ପ୍ରମୋଶନ ସମସ୍ତଙ୍କୁ ଦରକାର: ମନ କଥା ଖୋଲି କହିଦେଲେ ଅଜିତ ପାଓ୍ବାର

ପୁଣେ,୧୭।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ପ୍ରତିଦିନ ନୂଆ ନୂଆ କଥା ସାମ୍ନାକୁ ଆସୁଛି। ଏହି କ୍ରମରେ ଏନସିପି ନେତା ଅଜିତ ପାୱାର ଏକ ସାକ୍ଷାତକାରରେ ଏମିତି ଏକ କଥା କହିଦେଇଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏକ ସାକ୍ଷାତରରେ ତାଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ବିଷୟରେ ପଚରାଯିବାରୁ, ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସମସ୍ତେ ପଦୋନ୍ନତି ଚାହୁଁଛନ୍ତି। ଗ୍ରାଣ୍ଡ ଆଲାଇନ୍ସରେ ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା କରନ୍ତି କି ପ୍ରଶ୍ନରେ ସେ କହିଛନ୍ତି- ଜଣେ କିରାଣୀ ମଧ୍ୟ […] The post ପ୍ରମୋଶନ ସମସ୍ତଙ୍କୁ ଦରକାର: ମନ କଥା ଖୋଲି କହିଦେଲେ ଅଜିତ ପାଓ୍ବାର appeared first on Dharitri Odia News.

ପ୍ରମୋଶନ ସମସ୍ତଙ୍କୁ ଦରକାର: ମନ କଥା ଖୋଲି କହିଦେଲେ ଅଜିତ ପାଓ୍ବାର

ପୁଣେ,୧୭।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ପ୍ରତିଦିନ ନୂଆ ନୂଆ କଥା ସାମ୍ନାକୁ ଆସୁଛି। ଏହି କ୍ରମରେ ଏନସିପି ନେତା ଅଜିତ ପାୱାର ଏକ ସାକ୍ଷାତକାରରେ ଏମିତି ଏକ କଥା କହିଦେଇଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏକ ସାକ୍ଷାତରରେ ତାଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ବିଷୟରେ ପଚରାଯିବାରୁ, ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସମସ୍ତେ ପଦୋନ୍ନତି ଚାହୁଁଛନ୍ତି।

ଗ୍ରାଣ୍ଡ ଆଲାଇନ୍ସରେ ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା କରନ୍ତି କି ପ୍ରଶ୍ନରେ ସେ କହିଛନ୍ତି- ଜଣେ କିରାଣୀ ମଧ୍ୟ ପଦୋନ୍ନତି ପାଇବାକୁ ଚାହାଁନ୍ତି, ତେବେ ଆମେ କାହିଁକି ଚାହୁଁିବୁ ନାହିଁ। କ’ଣ ଘଟୁଛି ତାହା ଦେଖିବାକୁ ବାକି ରହିଲା।

ଏହା ନୂଆ କଥା ନୁହେଁ ଯେ, ପ୍ରଥମଥର ସେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଶା କରିଛନ୍ତି। ପୂର୍ବରୁ ଥରେ ସେ ଖୋଲାଖୋଲି ଭାବେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ଦେବେନ୍ଦ୍ର ଫଡନାଭିସଙ୍କ ସାମ୍ନାରେ କହିଥିଲେ। ତେବେ ସମସ୍ତେ ଏହାକୁ ଥଟ୍ଟା ଭାବରେ ଗ୍ରହଣ କରିଥିଲେ। କିନ୍ତୁ ନିର୍ବାଚନର କିଛି ଦିନ ପୂର୍ବରୁ ଏଭଳି କଥା ବହୁତ କିଛି କହିଥାଏ।

The post ପ୍ରମୋଶନ ସମସ୍ତଙ୍କୁ ଦରକାର: ମନ କଥା ଖୋଲି କହିଦେଲେ ଅଜିତ ପାଓ୍ବାର appeared first on Dharitri Odia News.