ପ୍ରସ୍ତାବିତ ଗୋଳାବାରୁଦ କାରଖାନାକୁ ଗ୍ରାମବାସୀଙ୍କ ତୀବ୍ର ବିରୋଧ, ପ୍ରତ୍ୟାହାର କରା ନ ଗଲେ ଆଗାମୀ ଦିନରେ…
ଭଞ୍ଜନଗର,୧୪ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ କୁଡୁତାଇ ପଞ୍ଚାୟତ ନେତେରେଇ ପାହାଡ଼ ତଳେ ଏକ ଘରୋଇ କମ୍ପାନୀ ପକ୍ଷରୁ ଗୋଳାବାରୁଦ କାରଖାନା ନିର୍ମାଣ ପାଇଁ ଯୋଜନା ଚାଲିଛି। ତେଣୁ ଏହାର ପ୍ରତିବାଦରେ ଏକ ସଭା ନେତେରେଇ ପାହାଡ଼ ତଳେ ବୁଧବାର ହୋଇଥିଲା। ଗୋଳାବାରୁଦ କାରଖାନା ପରି ଏକ ବିଷାକ୍ତ କାରଖାନାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ। ନଚେତ୍ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରାଯିବ। ତେଣୁ ସମସ୍ତେ ଦଳମତ ନିର୍ବିଶେଷରେ ଉକ୍ତ ପ୍ରକଳ୍ପ ବିରୋଧରେ ଏକାଠି ହେବାକୁ […] The post ପ୍ରସ୍ତାବିତ ଗୋଳାବାରୁଦ କାରଖାନାକୁ ଗ୍ରାମବାସୀଙ୍କ ତୀବ୍ର ବିରୋଧ, ପ୍ରତ୍ୟାହାର କରା ନ ଗଲେ ଆଗାମୀ ଦିନରେ… appeared first on Dharitri Odia News.
ଭଞ୍ଜନଗର,୧୪ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ କୁଡୁତାଇ ପଞ୍ଚାୟତ ନେତେରେଇ ପାହାଡ଼ ତଳେ ଏକ ଘରୋଇ କମ୍ପାନୀ ପକ୍ଷରୁ ଗୋଳାବାରୁଦ କାରଖାନା ନିର୍ମାଣ ପାଇଁ ଯୋଜନା ଚାଲିଛି। ତେଣୁ
ଏହାର ପ୍ରତିବାଦରେ ଏକ ସଭା ନେତେରେଇ ପାହାଡ଼ ତଳେ ବୁଧବାର ହୋଇଥିଲା। ଗୋଳାବାରୁଦ କାରଖାନା ପରି ଏକ ବିଷାକ୍ତ କାରଖାନାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ। ନଚେତ୍ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରାଯିବ। ତେଣୁ ସମସ୍ତେ ଦଳମତ ନିର୍ବିଶେଷରେ ଉକ୍ତ ପ୍ରକଳ୍ପ ବିରୋଧରେ ଏକାଠି ହେବାକୁ ସଭାରେ ଯୋଗ ଦେଇଥିବା ନେତାମାନେ ଉପସ୍ଥିତ ଲୋକଙ୍କୁ ଆହ୍ବାନ ଦେଇଥିଲେ। ଚାଷୀ ମୁଲିଆ ସଂଘ, ଓଡ଼ିଶା (ଏଆଇକେଏମ୍କେଏସ୍)ର ବ୍ଲକ କମିଟି ସାଥୀ ସଞ୍ଜୟ ନାୟକଙ୍କ ଆହ୍ବାନରେ ମାନବାଧିକାର ସୁରକ୍ଷା ମଞ୍ଚର ଆବାହକ ଅବନୀ କୁମାର ଗୟା, ଅଲ୍ ଇଣ୍ଡିଆ କ୍ଷେତ ମଜଦୂର କିଷାନ ସଭାର ରାଜ୍ୟ ନେତା ନିରାକାର ନାୟକ, ବ୍ଲକ ସମ୍ପାଦକ ଶିବରାମ ନାଇକ, ଲଡ଼ୁ ନାଇକ, ବସନ୍ତ କୁମାର ନାଇକ, ଶମ୍ଭୁ ନାୟକ, ଚିତ୍ରସେନ ପଲ୍ଲାଇ,ପୀତବାସ ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବାରୁଦ କାରଖାନା ବିରୋଧରେ ବକ୍ତବ୍ୟ ରଖିଥିଲେ।
