ମେ’ ମାସରେ UPI ପେମେଣ୍ଟ ଭାଙ୍ଗିଲା ରେକର୍ଡ , ଜାଣନ୍ତୁ କେତେ କୋଟି ଟଙ୍କାର ହୋଇଛି ନେଣଦେଣ

ନୂଆଦିଲ୍ଲୀ : ମେ’ ମାସରେ ୟୁନିଫାଇଡ୍‌ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ମାଧ୍ୟମରେ ଲୋକେ ଖୁବ୍‌ ଡିଜିଟାଲ ପେମେଣ୍ଟ କରିଛନ୍ତି। ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ୍‌ ଇଣ୍ଡିଆ (ଏନପିସିଆଇ) ଅନୁସାରେ , ମେ ମାସରେ ୟୁପିଆଇ ମାଧ୍ୟମରେ ୧୮.୬୮ ବିଲିୟନ ଟ୍ରାଜାକ୍ସନ ହୋଇଛି, ଯାହା ଅପ୍ରେଲର ୧୭.୮୯ ବିଲିୟନ ଠାରୁ ବହୁତ ଅଧିକ। ମେ’ ମାସରେ ୪.୪ ପ୍ରତିଶତର ବୃଦ୍ଧି ଘଟିଛି। ଟଙ୍କା ହିସାବରେ ମେ’ ମାସରେ ୨୫.୧୪ ଲକ୍ଷ କୋଟି ଟଙ୍କା ନେଣଦେଣ ହୋଇଛି, ଯାହାକି ଅପ୍ରେଲରେ ଏହା ସଂଖ୍ୟା ୨୩.୯୫ ଲକ୍ଷ କୋଟି ଟଙ୍କା ଥିଲା। ଗତ ବର୍ଷ ମେ ମାସ ତୁଳନାରେ ଏହିଥର ଟ୍ରାଜାକ୍ସନର ସଂଖ୍ୟାରେ ୩୩ ପ୍ରତିଶତ ବୃଦ୍ଧି ହୋଇଛି। ସେତେବେଳେ ୧୪.୦୩ ବିଲିୟନ ଟ୍ରାଜାକ୍ସନ ହୋଇଥିଲା। ମେ ମାସରେ ହାରାହାରି ପ୍ରତିଦିନ ୬୦୨ ମିଲିୟନ ଟ୍ରାଜାକ୍ସନ ହୋଇଛି, ଯାହାକ ମୋଟ ମୂଲ୍ୟ ୮୧,୧୦୬ କୋଟି ଟଙ୍କା ରହିଛି।୨୦୧୬ରେ ଆରମ୍ଭ ହେବା ପରେ ୟୁପିଆଇ ଦ୍ରୁତ ଗତିରେ ଲୋକପ୍ରିୟତା ହାସଲ କରିଛି। ନୋଟବନ୍ଦୀ ପରେ ଡିଜିଟାଲ ପେମେଣ୍ଟକୁ ବଢାଇବା, ସ୍ମାର୍ଟଫୋନ୍‌ର ବ୍ୟବହାରରେ ବୃଦ୍ଧି ଓ ଗୁଗଲ ପେ, ଫୋନ ପେ, ପେଟିଏମ୍‌ ଭଳି ଘରୋଇ ଆପ୍ ଗୁଡ଼ିକର ଏଣ୍ଟ୍ରି ଏହାକୁ ଆହୁରି ମଜବୁତ କରିଥିଲା। ହେଲେ, ଏବେ ଏହାର ଗତି କିଛି ମାତ୍ରାରେ ଧିମା ହେଉଛି, କାରଣ ଅଧିକାଂଶ ଲୋକ ଏହାକୁ ପୂର୍ବରୁ ହିଁ ବ୍ୟବହାର କରୁଛନ୍ତି। ମେ ମାସରେ ଇମିଡିଏଟ୍‌ ପେମେଣ୍ଟ ସର୍ଭିସ (ଆଇଏମପିଏସ) ମାଧ୍ୟମରେ

