ପ୍ରଶାନ୍ତ ୫୦ ହଜାରରୁ ଅଧିକ ଭୋଟରେ ଜିତିବେ: ଚିରଞ୍ଜୀବ

ଜଗତ୍‌ସିଂହପୁର,୨୭ା୪(ପ୍ରମୋଦ କୁମାର ନାୟକ): ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରି ଚିରଞ୍ଜୀବ ବିଶ୍ୱାଳ ବିନା ସର୍ତ୍ତରେ ବିଜେଡିରେ ମିଶିଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ଜଗତ୍‌ସିଂହପୁର ବିଧାନସଭା ଆସନରେ ପ୍ରଶାନ୍ତ ମୁଦୁଲି ତାଙ୍କଠାରୁ ୮/୯ ହଜାର ଭୋଟ ବ୍ୟବଧାନରେ ଜିତିଥିଲେ। ଏବେ ସେ ବିଜେଡିରେ ସାମିଲ ହୋଇଛନ୍ତି। ପ୍ରଶାନ୍ତ ପୁଣି ଥରେ ଏହି ଆସନରୁ ବିଜେଡି ପ୍ରାର୍ଥୀ ହୋଇଛନ୍ତି। ତେଣୁ ପ୍ରଶାନ୍ତ ସର୍ବନିମ୍ନ ୩୦ ହଜାର ଭୋଟ ବ୍ୟବଧାନରେ ଜିତିବେ ବୋଲି କହିବା ଠିକ୍‌ ନୁହେଁ ବରଂ […] The post ପ୍ରଶାନ୍ତ ୫୦ ହଜାରରୁ ଅଧିକ ଭୋଟରେ ଜିତିବେ: ଚିରଞ୍ଜୀବ appeared first on Dharitri Odia News.

ପ୍ରଶାନ୍ତ ୫୦ ହଜାରରୁ ଅଧିକ ଭୋଟରେ ଜିତିବେ: ଚିରଞ୍ଜୀବ

ଜଗତ୍‌ସିଂହପୁର,୨୭ା୪(ପ୍ରମୋଦ କୁମାର ନାୟକ): ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରି ଚିରଞ୍ଜୀବ ବିଶ୍ୱାଳ ବିନା ସର୍ତ୍ତରେ ବିଜେଡିରେ ମିଶିଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ଜଗତ୍‌ସିଂହପୁର ବିଧାନସଭା ଆସନରେ ପ୍ରଶାନ୍ତ ମୁଦୁଲି ତାଙ୍କଠାରୁ ୮/୯ ହଜାର ଭୋଟ ବ୍ୟବଧାନରେ ଜିତିଥିଲେ। ଏବେ ସେ ବିଜେଡିରେ ସାମିଲ ହୋଇଛନ୍ତି। ପ୍ରଶାନ୍ତ ପୁଣି ଥରେ ଏହି ଆସନରୁ ବିଜେଡି ପ୍ରାର୍ଥୀ ହୋଇଛନ୍ତି। ତେଣୁ ପ୍ରଶାନ୍ତ ସର୍ବନିମ୍ନ ୩୦ ହଜାର ଭୋଟ ବ୍ୟବଧାନରେ ଜିତିବେ ବୋଲି କହିବା ଠିକ୍‌ ନୁହେଁ ବରଂ ତାଙ୍କୁ ୫୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଜିତାଇବାକୁ ପଡ଼ିବ। ନଚେତ ଚିରଞ୍ଜୀବଙ୍କ ମିଶିବାର କିଛି ଲାଭ ହେବନାହିଁ। ଶୁକ୍ରବାର ବିଜେଡି ପକ୍ଷରୁ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀ ସଂକଳ୍ପ ସମାବେଶରେ ଯୋଗଦେଇ କଂଗ୍ରେସ ଛାଡି ବିଜେଡିରେ ମିଶିଥିବା ଜଗତ୍‌ସିଂହପୁର ନୂଆ ଲୋକସଭା ସଂଯୋଜକ ଚିରଞ୍ଜୀବ ଏଭଳି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି।

ଏହି ଅବସରରେ ସେ ଉପସ୍ଥିତ ଦଳୀୟ ନେତା ଓ କର୍ମୀଙ୍କୁ ଆହ୍ବାନ ଦେଇ କହିଥିଲେ, ଜିଲାର ୪ ବିଧାନସଭା ଏବଂ ଲୋକ ସଭା ଆସନରେ ବିଜେଡି ପ୍ରାର୍ଥୀଙ୍କୁ ଜିତାଇବାକୁ ଶପଥ ନେବାକୁ ପଡ଼ିବ। ରାଜ୍ୟରେ ୧୨୦ରୁ ଅଧିକ ବିଧାନସଭା ଓ ୧୫ରୁ ଅଧିକ ଲୋକ ସଭା ଆସନରେ ବିଜେଡି ପ୍ରାର୍ଥୀମାନେ ଜିତିବେ।

