୩୮ବର୍ଷରେ ପାଦ ଥାପିଲେ ବଲିଉଡର ଦବଙ୍ଗ ଗାର୍ଲ, ଫ୍ୟାଶନ ଡିଜାଇନରରୁ ସାଜିଥିଲେ ଅଭିନେତ୍ରୀ

୩୮ବର୍ଷରେ ପାଦ ଥାପିଲେ ବଲିଉଡର ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା ।  ଆଜି ସେ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି । ତାଙ୍କ ଫିଟସେନକୁ ନେଇ ଅନେକ ସମୟରେ ସେ ଚର୍ଚ୍ଚାରେ ରହିଥାନ୍ତି । ସେ ସଲମାନଙ୍କ ସହ ’ଦବଙ୍ଗ’ ଫିଲ୍ମରେ ନଜର ଆସିଥିଲେ । କେବଳ ସଲମାନ ନୁହେଁ ବରଂ ଅକ୍ଷୟ କୁମାରଙ୍କ ସମେତ ବଡ ବଡ କଳାକାରଙ୍କ ସହ ମଧ୍ୟ କାମ କରିଥିବାର ଦେଖିବାକୁ ମିଳିଛି । ସେ ତାଙ୍କ ଉନ୍ନତ ଧରଣର ଅଭିନୟ […] The post ୩୮ବର୍ଷରେ ପାଦ ଥାପିଲେ ବଲିଉଡର ଦବଙ୍ଗ ଗାର୍ଲ, ଫ୍ୟାଶନ ଡିଜାଇନରରୁ ସାଜିଥିଲେ ଅଭିନେତ୍ରୀ appeared first on KNews Odisha.

୩୮ବର୍ଷରେ ପାଦ ଥାପିଲେ ବଲିଉଡର ଦବଙ୍ଗ ଗାର୍ଲ, ଫ୍ୟାଶନ ଡିଜାଇନରରୁ ସାଜିଥିଲେ ଅଭିନେତ୍ରୀ

୩୮ବର୍ଷରେ ପାଦ ଥାପିଲେ ବଲିଉଡର ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା ।  ଆଜି ସେ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି । ତାଙ୍କ ଫିଟସେନକୁ ନେଇ ଅନେକ ସମୟରେ ସେ ଚର୍ଚ୍ଚାରେ ରହିଥାନ୍ତି । ସେ ସଲମାନଙ୍କ ସହ ’ଦବଙ୍ଗ’ ଫିଲ୍ମରେ ନଜର ଆସିଥିଲେ । କେବଳ ସଲମାନ ନୁହେଁ ବରଂ ଅକ୍ଷୟ କୁମାରଙ୍କ ସମେତ ବଡ ବଡ କଳାକାରଙ୍କ ସହ ମଧ୍ୟ କାମ କରିଥିବାର ଦେଖିବାକୁ ମିଳିଛି । ସେ ତାଙ୍କ ଉନ୍ନତ ଧରଣର ଅଭିନୟ ଦ୍ବାରା ହେଟରସମାନଙ୍କ ମୁହଁକୁ ଚୁପ୍ କରେଇ ପାରିଥିଲେ । କିଛି ଦିନ ପୂର୍ବରୁ ସୋନାକ୍ଷୀ ତାଙ୍କ ବିବାହକୁ ନେଇ ଚର୍ଚ୍ଚାରେ ରହିଥିଲେ । କିନ୍ତୁ ଆଜି ସେ ତାଙ୍କ ସ୍ବାମୀ ଜାହିର ଇକବାଲଙ୍କ ସହିତ ଖୁସିରେ ରହିଛନ୍ତି ।

ଆଜିକାଲି ସୋନାକ୍ଷୀ ସିହ୍ନା ଫିଲ୍ମ ସହିତ ୱେବ ସିରିଜରେ ମଧ୍ୟ ନଜର ଆସିଛନ୍ତି । ଗୋଟେ ସମୟ ଥିଲା ଯେତେବେଳେ ସୋନାକ୍ଷୀ ଅଭିନେତ୍ରୀ ହେବାକୁ ଚାହୁଁ ନଥିଲେ । ସଲମାନ ତାଙ୍କୁ ବଲିଉଡରେ ଏଣ୍ଟ୍ରି କରିବାକୁ ବାଧ୍ୟ କରିବାରୁ ସେ ଇଣ୍ଡଷ୍ଟ୍ରିରେ ତାଙ୍କ ଅଭିନୟର ଯାତ୍ରା ଆରମ୍ଭ କରିଥିଲେ । ସୋନାକ୍ଷୀ ସିହ୍ନା କିନ୍ତୁ ଫ୍ୟାଶନ ଡିଜାଇନିଙ୍ଗ ପାଠ ପଢିଥିଲେ । ୨୦୦୫ର ମେରା ଦିଲ ଲେକେ ଦେଖୋ ଫିଲ୍ମରୁ ତାଙ୍କ କଷ୍ଟ୍ୟୁମ ଡିଜାଇନିଙ୍ଗ କାମକୁ ମଧ୍ୟ ଆରମ୍ଭ କରିଥିଲେ । ଯାହା ଖୁବ୍ କମ୍ ଲୋକ ସୋନାକ୍ଷୀଙ୍କ ବିଷୟରେ ଏହା ଜାଣନ୍ତି ।

