ପ୍ରସିଦ୍ଧ ବାବା ବରୁଣେଶ୍ୱରଙ୍କ ସ୍ୱନକ୍ଷତ୍ର ଦିବସ, ଲାଗିଛି ଭକ୍ତଙ୍କ ଭିଡ଼

ଆଜି ପବିତ୍ର ମକର ସଂକ୍ରାନ୍ତି । ଏନେଇ ବେଶ ଚଳଚଞ୍ଚଳ ହୋଇଉଠିଛି ଯାଯପୁର ଜିଲ୍ଲା । ଏଠାକାର ପ୍ରସିଦ୍ଧ ବାବା ବରୁଣେଶ୍ୱରଙ୍କ ଏହି ମକର ସଂକ୍ରାନ୍ତିରେ ରହିଛି ଭିନ୍ନ ମାହାତ୍ମ୍ୟ । ଯାଜପୁର ଜିଲା ବିଂଝାରପୁରରେ ପବିତ୍ର ମକର ସଂକ୍ରାନ୍ତି ଅବସରରେ ବହୁ ଆଡମ୍ବରରେ ପାଳନ ହେଉଛି ବାବା ବରୁଣେଶ୍ୱରଙ୍କ ସ୍ୱନକ୍ଷତ୍ର ଦିବସ । ପ୍ରଭୁ ବରୁଣେଶ୍ୱର ବର୍ଷସାରା ଜଳରେ ନିମଗ୍ନ ରହିଥିବା ବେଳେ ଏହିଦିନ ପ୍ରଭୁଙ୍କ ପାଖରୁ ଜଳ ନିଷ୍କାସନ କରି ବଡ଼ସିଂହାର ବେଶ କରାଯାଇଥାଏ […] The post ପ୍ରସିଦ୍ଧ ବାବା ବରୁଣେଶ୍ୱରଙ୍କ ସ୍ୱନକ୍ଷତ୍ର ଦିବସ, ଲାଗିଛି ଭକ୍ତଙ୍କ ଭିଡ଼ appeared first on KNews Odisha.

ପ୍ରସିଦ୍ଧ ବାବା ବରୁଣେଶ୍ୱରଙ୍କ ସ୍ୱନକ୍ଷତ୍ର ଦିବସ, ଲାଗିଛି ଭକ୍ତଙ୍କ ଭିଡ଼

ଆଜି ପବିତ୍ର ମକର ସଂକ୍ରାନ୍ତି । ଏନେଇ ବେଶ ଚଳଚଞ୍ଚଳ ହୋଇଉଠିଛି ଯାଯପୁର ଜିଲ୍ଲା । ଏଠାକାର ପ୍ରସିଦ୍ଧ ବାବା ବରୁଣେଶ୍ୱରଙ୍କ ଏହି ମକର ସଂକ୍ରାନ୍ତିରେ ରହିଛି ଭିନ୍ନ ମାହାତ୍ମ୍ୟ । ଯାଜପୁର ଜିଲା ବିଂଝାରପୁରରେ ପବିତ୍ର ମକର ସଂକ୍ରାନ୍ତି ଅବସରରେ ବହୁ ଆଡମ୍ବରରେ ପାଳନ ହେଉଛି ବାବା ବରୁଣେଶ୍ୱରଙ୍କ ସ୍ୱନକ୍ଷତ୍ର ଦିବସ । ପ୍ରଭୁ ବରୁଣେଶ୍ୱର ବର୍ଷସାରା ଜଳରେ ନିମଗ୍ନ ରହିଥିବା ବେଳେ ଏହିଦିନ ପ୍ରଭୁଙ୍କ ପାଖରୁ ଜଳ ନିଷ୍କାସନ କରି ବଡ଼ସିଂହାର ବେଶ କରାଯାଇଥାଏ ।

ପୂଜକମାନେ ଆଜି ଦିନ ଭୋର ୪ଟାରୁ ପ୍ରଭୁଙ୍କୁ ସୁସଜ୍ଜିତ ବେଶ କରାଇବା ପରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି ବାବା ବରୁଣେଶ୍ୱର । ଭକ୍ତମାନଙ୍କ ପାଇଁ ମଧ୍ୟ ବଡ଼ଭୋଗ ଅର୍ପଣ କରାଯାଇଥାଏ । ଏହି କ୍ଷେତ୍ର ପ୍ରଭୁ ବରୁଣ ଦେବଙ୍କ ତପସ୍ଥଳୀ ଭାବେ ପରିଚିତ । ଏହି ମନ୍ଦିର ପରିସରରେ ଦୁଇଟି ଚିର ସବୁଜ ବରୁଣ ବୃକ୍ଷ ଅନାଦିକାଳରୁ ରହିଆସିଛି । ଆଜି ହଜାର ହଜାର ଶ୍ରଦ୍ଧାଳୁ ବାବା ବରୁଣେଶ୍ୱରଙ୍କୁ ଦର୍ଶନ କରି ମୋକ୍ଷଲାଭ କରିଥାନ୍ତି । ଆଜି ଠାରୁ ୯ ଦିନ ବ୍ୟାପୀ ଓଡିଶା ପ୍ରସିଦ୍ଧ ବରୁଣେଶ୍ୱର ମେଳା ଆୟୋଜିତ ହୋଇଥାଏ ।

ଚଳିତ ବର୍ଷ ବାବାଙ୍କ ଦର୍ଶନ ପାଇଁ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି । ଏଥିସହ ବେଶ ଧୁମ ଧାମ ରେ ପାଳିତ ହେଉଛି ଏହି ବାରୁଣେଶ୍ୱର ମେଳା । ଏକାଧିକ ଯାତ୍ରା ପାର୍ଟି ସାଂଗକୁ ମୀନାବଜାର ଓ ପଲ୍ଲିଶ୍ରୀ ମେଳା ଆୟୋଜନ ମଧ୍ୟ ହେଉଛି । ଏହି ମେଳାରେ ପ୍ରତିଦିନ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ରହିଥିବାରୁ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ମକରମେଳା ସମୟରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦେଖି ଜିଲ୍ଲା ପ୍ରଶାସନ, ପୋଲିସ, ମନ୍ଦିର ଟ୍ରଷ୍ଟ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯିବା ସହ ଶୃଙ୍ଖଳିତ ଦର୍ଶନ ପାଇଁ ସେବାୟତଙ୍କ ସହଯୋଗ ମଧ୍ୟ ପ୍ରସଂଶନୀୟ।

The post ପ୍ରସିଦ୍ଧ ବାବା ବରୁଣେଶ୍ୱରଙ୍କ ସ୍ୱନକ୍ଷତ୍ର ଦିବସ, ଲାଗିଛି ଭକ୍ତଙ୍କ ଭିଡ଼ appeared first on KNews Odisha.