ନବୀନ ପଟ୍ଟନାୟକ ଭାରତର ସବୁଠାରୁ ଦୀର୍ଘ ସମୟ ରହିଥିବା ମୁଖ୍ୟମନ୍ତ୍ରୀଙ୍କ ରେକର୍ଡ କରିବେ। ତେଣୁ ନିନ୍ଦୁକ ଓ ବିରୋଧୀଙ୍କ କଥାର କିଛି ମୂଲ୍ୟ ନାହିଁ। ପ୍ରଶାନ୍ତ ଓ ବିଜେଡି ଏମ୍‌ପି ପ୍ରାର୍ଥିନୀ ରାଜଶ୍ରୀ ମଲ୍ଲିକଙ୍କୁ କିପରି ଅଧିକରୁ ଅଧିକ ଭୋଟ ବ୍ୟବଧାନରେ ଜିତାଇବାକୁ ହେବ ସେନେଇ ସଂକଳ୍ପ ନେବାକୁ ହେବ। ନିର୍ବାଚନ ପାଖେଇ ଆସିଲାଣି। ଏଣୁ ପ୍ରଶାନ୍ତ ଓ ରାଜଶ୍ରୀଙ୍କ କାନ୍ଧରେ କାନ୍ଧ ମିଳାଇ ସେ କାମ କରିବେ ବୋଲି ଚିରଞ୍ଜୀବ ପ୍ରତିଶ୍ରୁତି ଦେଇଥିଲେ।

ଏହି ଅବସରରେ ପ୍ରଶାନ୍ତ ୨୦୨୪ ନିର୍ବାଚନ ନିର୍ଣ୍ଣାୟକ ହେବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଥିଲେ। ସେ କହିଥିଲେ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଜଗତ୍‌ସିଂହପୁର ମାଟିକୁ ବହୁତ ଭଲ ପାଉଥିଲେ। ସ୍ବର୍ଗତ ବିଷ୍ଣୁ ଚରଣ ଦାସଙ୍କ ଅବଦାନ ମଧ୍ୟ କିଛି କମ୍‌ ନ ଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶନ୍ମୋଖୀ କାର୍ଯ୍ୟ କେବଳ ନିର୍ବାଚନ ମଣ୍ଡଳୀ ନୁହେଁ, ସାରା ରାଜ୍ୟରେ ଆଲୋଚନାର ବିଷୟ ହୋଇଛି।

ଏହି ଅବସରରେ ସେ ଜଗତ୍‌ସିଂହପୁର ମାଟିର ଅନ୍ୟତମ ବିକାଶ ପୁରୁଷ ସ୍ବର୍ଗତ ବସନ୍ତ ବିଶ୍ୱାଳଙ୍କ ସ୍ମୃତିଚାରଣ କରି ତାଙ୍କ ସୁପୁତ୍ର ଚିରଞ୍ଜୀବ ବିଜେଡିରେ ଯୋଗଦେଇଥିବାରୁ ଖୁସିବ୍ୟକ୍ତ କରିଥିଲେ। ସେ କହିଥିଲେ, ନବୀନଙ୍କ ନେତୃତ୍ୱରେ ଅନୁପ୍ରାଣିତ ହୋଇ ଚିରଞ୍ଜୀବ କେବଳ ବିଜେଡିରେ ମିଶିନାହାନ୍ତି ଆଜିର ସମାବେଶର ନେତୃତ୍ୱ ନେଇଛନ୍ତି। ଏହି ସଂକଳ୍ପ ସମାବେଶରେ ପ୍ରତ୍ୟେକେ ଆଗାମୀ ସାଧାରଣ ନିର୍ବାଚନରେ ଶଙ୍ଖ ବାଜିବ ବୋଲି ସଂକଳ୍ପ ନେଇଛନ୍ତି। ସେ ଓ ରାଜଶ୍ରୀ ଅଧିକ ଭୋଟରେ ଜିତିବେ। ବିଜେଡି ଜିଲା କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ଲୋକ ସଭା ପ୍ରାର୍ଥତ୍ନୀ ରାଜଶ୍ରୀ, ଦଳ ସହ ପର୍ଯ୍ୟବେକ୍ଷକ ଗିରିଶ ଚନ୍ଦ୍ର ଦାସ, ଜିଲା ପରିଷଦ ସଭାପତି ମନୋଜ ଭୋଇ, ଜଗତ୍‌ସିଂହପୁର ବ୍ଲକ ଅଧ୍ୟକ୍ଷା କନକପ୍ରଭା ଲେଙ୍କା, ଜିଲା ବରିଷ୍ଠ ଉପସଭାପତି ଦୀପ୍ତି ଦାସ, ନିରଞ୍ଜନ ବେହେରା, ସମିତ ଲେଙ୍କା, ଦିଲୀପ ଲେଙ୍କା, ପ୍ରଶାନ୍ତ ମଲ୍ଲିକ, ବିବେକାନନ୍ଦ ବେହେରା, ଅମିତା ସ୍ବାଇଁ ଓ ପ୍ରକାଶ ବସ୍ତିଆ ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବରୁ ଚିରଞ୍ଜୀବ, ପ୍ରଶାନ୍ତ ଓ ରାଜଶ୍ରୀଙ୍କୁ ନୂଆପୋଲ ନିକଟରୁ ବିରାଟ ଶୋଭାଯାତ୍ରାରେ ସଭାସ୍ଥଳ ପର୍ଯ୍ୟନ୍ତ ନିଆଯାଇଥିଲା।

The post ପ୍ରଶାନ୍ତ ୫୦ ହଜାରରୁ ଅଧିକ ଭୋଟରେ ଜିତିବେ: ଚିରଞ୍ଜୀବ appeared first on Dharitri Odia News.