ପ୍ରାଇଭେଟ ପାର୍ଟ ସମେତ ୧୪ ସ୍ଥାନରେ ଗଭୀର କ୍ଷତ, ଡରାଇଦେବ ପୋଷ୍ଟ ମର୍ଟମ ରିପୋର୍ଟ

କୋଲକାତା,୧୯।୮: କୋଲକାତାର ଆରଜି କର ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କ ଉପରେ ହୋଇଥିବା ବଳାତ୍କାର ଓ ହତ୍ୟା ଘଟରାକୁ ନେଇ ସାରା ଦେଶରେ ଅସନ୍ତୋଷ ଦେଖାଦେଇଛି। ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ସମସ୍ତେ କଠୋର ଦଣ୍ଡ ଦାବି କରୁଛନ୍ତି। ଏହି ସମୟରେ ପୀଡିତାଙ୍କ ବିସ୍ତୃତ ପୋଷ୍ଟମର୍ଟମ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ପଢିଲେ ଜଣାପଡିବ ଯେ ୯ଅଗଷ୍ଟ ରାତିରେ ଅଭିଯୁକ୍ତ ପୀଡିତାଙ୍କ ପ୍ରତି କ’ଣ ଅତ୍ୟାଚାର କରିଥିଲା। ରିପୋର୍ଟ ଅନୁଯାୟୀ, ମୃତକଙ୍କ ଶରୀରରେ ୧୪ରୁ ଅଧିକ ଆଘାତ ଚିହ୍ନ […] The post ପ୍ରାଇଭେଟ ପାର୍ଟ ସମେତ ୧୪ ସ୍ଥାନରେ ଗଭୀର କ୍ଷତ, ଡରାଇଦେବ ପୋଷ୍ଟ ମର୍ଟମ ରିପୋର୍ଟ appeared first on Dharitri Odia News.

ପ୍ରାଇଭେଟ ପାର୍ଟ ସମେତ ୧୪ ସ୍ଥାନରେ ଗଭୀର କ୍ଷତ, ଡରାଇଦେବ ପୋଷ୍ଟ ମର୍ଟମ ରିପୋର୍ଟ

କୋଲକାତା,୧୯।୮: କୋଲକାତାର ଆରଜି କର ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କ ଉପରେ ହୋଇଥିବା ବଳାତ୍କାର ଓ ହତ୍ୟା ଘଟରାକୁ ନେଇ ସାରା ଦେଶରେ ଅସନ୍ତୋଷ ଦେଖାଦେଇଛି। ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ସମସ୍ତେ କଠୋର ଦଣ୍ଡ ଦାବି କରୁଛନ୍ତି। ଏହି ସମୟରେ ପୀଡିତାଙ୍କ ବିସ୍ତୃତ ପୋଷ୍ଟମର୍ଟମ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ପଢିଲେ ଜଣାପଡିବ ଯେ ୯ଅଗଷ୍ଟ ରାତିରେ ଅଭିଯୁକ୍ତ ପୀଡିତାଙ୍କ ପ୍ରତି କ’ଣ ଅତ୍ୟାଚାର କରିଥିଲା।
ରିପୋର୍ଟ ଅନୁଯାୟୀ, ମୃତକଙ୍କ ଶରୀରରେ ୧୪ରୁ ଅଧିକ ଆଘାତ ଚିହ୍ନ ରହିଥିଲା। ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ, ମୃତକଙ୍କ ମୁଣ୍ଡ, ଗାଲ, ଓଠ, ନାକ, ଡାହାଣ ଜହ୍ନ, ଥୋଡିି, ବେକ, ବାମ ହାତ, ବାମ କାନ୍ଧ, ବାମ ଆଣ୍ଠୁ, ଗୋଡ ଏବଂ ପ୍ରାଇଭେଟ ପାର୍ଟରେ ଆଘାତ ଚିହ୍ନ ଦେଖିବାକୁ ମିଳିଥିଲା।
ଏହି ସମୟରେ ଶରୀରର ଆଭ୍ୟନ୍ତରୀଣ ଅଂଶରେ ମଧ୍ୟ ଆଘାତ ଲାଗିଥିଲା। ଫୁସଫୁସରେ ରକ୍ତ ଜମାଟ ବାନ୍ଧିଥିଲା। ଯୌନାଙ୍ଗରେ ଏକ ଧଳା ମୋଟା ଷ୍ଟିକି ଫ୍ଲୁଇଡ ମଧ୍ୟ ମିଳିଲା।
ଏଥିସହ ଅଭିଯୁକ୍ତ ଜଣକ ଦୁଇ ହାତରେ ଗଳା କାଟି ପୀଡିତାଙ୍କ ଜୀବନ ନେଇଥିଲା। ରିପୋର୍ଟରେ ଏହା ମଧ୍ୟ ପ୍ରକାଶ ପାଇଛି ଯେ ଅଭିଯୁକ୍ତ ପୀଡିତାଙ୍କୁ ଅନେକ ଥର ଯୌନ ନିର୍ଯ୍ୟାତନା ଦେଇଥିଲେ। ଅଧିକ ଯାଞ୍ଚ ପାଇଁ ରକ୍ତ ଏବଂ ଅନ୍ୟାନ୍ୟ ନମୁନା ପଠାଯାଇଛି।
ମେଡିକାଲ ବିଶେଷଜ୍ଞମାନେ କହିଛନ୍ତି ଯେ ପୀଡିତାଙ୍କ ବିଷୟରେ ଆର.ଜି କର ମେଡିକାଲ କଲେଜର ଡାକ୍ତରଙ୍କ ଦ୍ୱାରା କରାଯାଇଥିବା ଦାବି ପୋଷ୍ଟମର୍ଟମ ରିପୋର୍ଟ ଅନୁରୂପ।

The post ପ୍ରାଇଭେଟ ପାର୍ଟ ସମେତ ୧୪ ସ୍ଥାନରେ ଗଭୀର କ୍ଷତ, ଡରାଇଦେବ ପୋଷ୍ଟ ମର୍ଟମ ରିପୋର୍ଟ appeared first on Dharitri Odia News.