ପ୍ରାକୃତିକ ବିପର୍ଯ୍ୟୟ ଭୟ: ମୁକାବିଲା ନିମନ୍ତେ ଦିଗପହଣ୍ଡିରେ ବସିଲା ପ୍ରସ୍ତୁତି ବୈଠକ

ଦିଗପହଣ୍ଡି,୧୮।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟ ସଭାଗୃହରେ ବୁଧବାର ବ୍ଳକସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଡ଼ିଓ ଅନାମିକା ପାଣ୍ଡେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ତହସିଲଦାର ସନ୍ତୋଷ କୁମାର ସାହୁ, ସିଡିପିଓ ପୁଷ୍ପାଞ୍ଜଳି ଶତପଥୀ, ଭାରପ୍ରାପ୍ତ ବ୍ଳକ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ବିଭୂଦତ୍ତ ମିଶ୍ର , ଜିପିଡିଓ ଉମେଶ ସେଠୀ,ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ରସାନନ୍ଦ ଘଡେଇଙ୍କ ସମେତ ବ୍ଳକର ବିଭିନ୍ନ ବିଭାଗର କାର୍ଯ୍ୟରତ ଅଧିକାରୀ ବୃନ୍ଦ […] The post ପ୍ରାକୃତିକ ବିପର୍ଯ୍ୟୟ ଭୟ: ମୁକାବିଲା ନିମନ୍ତେ ଦିଗପହଣ୍ଡିରେ ବସିଲା ପ୍ରସ୍ତୁତି ବୈଠକ appeared first on Dharitri Odia News.

ପ୍ରାକୃତିକ ବିପର୍ଯ୍ୟୟ ଭୟ: ମୁକାବିଲା ନିମନ୍ତେ ଦିଗପହଣ୍ଡିରେ ବସିଲା ପ୍ରସ୍ତୁତି ବୈଠକ

ଦିଗପହଣ୍ଡି,୧୮।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟ ସଭାଗୃହରେ ବୁଧବାର ବ୍ଳକସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଡ଼ିଓ ଅନାମିକା ପାଣ୍ଡେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ତହସିଲଦାର ସନ୍ତୋଷ କୁମାର ସାହୁ, ସିଡିପିଓ ପୁଷ୍ପାଞ୍ଜଳି ଶତପଥୀ, ଭାରପ୍ରାପ୍ତ ବ୍ଳକ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ବିଭୂଦତ୍ତ ମିଶ୍ର , ଜିପିଡିଓ ଉମେଶ ସେଠୀ,ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ରସାନନ୍ଦ ଘଡେଇଙ୍କ ସମେତ ବ୍ଳକର ବିଭିନ୍ନ ବିଭାଗର କାର୍ଯ୍ୟରତ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ। ପ୍ରାକୃତିକ ବିପର୍ଯ୍ୟୟ ଯଥା ବନ୍ୟା , ବାତ୍ୟା କିମ୍ବା ଅଗ୍ନିକାଣ୍ଡ ସମୟରେ ପ୍ରଭାବିତ ଲୋକଙ୍କୁ କିପରି ସୁରକ୍ଷିତ ଭାବେ ଉଦ୍ଧାର କରାଯିବ । ନଦୀ ନାଳରେ ବନ୍ୟାଜଳ ବୃଦ୍ଧି ପାଇବା ସମୟରେ ନଦୀ ତଳିଆ ଅଞ୍ଚଳ ଲୋକ ଏବଂ ବିଶେଷ କରି ଗର୍ଭବତୀ ପ୍ରସୂତି ମହିଳାମାନଙ୍କୁ ସଜାଗ ରହିବା ନିମନ୍ତେ ସଚେତନତା କରାଇବା, ଆବଶ୍ୟକସ୍ଥଳେ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ପରେ ନିରାପଦ ସ୍ଥାନ ତଥା ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କିପରି କରିପାରିବା ସେ ନେଇ ବୈଠକରେ ଆଲୋକପାତ କରାଯାଇଥିଲା। ଏହି ବୈଠକରେ ସ୍ବାସ୍ଥ୍ୟ , ଶିକ୍ଷା , କୃଷି , ଜଳ ଓ ପରିମଳ , ତହସିଲ , ଅଗ୍ନିଶମ , ଦିଗପହଣ୍ଡି ଓ କେ. ନୂଆଗାଁ ଥାନା, ସମନ୍ବିିତ ଶିଶୁ କଲ୍ୟା, ବନବିଭାଗ , ଘୋଡାହାଡ ଜଳସେଚନ, ଛେଳିଗଡ କେନାଲ ଡିଭିଜନ ସମେତ ବ୍ଳକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତ ର୍ନିବାହୀ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।

The post ପ୍ରାକୃତିକ ବିପର୍ଯ୍ୟୟ ଭୟ: ମୁକାବିଲା ନିମନ୍ତେ ଦିଗପହଣ୍ଡିରେ ବସିଲା ପ୍ରସ୍ତୁତି ବୈଠକ appeared first on Dharitri Odia News.