ପ୍ରଶଂସା ନକରି ରହିପାରିଲେନି ଡେଲ୍ ଷ୍ଟେନ୍; କହିଲେ କେଉଁଠି ଥିଲେ ଏଭଳି ବୋଲର

ଲକ୍ଷ୍ମୌ: କେଉଁଠି ଥିଲେ ଏଭଳି ବୋଲର । ପେସ୍ ସହିତ ପରଫେକ୍ଟ ଲାଇନ୍ ଓ ଲେନ୍‌ଥ । ଘଣ୍ଟାପ୍ରତି ବେଗ ୧୫୦ ପାର୍ । ଏଭଳି ବୋଲରଙ୍କୁ କେଉଁଠି ଲୁଚାଇ ରଖିଥିଲା ଲକ୍ଷ୍ନୌ ସୁପର ଜାଏଣ୍ଟସ । ଶନିବାର ଏଲଏସଜି-ପଞ୍ଜାବ ମ୍ୟାଚ୍ ଦେଖିଲା ପରେ ଭାରତୀୟ ଯୁବ ବୋଲର ଭୂରି ଭୂରି ପ୍ରଶଂସା କରିଛନ୍ତି ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ଡେଲ୍ ଷ୍ଟେନ୍ । ସେପଟେ ନିଜ ପସନ୍ଦର ଖେଳାଳିଙ୍କ ଠାରୁ ପ୍ରଶଂସା ଶୁଣିବା ପରେ ଖୁସି ହୋଇଛନ୍ତି ଯୁବ ତାରକା ମୟଙ୍କ ଯାଦବ । ଶନିବାର  ଲକ୍ଷ୍ମୌ ସୁପର ଜାଏଣ୍ଟସ ଓ ପଞ୍ଜାବ କିଙ୍ଗ୍‌ସ ମଧ୍ୟରେ ଆଇପିଏଲର ଲିଗ୍ ମୁକାବିଲା ଖେଳାଯାଉଥିଲା । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଏଲଏସଜି ୨୦୦ ରନର ଟାର୍ଗେଟ୍ ଦେଇଥିଲା । ମାତ୍ର ଶିଖର ଧବନ ନେତୃତ୍ବାଧୀନ ପଞ୍ଜାବ କିଙ୍ଗସ ପ୍ରାରମ୍ଭିକ ପର୍ଯ୍ୟାୟରେ ଭଲ ଖେଳିଥିଲେ ମଧ୍ୟ ମଧ୍ୟକ୍ରମ ଖେଳାଳି ଭଲ ପ୍ରଦର୍ଶନ କରିପାରିନଥିଲେ । ଫଳରେ ମ୍ୟାଚ ହାରିଥିଲା ଦଳ । ତେବେ ଏହି ମ୍ୟାଚରେ ଏଲଏସଜି ପକ୍ଷରୁ ହିରୋ ସାଜିଥିଲେ ଡେବ୍ୟୁଟାଣ୍ଟ ପେସ୍ ବୋଲର ମୟଙ୍କ ଯାଦବ । ସେ ନିଜ ପେସରେ ବ୍ୟାଟରଙ୍କୁ ଘାଇଲା କରିଥିଲେ । ୧୫୦ ପରେ ସ୍ପିଡ୍ ସହିତ ସଠିକ୍ ଲାଇନ ଓ ଲେନ୍‌ଥରେ ପଞ୍ଜାବ କିଙ୍ଗସର ବ୍ୟାଟରଙ୍କୁ ବାନ୍ଧି ରଖିଥିଲେ । ଏହି ଯୁବ ତାରକା ୪ ଓଭର ବୋଲିଂ କରି ମାତ୍ର ୨୭ ରନ ଖର୍ଚ୍ଚ କରିଥିଲେ ଏବଂ ୩ଟି ଓ୍ବିକେଟ୍ ନେଇ ଲକ୍ଷ୍ମୌକୁ ବିଜୟ ଦେଇଥିଲେ । ଏହି ମ୍ୟାଚରେ ୨୧ ବର୍ଷି