ମେ’ ମାସରେ UPI ପେମେଣ୍ଟ ଭାଙ୍ଗିଲା ରେକର୍ଡ , ଜାଣନ୍ତୁ କେତେ କୋଟି ଟଙ୍କାର ହୋଇଛି ନେଣଦେଣ

ନୂଆଦିଲ୍ଲୀ : ମେ’ ମାସରେ ୟୁନିଫାଇଡ୍‌ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ମାଧ୍ୟମରେ ଲୋକେ ଖୁବ୍‌ ଡିଜିଟାଲ ପେମେଣ୍ଟ କରିଛନ୍ତି। ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ୍‌ ଇଣ୍ଡିଆ (ଏନପିସିଆଇ) ଅନୁସାରେ , ମେ ମାସରେ ୟୁପିଆଇ ମାଧ୍ୟମରେ ୧୮.୬୮ ବିଲିୟନ ଟ୍ରାଜାକ୍ସନ ହୋଇଛି, ଯାହା ଅପ୍ରେଲର ୧୭.୮୯ ବିଲିୟନ ଠାରୁ ବହୁତ ଅଧିକ। ମେ’ ମାସରେ ୪.୪ ପ୍ରତିଶତର ବୃଦ୍ଧି ଘଟିଛି। ଟଙ୍କା ହିସାବରେ ମେ’ ମାସରେ ୨୫.୧୪ ଲକ୍ଷ କୋଟି ଟଙ୍କା ନେଣଦେଣ ହୋଇଛି, ଯାହାକି ଅପ୍ରେଲରେ ଏହା ସଂଖ୍ୟା ୨୩.୯୫ ଲକ୍ଷ କୋଟି ଟଙ୍କା ଥିଲା। 

ଗତ ବର୍ଷ ମେ ମାସ ତୁଳନାରେ ଏହିଥର ଟ୍ରାଜାକ୍ସନର ସଂଖ୍ୟାରେ ୩୩ ପ୍ରତିଶତ ବୃଦ୍ଧି ହୋଇଛି। ସେତେବେଳେ ୧୪.୦୩ ବିଲିୟନ ଟ୍ରାଜାକ୍ସନ ହୋଇଥିଲା। ମେ ମାସରେ ହାରାହାରି ପ୍ରତିଦିନ ୬୦୨ ମିଲିୟନ ଟ୍ରାଜାକ୍ସନ ହୋଇଛି, ଯାହାକ ମୋଟ ମୂଲ୍ୟ ୮୧,୧୦୬ କୋଟି ଟଙ୍କା ରହିଛି।

୨୦୧୬ରେ ଆରମ୍ଭ ହେବା ପରେ ୟୁପିଆଇ ଦ୍ରୁତ ଗତିରେ ଲୋକପ୍ରିୟତା ହାସଲ କରିଛି। ନୋଟବନ୍ଦୀ ପରେ ଡିଜିଟାଲ ପେମେଣ୍ଟକୁ ବଢାଇବା, ସ୍ମାର୍ଟଫୋନ୍‌ର ବ୍ୟବହାରରେ ବୃଦ୍ଧି ଓ ଗୁଗଲ ପେ, ଫୋନ ପେ, ପେଟିଏମ୍‌ ଭଳି ଘରୋଇ ଆପ୍ ଗୁଡ଼ିକର ଏଣ୍ଟ୍ରି ଏହାକୁ ଆହୁରି ମଜବୁତ କରିଥିଲା। ହେଲେ, ଏବେ ଏହାର ଗତି କିଛି ମାତ୍ରାରେ ଧିମା ହେଉଛି, କାରଣ ଅଧିକାଂଶ ଲୋକ ଏହାକୁ ପୂର୍ବରୁ ହିଁ ବ୍ୟବହାର କରୁଛନ୍ତି। ମେ ମାସରେ ଇମିଡିଏଟ୍‌ ପେମେଣ୍ଟ ସର୍ଭିସ (ଆଇଏମପିଏସ) ମାଧ୍ୟମରେ ୪୬୧ ମିଲିୟନ ଟ୍ରାଜାକ୍ସନ ହୋଇଛି, ଯାହାର ମୂଲ୍ୟ ୬.୪୧ ଲକ୍ଷ କୋଟି ଟଙ୍କା ରହିଛି। ସେପଟେ , ଆଧାର ଇନେବଲ୍ଡ ପେମେଣ୍ଟ (AePS)ରୁ ୧୦୫ ମିଲିୟନ ଓ ଫାଷ୍ଟାଗ୍‌ରୁ ୪୦୪ ମିଲିୟନ ଟ୍ରାଜାକ୍ସନ ହୋଇଛି।

