ପ୍ରଶାସନର ଯଗ୍ମ ଅଭିଯୋଗ ଶୁଣାଣିରେ ହୋ-ହଲ୍ଲା

ପୁରୁଷୋତ୍ତମପୁର,୩୦ା୬(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ କାର୍ଯ୍ୟାଳୟରେ ସୋମବାର ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏପରି ଏହ କାର୍ଯ୍ୟକ୍ରମକୁ ବର୍ଷକୁ ଥରେ ବ୍ଲକରେ ହେଉଥିବାରୁ ଏହା ଜନସାଧାରଣଙ୍କ ଲାଗି ଏକ ଗୁରୁତ୍ବ ହୋଇଥିବା ବେଳେ ଏଥିନେଇ ସ୍ଥାନିୟପ୍ରଶାନ ପକ୍ଷରୁ ଲୋକଙ୍କୁ କୌଣସି ସୂଚନା ଦିଆଯାଇ ନ ଥିବା ସହ ଖାମଖିଆଲି ଭାବରେ କରାଯାଇଥିବାକୁ ନେଇ ଲୋକେ ପ୍ରତିବାଦ କରିବା ସହ ହୋ-ହଲ୍ଲା କରିଥିଲେ। ଯାହାକି ବ୍ଲକ ପରସରରେ କିଛି ସମୟ ଲାଗି ଏକପ୍ରକାରର […] The post ପ୍ରଶାସନର ଯଗ୍ମ ଅଭିଯୋଗ ଶୁଣାଣିରେ ହୋ-ହଲ୍ଲା appeared first on Dharitri Odia News.

ପ୍ରଶାସନର ଯଗ୍ମ ଅଭିଯୋଗ ଶୁଣାଣିରେ ହୋ-ହଲ୍ଲା

ପୁରୁଷୋତ୍ତମପୁର,୩୦ା୬(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ କାର୍ଯ୍ୟାଳୟରେ ସୋମବାର ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏପରି ଏହ କାର୍ଯ୍ୟକ୍ରମକୁ ବର୍ଷକୁ ଥରେ ବ୍ଲକରେ ହେଉଥିବାରୁ ଏହା ଜନସାଧାରଣଙ୍କ ଲାଗି ଏକ ଗୁରୁତ୍ବ ହୋଇଥିବା ବେଳେ ଏଥିନେଇ ସ୍ଥାନିୟପ୍ରଶାନ ପକ୍ଷରୁ ଲୋକଙ୍କୁ କୌଣସି ସୂଚନା ଦିଆଯାଇ ନ ଥିବା ସହ ଖାମଖିଆଲି ଭାବରେ କରାଯାଇଥିବାକୁ ନେଇ ଲୋକେ ପ୍ରତିବାଦ କରିବା ସହ ହୋ-ହଲ୍ଲା କରିଥିଲେ। ଯାହାକି ବ୍ଲକ ପରସରରେ କିଛି ସମୟ ଲାଗି ଏକପ୍ରକାରର ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଥିଲା। ଜିଲାପାଳ ଓ ଏସ୍‌ପିଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ (ସାଧାରଣ)ଡ.ପ୍ରମୋଦ କୁମାର ପୃଷ୍ଟି ଓ ପୁରୁଷୋତ୍ତମପୁର ଏସ୍‌ଡିପିଓ ଡ. ଦୀପକ କୁମାର ମିଶ୍ର, ଅତିରିକ୍ତ ଜିଲା ନିର୍ବାହୀ ଅଧିକାରୀ ବିଜୟ କୁମାର ବେହେରା, ଆସିଷ୍ଟାଣ୍ଟ କଲେକ୍ଟର ଦୀପକ ଜେନା ଯୋଗଦେଇ ଲୋକଙ୍କଠାରୁ ସାମୂହିକ ଓ ବ୍ୟକ୍ତିଗତ ସମସ୍ୟାର ଶୁଣାଣି କରିଛନ୍ତି ଓ ମସସ୍ୟାର ତତ୍‌କ୍ଷଣାତ୍‌ ସମାଧାନ କରିବାକୁ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଶୁଣାଣିରେ ଗଣମାଧ୍ୟମକୁ ସ୍ଥାନୀୟ ପ୍ରଶାସନ ସମ୍ପୂର୍ଣ୍ଣ ଅଣଦେଖା କରୁଥିବାର ନେଇ ପୁରୁଷୋତ୍ତମପୁର ପ୍ରେସ କ୍ଲବର ପ୍ରତିନିଧିମାନେ ଲିଖିତ ଭାବରେ ଅତିରିକ୍ତ ଜିଲାପାଳଙ୍କୁ ଅଭିଯୋଗ ପ୍ରଦାନ କରିଛନ୍ତି। ସରକାର ଗଣମାଧ୍ୟମକୁ ସରକାରୀ କାର୍ଯ୍ୟକ୍ରମକୁ ଡାକିବାକୁ ବାରଣ କରିଛନ୍ତି ନା ଏଠିକା ପ୍ରଶାସନ ଜାଣିଶୁଣି ଗଣମାଧ୍ୟମକୁ ଦୂରେଇ ରଖି କାର୍ଯ୍ୟକ୍ରମକୁ ଡାକୁନାହାନ୍ତି ବୋଲି ଅଭିଯୋଗ କରି ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଥିଲେ। ଏଥିରେ ବିଡିଓ ଶରତ କୁମାର ପାତ୍ର, ତହସିଲଦାର ବିନୋଦ କୁମାର ବେହେରା, ଆଇଆଇସି ରାଜେଶ କୁମାର ନାୟକଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

The post ପ୍ରଶାସନର ଯଗ୍ମ ଅଭିଯୋଗ ଶୁଣାଣିରେ ହୋ-ହଲ୍ଲା appeared first on Dharitri Odia News.