ଏପଟେ ସୋନାକ୍ଷୀ କହିଛନ୍ତି ଯେ, ସେ ଅଭିନେତ୍ରୀ ହେବାକୁ ଚାହୁଁନଥିଲେ । ବରଂ ଫ୍ୟାଶନ ଡିଜାଇନର ହୋଇ   ଇଣ୍ଡଷ୍ଟ୍ରିରେ ରାଜ କରିବାକୁ ଚାହୁଁଥିଲେ । ତାଙ୍କ ପ୍ରଫେସନକୁ ନେଇ ସେ ଖୁବ୍ ପରିଚିତ ହେବାକୁ ଆଶା ରଖିଥିଲେ । ଦବଙ୍ଗ ଫିଲ୍ମରେ ସେ କିପରି ଏଣ୍ଟ୍ରି କରିଥିଲେ ସେ କପିଲ ଶର୍ମା ଶୋରେ ସେ ତାଙ୍କ କ୍ୟାରିୟର ଅନୁଭୂତି କାହାଣୀକୁ ସେୟାର କରିଛନ୍ତି । ଥରେ ସଲମାନ ତାଙ୍କ ପାଖକୁ ଆସି ସୋନାକ୍ଷୀଙ୍କୁ ଓଜନ କମାଇବାକୁ କହିଥିଲେ । କାରଣ ସେ ତାଙ୍କ ଫିଲ୍ମରେ ସୋନାକ୍ଷୀଙ୍କୁ ନେବାକୁ ଚାହୁଁଥିଲେ । କିନ୍ତୁ ସୋନାକ୍ଷୀ ମନା କରିଥିଲେ । ହେଲେ ସୋନାକ୍ଷୀଙ୍କ ଦୃଢ ମନୋବଳକୁ ବଢାଇଥିଲେ ସଲମାନ । ଯାହା ପରେ ସେ ଦବଙ୍ଗ ଗାର୍ଲ ଭାବେ ବେଶ୍ ପରିଚିତ ।

ଅନ୍ୟପଟେ ସୋନାକ୍ଷୀ ଅନେକ ଦିନ ଧରି ନାନା ପ୍ରକାର ବିବାଦରେ ଫସି ରହିଥିଲେ । ପ୍ରଥମେ ତାଙ୍କ ଓଜନ ପାଇଁ ଟ୍ରୋଲର ଶିକାର ହୋଇଥିଲେ । ପୁଣି କିଛି ଦିନ ପରେ ’କନ୍ ବନେଗା କରୋଡ ପତି’ଶୋ’ରେ ରାମାୟଣ ସହିତ ଜଡିତ ଥିବା ପ୍ରଶ୍ନର ଉତ୍ତର ଦେିପାରି ନଥିଲେ । ଯାହା ଦ୍ବାରା ତାଙ୍କୁ ଟ୍ରୋଲ କରାଯାଇଥିଲା । ଏହା ପରେ ସେତିକିରେ ତାଙ୍କୁ ନେଇ ହେଉଥିବା ବିବାଦରେ ପୂର୍ଣ୍ଣଚ୍ଛେଦ ପଡି ନଥିଲା । ଯେତେବେଳେ ସେ ମୁସଲିମ ପୁଅଙ୍କୁ ବିବାହ କରିବାକୁ କଥା ପ୍ରଚାର ହେଲା ସେତେବେଳେ ମଧ୍ୟ ବିବାଦରେ ପସି ରହିଥିଲେ । କିନ୍ତୁ ସେସବୁରେ ହାରି ନଥିଲେ ସୋନାକ୍ଷୀ । ସେ ୨୩ ଜୁନରେ ୨୦୨୪ରେ ଜହିର ଇକବାଲ ବିବାହ କରିଥିଲେ । ବିବାହ ପରେ ସୋନାକ୍ଷୀଙ୍କ ଭାଇ ଲଭ ଏବଂ କୁଶ ତାଙ୍କ ବିରୋଧରେ ଥିବା ଜଣାପଡିଛି ।

Also Read : ଜନ୍ମଦିନରେ ଏହି ମହାନ କାମ କରନ୍ତି ଅଲ୍ଲୁ ଅର୍ଜୁନ, ଆଜି ୪୩ ବର୍ଷରେ ପାଦ ଥାପିଲେ ଅଭିନେତା

 

The post ୩୮ବର୍ଷରେ ପାଦ ଥାପିଲେ ବଲିଉଡର ଦବଙ୍ଗ ଗାର୍ଲ, ଫ୍ୟାଶନ ଡିଜାଇନରରୁ ସାଜିଥିଲେ ଅଭିନେତ୍ରୀ appeared first on KNews Odisha.