ଟେକ୍ନିକାଲ ତ୍ରୁଟି ସତ୍ତ୍ୱେ ବୃଦ୍ଧି –

ନିକଟବର୍ତ୍ତୀ ମାସରେ ୟୁପିଆଇରେ କିଛି ଟେକ୍ନିକାଲ ସମସ୍ୟା ମଧ୍ୟ ଆସିଛି। ଅପ୍ରେଲରେ ଗୋଟିଏ ଦିନ ସର୍ଭରର ଅଧିକ ଚାପ କାରଣରୁ ପେମେଣ୍ଟ ଓ ଫଣ୍ଡ ଟ୍ରାନ୍ସଫରରେ ସମସ୍ୟା ହୋଇଥିଲା। ଏନପିସିଆଇ କହିଛି ଯେ, କିଛି ବ୍ୟାଙ୍କ୍‌ “ଚେକ୍‌ ଟ୍ରାଜାକ୍ସନ” ଏପିଆଇର ଅଧିକ ବ୍ୟବହାର କରିଛନ୍ତି, ଯେଉଁଥିରେ ସିଷ୍ଟମ ଧିମା ହୋଇଗଲା। ଫୋନପେ ଓ ଗୁଗଲପେ ଏବେ ବି ୟୁପିଆଇର ୮୦ ପ୍ରତିଶତରୁ ଅଧିକ ମାର୍କେଟ୍‌କୁ କବଜା କରିଛନ୍ତି। ସୁପର. ମନି, ନଭି , ଭିମ୍ ଓ କ୍ରେଡ୍ ଭଳି ନୂଆ ଆପ୍ସ କ୍ୟାସବ୍ୟାକ୍‌ ଓ ଅଫର ମାଧ୍ୟମରେ ନିଜର ସ୍ଥାନ ତିଆରି କରୁଛନ୍ତି। 

ୟୁପିଆଇକୁ ଆହୁରି ବିସ୍ତାର କରିବା ପାଇଁ ସରକାର ୧,୫୦୦ କୋଟି ଟଙ୍କାର ପ୍ରୋତ୍ସାହନ ଯୋଜନାକୁ ଅନୁମୋଦନ ଦେଇଛନ୍ତି, ଯାହାକି ଛୋଟ ଡିଜିଟାଲ ନେଣଦେଣର ଖର୍ଚ୍ଚ କମ୍‌ ହୋଇ ପାରିବ। କିନ୍ତୁ ଫିନଟେକ୍‌ କମ୍ପାନୀର କହିବା ହେଲା ଯେ ଏତେ ଫଣ୍ଡ ଯଥେଷ୍ଟ ନୁହେଁ । ପେମେଣ୍ଟସ କାଉନ୍ସିଲ ଅଫ୍‌ ଇଣ୍ଡିଆ ମଧ୍ୟ ବଡ଼ ବଡ଼ ବ୍ୟବସାୟୀଙ୍କ ପାଇଁ ୟୁପିଆଇ ଉପରେ ୦.୩ ପ୍ରତିଶତ ମର୍ଚେଣ୍ଟ ଡିସ୍କାଉଣ୍ଟ ରେଟ୍‌ (ଏମଡିଆର) ଓ ରୁପେ ଡେବିଟ କାର୍ଡରେ ସାଧାରଣ ଏମଡିଆର ଲାଗୁ କରିବାର ଦାବି କରିଛି।