ପ୍ରଶାନ୍ତ ଜଗଦ୍ଦେବଙ୍କୁ ବଡ଼ ଝଟକା
ଖୋର୍ଦ୍ଧା,୩୧।୫(ପ୍ରଭାତ ପାଣିଗ୍ରାହୀ): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବଡ଼ ଝଟକା ଲାଗିଛି। ଖୋର୍ଦ୍ଧା ଅତିରିକ୍ତ ଜିଲା ଦୌରାଜଜ-୨ ଚିଲିକା ବିଧାୟକ ତଥା ଖୋର୍ଦ୍ଧା ଭାଜପା ପ୍ରାର୍ଥୀ ପ୍ରଶାନ୍ତ ଜଗଦେବଙ୍କ ଜାମିନକୁ ନାମଞ୍ଜୁର କରିଛନ୍ତି। ଏନେଇ ପ୍ରଶାନ୍ତଙ୍କ ଓକିଲ ସୂଚନା ଦେଇଛନ୍ତି। ଗତ ଶନିବାର ବୋଲଗଡ ବ୍ଲକ କାଉଁରିପାଟଣା ୧୧୪ନମ୍ବର ବୁଥରେ ଇଭିଏମ ଭଙ୍ଗାରୁଜା ନେଇ ପ୍ରିଜାଇଡିଂ ଅଫିସରଙ୍କ ଅଭିଯୋଗକୁ ଆଧାର କରି ପୋଲିସ ପ୍ରଶାନ୍ତଙ୍କୁ ଗିରଫ କରି ଜେଲ ପଠାଇଥିଲା। ପ୍ରଶାନ୍ତଙ୍କ ପକ୍ଷରୁ ହାଇକୋର୍ଟ ଓକିଲ ପିତାମ୍ବର […] The post ପ୍ରଶାନ୍ତ ଜଗଦ୍ଦେବଙ୍କୁ ବଡ଼ ଝଟକା appeared first on Dharitri Odia News.
ଖୋର୍ଦ୍ଧା,୩୧।୫(ପ୍ରଭାତ ପାଣିଗ୍ରାହୀ): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବଡ଼ ଝଟକା ଲାଗିଛି। ଖୋର୍ଦ୍ଧା ଅତିରିକ୍ତ ଜିଲା ଦୌରାଜଜ-୨ ଚିଲିକା ବିଧାୟକ ତଥା ଖୋର୍ଦ୍ଧା ଭାଜପା ପ୍ରାର୍ଥୀ ପ୍ରଶାନ୍ତ ଜଗଦେବଙ୍କ ଜାମିନକୁ ନାମଞ୍ଜୁର କରିଛନ୍ତି। ଏନେଇ ପ୍ରଶାନ୍ତଙ୍କ ଓକିଲ ସୂଚନା ଦେଇଛନ୍ତି।
ଗତ ଶନିବାର ବୋଲଗଡ ବ୍ଲକ କାଉଁରିପାଟଣା ୧୧୪ନମ୍ବର ବୁଥରେ ଇଭିଏମ ଭଙ୍ଗାରୁଜା ନେଇ ପ୍ରିଜାଇଡିଂ ଅଫିସରଙ୍କ ଅଭିଯୋଗକୁ ଆଧାର କରି ପୋଲିସ ପ୍ରଶାନ୍ତଙ୍କୁ ଗିରଫ କରି ଜେଲ ପଠାଇଥିଲା। ପ୍ରଶାନ୍ତଙ୍କ ପକ୍ଷରୁ ହାଇକୋର୍ଟ ଓକିଲ ପିତାମ୍ବର ଆଚାର୍ଯ୍ୟ ଏବଂ ସରକାରୀ ଓକିଲ ରଜନୀ ପଟ୍ଟନାୟକ ଯୁକ୍ତି ବାଢିଥିଲେ। ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ତାଙ୍କ ଜାମିନ ଖାରଜ କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ସରକାରୀ ଓକିଲ ରଜନୀ ପଟ୍ଟନାୟକ।
The post ପ୍ରଶାନ୍ତ ଜଗଦ୍ଦେବଙ୍କୁ ବଡ଼ ଝଟକା appeared first on Dharitri Odia News.