ପ୍ରଶଂସା ନକରି ରହିପାରିଲେନି ଡେଲ୍ ଷ୍ଟେନ୍; କହିଲେ କେଉଁଠି ଥିଲେ ଏଭଳି ବୋଲର

ଲକ୍ଷ୍ମୌ: କେଉଁଠି ଥିଲେ ଏଭଳି ବୋଲର । ପେସ୍ ସହିତ ପରଫେକ୍ଟ ଲାଇନ୍ ଓ ଲେନ୍‌ଥ । ଘଣ୍ଟାପ୍ରତି ବେଗ ୧୫୦ ପାର୍ । ଏଭଳି ବୋଲରଙ୍କୁ କେଉଁଠି ଲୁଚାଇ ରଖିଥିଲା ଲକ୍ଷ୍ନୌ ସୁପର ଜାଏଣ୍ଟସ । ଶନିବାର ଏଲଏସଜି-ପଞ୍ଜାବ ମ୍ୟାଚ୍ ଦେଖିଲା ପରେ ଭାରତୀୟ ଯୁବ ବୋଲର ଭୂରି ଭୂରି ପ୍ରଶଂସା କରିଛନ୍ତି ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ଡେଲ୍ ଷ୍ଟେନ୍ । ସେପଟେ ନିଜ ପସନ୍ଦର ଖେଳାଳିଙ୍କ ଠାରୁ ପ୍ରଶଂସା ଶୁଣିବା ପରେ ଖୁସି ହୋଇଛନ୍ତି ଯୁବ ତାରକା ମୟଙ୍କ ଯାଦବ । 

ଶନିବାର  ଲକ୍ଷ୍ମୌ ସୁପର ଜାଏଣ୍ଟସ ଓ ପଞ୍ଜାବ କିଙ୍ଗ୍‌ସ ମଧ୍ୟରେ ଆଇପିଏଲର ଲିଗ୍ ମୁକାବିଲା ଖେଳାଯାଉଥିଲା । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଏଲଏସଜି ୨୦୦ ରନର ଟାର୍ଗେଟ୍ ଦେଇଥିଲା । ମାତ୍ର ଶିଖର ଧବନ ନେତୃତ୍ବାଧୀନ ପଞ୍ଜାବ କିଙ୍ଗସ ପ୍ରାରମ୍ଭିକ ପର୍ଯ୍ୟାୟରେ ଭଲ ଖେଳିଥିଲେ ମଧ୍ୟ ମଧ୍ୟକ୍ରମ ଖେଳାଳି ଭଲ ପ୍ରଦର୍ଶନ କରିପାରିନଥିଲେ । ଫଳରେ ମ୍ୟାଚ ହାରିଥିଲା ଦଳ । ତେବେ ଏହି ମ୍ୟାଚରେ ଏଲଏସଜି ପକ୍ଷରୁ ହିରୋ ସାଜିଥିଲେ ଡେବ୍ୟୁଟାଣ୍ଟ ପେସ୍ ବୋଲର ମୟଙ୍କ ଯାଦବ । ସେ ନିଜ ପେସରେ ବ୍ୟାଟରଙ୍କୁ ଘାଇଲା କରିଥିଲେ । ୧୫୦ ପରେ ସ୍ପିଡ୍ ସହିତ ସଠିକ୍ ଲାଇନ ଓ ଲେନ୍‌ଥରେ ପଞ୍ଜାବ କିଙ୍ଗସର ବ୍ୟାଟରଙ୍କୁ ବାନ୍ଧି ରଖିଥିଲେ । ଏହି ଯୁବ ତାରକା ୪ ଓଭର ବୋଲିଂ କରି ମାତ୍ର ୨୭ ରନ ଖର୍ଚ୍ଚ କରିଥିଲେ ଏବଂ ୩ଟି ଓ୍ବିକେଟ୍ ନେଇ ଲକ୍ଷ୍ମୌକୁ ବିଜୟ ଦେଇଥିଲେ । ଏହି ମ୍ୟାଚରେ ୨୧ ବର୍ଷିୟ ମୟଂକଙ୍କ ସର୍ବାଧିକ ବୋଲିଂ ସ୍ପିଡ୍ ଥିଲା ଘଣ୍ଟାପ୍ରତି ୧୫୫.୮ । ଏହା କୌଣସି ଭାରତୀୟ ବୋଲରଙ୍କ ଠାରୁ ସବୁଠୁ ଅଧିକ ।  




ତେବେ ମୟଙ୍କ ଯାଦବଙ୍କ ଏଭଳି ବୋଲିଂ ଦେଖି ଖୁସିରେ ଗଦଗଦ ହୋଇଯାଇଛନ୍ତି ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଡେଲ୍ ଷ୍ଟେନ୍ । ସେ  ମୟଙ୍କଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି । ଲକ୍ଷ୍ମୌ ସୁପର ଜାଏଣ୍ଟସ ଏଭଳି ବୋଲରଙ୍କୁ କେଉଁଠି ଲୁଚାଇ ରଖିଥିଲା ବୋଲି ଏକ୍ସରେ ଟ୍ବିଟ୍ କରି ପ୍ରଶ୍ନ କରିଛନ୍ତି ।