ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ମଧ୍ୟବର୍ତ୍ତୀକାଳୀନ ଜାମିନ
ଖୋର୍ଦ୍ଧା,୭ା୬(ପ୍ରଭାତ ପାଣିଗ୍ରାହୀ):ଖୋର୍ଦ୍ଧାର ନବନିର୍ବାଚିତ ଭାଜପା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଅତିରିକ୍ତ ପ୍ରଥମ ଶ୍ରେଣୀ ଜିଲା ଦୌରାଜଜ ୩ ଦିନ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। ନିକଟରେ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଁ ସେ ଆବେଦନ କରିଥିଲେ। ପୁତୁରାଙ୍କ ଶୁଦ୍ଧିକ୍ରିୟାରେ ଜଗଦ୍ଦେବ ଯୋଗଦେବା ପାଇଁ ବରିଷ୍ଠ ଓକିଲ ପ୍ରଭାତ ଦାସ କୋର୍ଟରେ ଜାମିନ ଆବେଦନ କରିଥିଲେ। ସରକାରୀ ଓକିଲ ଏବଂ ଜଗଦ୍ଦେବଙ୍କ ଓକିଲଙ୍କ ପକ୍ଷ ଶୁଣିବା ପରେ କୋର୍ଟ ଏହି ରାୟ ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ୨୫ ତାରିଖରେ […] The post ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ମଧ୍ୟବର୍ତ୍ତୀକାଳୀନ ଜାମିନ appeared first on Dharitri Odia News.
ଖୋର୍ଦ୍ଧା,୭ା୬(ପ୍ରଭାତ ପାଣିଗ୍ରାହୀ):ଖୋର୍ଦ୍ଧାର ନବନିର୍ବାଚିତ ଭାଜପା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଅତିରିକ୍ତ ପ୍ରଥମ ଶ୍ରେଣୀ ଜିଲା ଦୌରାଜଜ ୩ ଦିନ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। ନିକଟରେ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଁ ସେ ଆବେଦନ କରିଥିଲେ। ପୁତୁରାଙ୍କ ଶୁଦ୍ଧିକ୍ରିୟାରେ ଜଗଦ୍ଦେବ ଯୋଗଦେବା ପାଇଁ ବରିଷ୍ଠ ଓକିଲ ପ୍ରଭାତ ଦାସ କୋର୍ଟରେ ଜାମିନ ଆବେଦନ କରିଥିଲେ। ସରକାରୀ ଓକିଲ ଏବଂ ଜଗଦ୍ଦେବଙ୍କ ଓକିଲଙ୍କ ପକ୍ଷ ଶୁଣିବା ପରେ କୋର୍ଟ ଏହି ରାୟ ଦେଇଛନ୍ତି।
ସୂଚନାଯୋଗ୍ୟ, ଗତ ୨୫ ତାରିଖରେ ବୋଲଗଡ଼ ବ୍ଲକ କାଉଁରିପାଟଣା ୧୧୪ ନଂ. ବୁଥ୍ରେ ଇଭିଏମ ଭାଙ୍ଗିବା ଅଭିଯୋଗରେ ପ୍ରଶାନ୍ତଙ୍କୁ ପୋଲିସ ଗିରଫ କରି ଖୋର୍ଦ୍ଧା ଜେଲକୁ ପଠାଇଥିଲା। ୨୮ତାରିଖ ରାତିରେ ସେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ତେଣୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବାକୁ ସେ କୋର୍ଟରେ ଆବେଦନ କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଜିଲା ସ୍ବାସ୍ଥ୍ୟ ବିଭାଗର ଏକ ସ୍ବତନ୍ତ୍ର ଟିମ ଜେଲ ପରିସରରେ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ତାଙ୍କର ଅଧିକ ଚିକିତ୍ସା ପାଇଁ ୨୯ତାରିଖ ଭୋର ୪ଟାରେ ତାଙ୍କୁ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ କଡ଼ା ସୁରକ୍ଷା ବଳୟ ଭିତରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷା ପରେ ତାଙ୍କ ଶରୀରରେ ମଧୁମେହର ପରିମାଣ ଅଧିକ ରହିଥିବା ଜଣାପଡ଼ିଥିଲା। ସେହିଦିନଠାରୁ ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି।
The post ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ମଧ୍ୟବର୍ତ୍ତୀକାଳୀନ ଜାମିନ appeared first on Dharitri Odia News.