ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ବାରମ୍ବାର ବଳାତ୍କାର: ବନ୍ଧା ହେଲେ ଯୁବକ
ନିରାକାରପୁର,୨ା୩(ମାନସ ଚନ୍ଦ୍ର ପଟ୍ଟନାୟକ): ଜଣେ ନାବାଳିକାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ବାରମ୍ବାର ବଳାତ୍କାର କରିବା ଘଟଣାରେ ଜଙ୍କିଆ ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ଏହି ଥାନା ଅଞ୍ଚଳର ବାପି ଦାସ ଓରଫ ଷଣ୍ଢ। ଅଭିଯୋଗ ମୁତାବକ, ସମ୍ପୃକ୍ତା ନାବାଳିକାଙ୍କୁ ଅଭିଯୁକ୍ତ ଜଣଙ୍କ ବିଭିନ୍ନ ପ୍ରଲୋଭନ ଦେଖାଇ ବାରମ୍ବାର ବଳାତ୍କାର କରିଥିଲେ। ଏପରିକି ନାବାଳିକା ଜଣଙ୍କ ଗର୍ଭବତୀ ହୋଇଥିବା ଜାଣିବା ପରେ ଅଭିଯୁକ୍ତ ତାଙ୍କୁ ଗର୍ଭପାତ ମେଡିସିନ […] The post ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ବାରମ୍ବାର ବଳାତ୍କାର: ବନ୍ଧା ହେଲେ ଯୁବକ appeared first on Dharitri Odia News.
ନିରାକାରପୁର,୨ା୩(ମାନସ ଚନ୍ଦ୍ର ପଟ୍ଟନାୟକ): ଜଣେ ନାବାଳିକାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ବାରମ୍ବାର ବଳାତ୍କାର କରିବା ଘଟଣାରେ ଜଙ୍କିଆ ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ଏହି ଥାନା ଅଞ୍ଚଳର ବାପି ଦାସ ଓରଫ ଷଣ୍ଢ। ଅଭିଯୋଗ ମୁତାବକ, ସମ୍ପୃକ୍ତା ନାବାଳିକାଙ୍କୁ ଅଭିଯୁକ୍ତ ଜଣଙ୍କ ବିଭିନ୍ନ ପ୍ରଲୋଭନ ଦେଖାଇ ବାରମ୍ବାର ବଳାତ୍କାର କରିଥିଲେ। ଏପରିକି ନାବାଳିକା ଜଣଙ୍କ ଗର୍ଭବତୀ ହୋଇଥିବା ଜାଣିବା ପରେ ଅଭିଯୁକ୍ତ ତାଙ୍କୁ ଗର୍ଭପାତ ମେଡିସିନ ଦେଇଥିଲେ। ଉକ୍ତ ମେଡିସିନ ଖାଇବା ପରେ ନାବାଳିକା ଜଣଙ୍କ ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ପକ୍ଷରୁ ତାଙ୍କୁ ଚିକିତ୍ସା ପାଇଁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି। ଏନେଇ ନାବାଳିକାଙ୍କ ବାପାଙ୍କ ଅଭିଯୋଗକ୍ରମେ ପୋଲିସ ଏକ ମାମଲା (ନଂ.୮୬/୨୪) ରୁଜୁକରି ତଦନ୍ତ ଚଳାଇ ଅଭିଯୁକ୍ତ ବାପିଙ୍କୁ ଗିରଫ କରିଥିଲା।
The post ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ବାରମ୍ବାର ବଳାତ୍କାର: ବନ୍ଧା ହେଲେ ଯୁବକ appeared first on Dharitri Odia News.