ପ୍ରଶଂସକଙ୍କ ହୃଦୟ ଜିତିଲେ ଅକ୍ଷୟ କୁମାର, ହାଜି ଅଲି ଦରଘା ପାଇଁ ଦାନ କଲେ ଏତିକି କୋଟି
ମୁମ୍ଵାଇ ୦୮।୦୮: ବଲିଉଡ୍ର ଖିଲାଡି ଷ୍ଟାର ଅକ୍ଷୟ କୁମାର। ବର୍ତ୍ତମାନ ତାଙ୍କ ଚଳଚ୍ଚିତ୍ର କ୍ୟାରିୟର ଭଲ ଚାଲୁନାହିଁ । ଲଗାତାର ତାଙ୍କ ଫିଲ୍ମ ଫ୍ଲପ୍ ହେବାରେ ଲାଗିଛି । କିନ୍ତୁ ତାଙ୍କର ଦୟାଳୁ ମନଭାବ ଲୋକଙ୍କ ହୃଦୟକୁ ଜିତୁଛି। ଏବେ ଖିଲାଡି କୁମାର ତାଙ୍କ ଅପକମିଂ ଫିଲ୍ମ ଖେଲ ଖେଲ ମେଁ ପାଇଁ ଚର୍ଚ୍ଚାରେ ଅଛନ୍ତି । ଫିଲ୍ମଟି ୧୫ ଅଗଷ୍ଟରେ ରିଲିଜ୍ ହେବାକୁ ଯାଉଛି। ଫିଲ୍ମ ରିଲିଜ ପୂର୍ବରୁ ଅକ୍ଷୟ କୁମାର ମୁମ୍ବାଇର ହାଜି ଅଲି ଦରଘାରେ ପହଞ୍ଚିଥିଲେ। ଅକ୍କି ଦରଘାରେ ଏକ ଚାଦର ପ୍ରଦାନ କରିଥିଲେ ଏବଂ ତାଙ୍କ ଚଳଚ୍ଚିତ୍ରର ସଫଳତା ପାଇଁ ପ୍ରାର୍ଥନା କରିଥିଲେ ।Bollywood Super Star Padmashri @akshaykumar generously took the responsibility for a section of the renovation expenses, amounting to ₹1,21,00,000/- for the renovation work underway of Haji Ali Dargah. It was my honor as Managing Trustee with my entire team to welcomed the… pic.twitter.com/CDWKyKUrt1— Suhail Khandwani (@syk_8282) August 8, 2024ଏହା ବ୍ୟତୀତ ଅକ୍ଷୟ କୁମାରଙ୍କ ଉତ୍ତମ କାର୍ଯ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ହାଜି ଅଲି ଦରଘା ଟ୍ରଷ୍ଟ ଅନୁଯାୟୀ ଅକ୍ଷୟ ନବୀକରଣ ଖର୍ଚ୍ଚର ଏକ ଦାୟିତ୍ଵ ନେଇଛନ୍ତି। ଦରଘା ନିର୍ମାଣ ପାଇଁ ଅଭିନେତା ୧ କୋଟି ୨୧ ଲକ୍ଷ ଟଙ୍କା ମଧ୍
ମୁମ୍ଵାଇ ୦୮।୦୮: ବଲିଉଡ୍ର ଖିଲାଡି ଷ୍ଟାର ଅକ୍ଷୟ କୁମାର। ବର୍ତ୍ତମାନ ତାଙ୍କ ଚଳଚ୍ଚିତ୍ର କ୍ୟାରିୟର ଭଲ ଚାଲୁନାହିଁ । ଲଗାତାର ତାଙ୍କ ଫିଲ୍ମ ଫ୍ଲପ୍ ହେବାରେ ଲାଗିଛି । କିନ୍ତୁ ତାଙ୍କର ଦୟାଳୁ ମନଭାବ ଲୋକଙ୍କ ହୃଦୟକୁ ଜିତୁଛି। ଏବେ ଖିଲାଡି କୁମାର ତାଙ୍କ ଅପକମିଂ ଫିଲ୍ମ ଖେଲ ଖେଲ ମେଁ ପାଇଁ ଚର୍ଚ୍ଚାରେ ଅଛନ୍ତି । ଫିଲ୍ମଟି ୧୫ ଅଗଷ୍ଟରେ ରିଲିଜ୍ ହେବାକୁ ଯାଉଛି। ଫିଲ୍ମ ରିଲିଜ ପୂର୍ବରୁ ଅକ୍ଷୟ କୁମାର ମୁମ୍ବାଇର ହାଜି ଅଲି ଦରଘାରେ ପହଞ୍ଚିଥିଲେ। ଅକ୍କି ଦରଘାରେ ଏକ ଚାଦର ପ୍ରଦାନ କରିଥିଲେ ଏବଂ ତାଙ୍କ ଚଳଚ୍ଚିତ୍ରର ସଫଳତା ପାଇଁ ପ୍ରାର୍ଥନା କରିଥିଲେ ।
Bollywood Super Star Padmashri @akshaykumar generously took the responsibility for a section of the renovation expenses, amounting to ₹1,21,00,000/- for the renovation work underway of Haji Ali Dargah. It was my honor as Managing Trustee with my entire team to welcomed the… pic.twitter.com/CDWKyKUrt1— Suhail Khandwani (@syk_8282) August 8, 2024
ଏହା ବ୍ୟତୀତ ଅକ୍ଷୟ କୁମାରଙ୍କ ଉତ୍ତମ କାର୍ଯ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ହାଜି ଅଲି ଦରଘା ଟ୍ରଷ୍ଟ ଅନୁଯାୟୀ ଅକ୍ଷୟ ନବୀକରଣ ଖର୍ଚ୍ଚର ଏକ ଦାୟିତ୍ଵ ନେଇଛନ୍ତି। ଦରଘା ନିର୍ମାଣ ପାଇଁ ଅଭିନେତା ୧ କୋଟି ୨୧ ଲକ୍ଷ ଟଙ୍କା ମଧ୍ୟ ଦାନ କରିଛନ୍ତି। ହାଜି ଅଲି ଦରଘା ଟ୍ରଷ୍ଟର ପରିଚାଳନା ଟ୍ରଷ୍ଟି ତାଙ୍କ ଟିମ୍ ସହିତ ତାଙ୍କୁ ସ୍ୱାଗତ କରିଥିଲେ।
ଏଥିପାଇଁ ଦରଘା ମ୍ୟାନେଜମେଣ୍ଟ ଟ୍ରଷ୍ଟ ଅକ୍ଷୟ କୁମାରଙ୍କୁ କୃତଜ୍ଞତା ଜଣାଇବା ଅଭିନେତାଙ୍କ ଏହି କାମ ପାଇଁ ସମସ୍ତେ ପ୍ରଶଂସା କରୁଛନ୍ତି । ନିକଟରେ ଅକ୍ଷୟ କୁମାର ମଧ୍ୟ ଅଭାବୀ ଲୋକଙ୍କୁ ଖାଦ୍ୟ ଖାଇବାକୁ ଦେଇଥିଲେ। ଏସବୁ ଦେଖିବା ପରେ ତାଙ୍କ ପ୍ରଶଂସକମାନେ ବହୁତ ଖୁସି ମନେ ହେଉଛନ୍ତି। ଅଭିନେତା ତାଙ୍କର ଆଗାମୀ ଚଳଚ୍ଚିତ୍ର ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି।