଲୁଥିବାରୁ ସେଠି ସ୍କୁଲ ଛୁଟି ଘୋଷଣା କରାଯାଇଥିଲା। ବାଘୁଣୀକୁ କେମିତି ପୁଣି ଶିମିଳିପାଳ ଅଭୟାରଣ୍ୟକୁ ଫେରାଇ ଆଣିହେବ ସେ ନେଇ ବିଚାର ବିମର୍ଷ ଚାଲିଛି । ଟ୍ରାଙ୍କୁଲାଇଜ କରି ଶିମିଳିପାଳ ଫେରାଇ ଆଣିବାକୁ ଚିନ୍ତା କରାଯାଉଥିଲେ ମଧ୍ୟ ଏହା ଏତେ ସହଜ ପ୍ରକ୍ରିୟା ନୁହେଁ । 

ପଶ୍ଚିମବଙ୍ଗ ପଳାଇଲା ବାଘୁଣୀ ଜୀନତ୍‌, ବେଲପାହାଡ଼ି ଜଙ୍ଗଲରେ ବୁଲୁଥିବା ସୂଚନା

ବାରିପଦା: ପଶ୍ଚିମବଙ୍ଗ ପଳାଇଲା ବାଘୁଣୀ ଜୀନତ୍‌। ଏବେ ପଶ୍ଚିମବଙ୍ଗ ବେଲପାହାଡ଼ି ଜଙ୍ଗଲରେ ଜୀନତ୍‌ ବୁଲୁଥିବା ଜଣାପଡ଼ିଛି। ଝାଡ଼ଖଣ୍ଡ ଚାକୁଳିଆ ଜଙ୍ଗଲରୁ ପଶ୍ଚିମବଙ୍ଗ ପଳାଇଛି। କେବେ ଫେରିବ ଜୀନତ୍‌ ? ଏ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ। ଝାଡଖଣ୍ଡରେ ବାଘୁଣୀ ଜୀନତ୍‌ ପାଇଁ ଲୋକେ ନାକେଦମ ହୋଇଥିଲେ। 

ଗତ ୧୦ ତାରିଖରେ ଶିମିଳିପାଳ ଛାଡ଼ି ଝାଡ଼ଖଣ୍ଡ ପଳାଇଥିଲା ଜୀନତ। ଶିମିଳିପାଳ ଛାଡି ଝାଡଖଣ୍ଡ ଜଙ୍ଗଲରେ ଘୁରି ବୁଲୁଥିଲା ବାଘୁଣୀ ଜୀନତ। ତାକୁ ଧରିବାକୁ ନାକେଦମ ହୋଇଥିଲା ଉଭୟ ଓଡ଼ିଶା ଓ ଝାଡଖଣ୍ଡ ବନବିଭାଗ। ମଇଁଷି ଥୋପ ଦେଇ ଜଗିରହିଥିଲା ବନ ବିଭାଗ । ଟ୍ରାଙ୍କୁଲାଇଜ କରି ଫେରାଇ ଆଣିବାକୁ ଉଦ୍ୟମ ବି ଫେଲ୍‌ ମାରିଛି । 

ଜୀନତକୁ କାବୁ କରିବାକୁ ପରବର୍ତ୍ତୀ ପଦକ୍ଷେପ କଣ ନିଆଯିବ ସେହି ଚିନ୍ତାରେ ବନବିଭାଗ । ବାଘୁଣୀ ଭୟରେ ଲୋକେ ବାହାରକୁ ବାହାରିବାକୁ ଭୟ କରୁଛନ୍ତି। ବାଘୁଣୀ ଚିଆବାନ୍ଧି ଜଙ୍ଗଲରେ ବୁଲୁଥିବାରୁ ସେଠି ସ୍କୁଲ ଛୁଟି ଘୋଷଣା କରାଯାଇଥିଲା। ବାଘୁଣୀକୁ କେମିତି ପୁଣି ଶିମିଳିପାଳ ଅଭୟାରଣ୍ୟକୁ ଫେରାଇ ଆଣିହେବ ସେ ନେଇ ବିଚାର ବିମର୍ଷ ଚାଲିଛି । ଟ୍ରାଙ୍କୁଲାଇଜ କରି ଶିମିଳିପାଳ ଫେରାଇ ଆଣିବାକୁ ଚିନ୍ତା କରାଯାଉଥିଲେ ମଧ୍ୟ ଏହା ଏତେ ସହଜ ପ୍ରକ୍ରିୟା ନୁହେଁ ।