ସୂଚନାଯୋଗ୍ୟ, ପାହାଡ଼ ତଳେ ବାରୁଦ କାରଖାନା ନିର୍ମାଣ ହେଲେ ସମ୍ପୃକ୍ତ ଅଞ୍ଚଳର ୨୭ ଖଣ୍ଡ ରାଜସ୍ବ ଓ ଜଙ୍ଗଲ ଗ୍ରାମବାସୀ ପ୍ରଭାବିତ ହେବେ। ପରିବେଶ ପ୍ରଦୂଷଣ ବଢ଼ିବ। ଦୀର୍ଘ ବର୍ଷ ଧରି ଚାଷ କରି ଆସୁଥିବା ଲୋକେ ଜୀବନ ଜୀବିକା ହରାଇବେ। ବିଶେଷକରି ଗୋଛାବାଡ଼ି, ଘାଟିପଲ୍ଲୀ, ନଣ୍ଡେଇ ହିଲ, ହରଡ଼ାପଦର, କୁଡୁତାଇ, ବାଙ୍କତରା, ବେଙ୍ଗସର, ଗୁଡ଼ିପଲ୍ଲୀ, ଭଗବାନପୁର, ବଡଖଣ୍ଡା, ବରପଲ୍ଲୀ, କରଡ଼ାପଲ୍ଲୀ, ଚୁଡାଖାଇ,ନୁଆଁ ବାଙ୍କତାରା, ଖାଲିଆ, ତୁଳସୀ ପଲ୍ଲୀ, କେନ୍ଦୁପଲ୍ଲୀ, ରାମଚନ୍ଦ୍ରପୁର, ମହୁଲ ପଲ୍ଲୀ, କନ୍ଧ ନୂଆପଲ୍ଲୀ ପ୍ରମୁଖ ଗ୍ରାମର ଶହଶହ ପରିବାର ବାସହରା ହୋଇଯିବେ। ଘଞ୍ଚ ସବୁଜ ଜଙ୍ଗଲ ସମ୍ପୂର୍ଣ୍ଣ ଧୂଳି ପାଉଁଶରେ ପ୍ରଦୂଷିତ ହେବ। ସେହି ଧୂଳି ପାଉଁଶରେ ସାଧାରଣ ଲୋକ, ମହିଳା, କୋମଳମତି ଶିଶୁ ବିଭିନ୍ନ ରୋଗରେ ପଡ଼ି ଜୀବନ ହରାଇବେ। ଅନ୍ୟପଟେ ପୁରୁଷ ପୁରୁଷ ଧରି ନିଜ ଦଖଲରେ ଚାଷ କରି ଆସୁଥିବା ଗୋଷ୍ଠୀଗତ ଅଧିକାରରେ ଥିବା କିଛି ବେସରକାରୀ ଜମି ସହିତ ଶହ ଶହ ଜଙ୍ଗଲ ଜମି ଚାଲିଯିବ। ଲୋକେ ଜୀବିକା ହରାଇବେ, ଶହ ଶହ ଏକର ଜଙ୍ଗଲ ଜମି କମ୍ପାନୀ ହାତକୁ ଚାଲିଯିବ। ହଜାର ହଜାର ଆମ୍ବ, ପଣସ, କାଜୁ, ପିଜୁଳି, ଜାମୁ ଆଦି ଫଳନ୍ତି ଗଛ ନଷ୍ଟ ହୋଇଯିବ। ଯାହା ଫଳରେ ତାପମାନ ବୃଦ୍ଧି ହୋଇ ଧନଜୀବନ ସଂକଟରେ ପଡ଼ିବ। କାରଖାନା ନିର୍ମାଣ ହେଲେ ସାଧାରଣ ଲୋକେ ବିସ୍ଥାପିତ ହେବେ, ପିଇବା ପାଣି, ପନିପରିବା ଖାଦ୍ୟ ଇତ୍ୟାଦି ସମ୍ପୃକ୍ତ ଅଞ୍ଚଳରେ ବିଷାକ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ବକ୍ତାମାନେ କହିଥିଲେ।
The post ପ୍ରସ୍ତାବିତ ଗୋଳାବାରୁଦ କାରଖାନାକୁ ଗ୍ରାମବାସୀଙ୍କ ତୀବ୍ର ବିରୋଧ, ପ୍ରତ୍ୟାହାର କରା ନ ଗଲେ ଆଗାମୀ ଦିନରେ… appeared first on Dharitri Odia News.