ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଡ୍ରେସ ବଣ୍ଟନରେ ବ୍ୟାପକ ଅନିୟମିତତା ଅଭିଯୋଗ
ପୁରୀ: ସ୍ମାର୍ଟ ହେବେ ସ୍କୁଲ ଛାତ୍ରଛାତ୍ରୀ । ମିଳିବ କ୍ବାଲିଟି ସାମଗ୍ରୀ । ପ୍ରାଥମିକ ସ୍ତରରୁ ମିଳିବ ଉନ୍ନତ ଭିତ୍ତିଭୂମି... The post ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଡ୍ରେସ ବଣ୍ଟନରେ ବ୍ୟାପକ ଅନିୟମିତତା ଅଭିଯୋଗ appeared first on .
ପୁରୀ: ସ୍ମାର୍ଟ ହେବେ ସ୍କୁଲ ଛାତ୍ରଛାତ୍ରୀ । ମିଳିବ କ୍ବାଲିଟି ସାମଗ୍ରୀ । ପ୍ରାଥମିକ ସ୍ତରରୁ ମିଳିବ ଉନ୍ନତ ଭିତ୍ତିଭୂମି ସହ ଉନ୍ନତ ବ୍ୟବସ୍ଥା । ଏକଥା ଆମେ କହୁନୁ । ସଭାମଞ୍ଚରେ ଘୋଷଣା କରିଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ । ହେଲେ ପୁରୀରେ ପ୍ରାଥମିକ ଶିକ୍ଷା ବିଭାଗରେ ବଡ ଦୁର୍ନୀତି ଏବେ ସାମ୍ନାକୁ ଆସିଛି । ପେଣ୍ଠକଟା ସ୍ଥିତ ସେଚନ ପ୍ରାଥମିକ ବିଦ୍ୟାଳୟରେ ପିଲାମାନଙ୍କ ପାଇଁ ଆସିଥିବା ପୋଷାକ ନମୁନା ନିମ୍ନ ମାନର କପଡ଼ା ଓ ଦୁର୍ବଳ ସିଲେଇ ହୋଇଥିବା ନଜରକୁ ଆସିଛି । ସ୍କୁଲ ପରିଚାଳନା କମିଟି ଅଭିଯୋଗ ଆଣିଥିବା ବେଳେ ସମାନ କଥା ମଧ୍ୟ କହିଛନ୍ତି ସ୍କୁଲର ପ୍ରଧାନଶିକ୍ଷକ । ଗତ ବର୍ଷ ସ୍କୁଲରେ ଉନ୍ନତ ମାନର ଡ୍ରେସ ମିଳିଥିବାବେଳେ ଚଳିତ ବର୍ଷ ଏଥିରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି ।
ଯେଉଁଠି ଆରମ୍ଭରୁ ସ୍କୁଲ ଡ୍ରେସ୍ ବଣ୍ଟନରେ ଅନିୟମିତତା ସାମ୍ନାକୁ ଆସିଲାଣି ସେଠି ଶିକ୍ଷା ବ୍ୟବସ୍ଥାର ଚିତ୍ର କିପରି ହେବ ବୋଲି ପ୍ରଶ୍ନ କରିଛନ୍ତି ବୁଦ୍ଧିଜୀବୀ । ସ୍କୁଲ କମିଟିର ଅଭିଯୋଗ ଏବଂ ବ୍ଲକ ଶିକ୍ଷା ଅଧିକାରୀଙ୍କ ପାଖକୁ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ଚିଠି ପରେ ବି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ବରଂ ପୁରୀ ସଦର ବ୍ଲକରେ ୨୩୮ ଟି ସ୍କୁଲ ରୁ ୯୯ ପ୍ରତିଶତ ସ୍କୁଲରେ ଡ୍ରେସ୍ ବଣ୍ଟା କାର୍ଯ୍ୟ ଶେଷ ହେଲାଣି । ଜିଲ୍ଲାର ଭିଭିନ୍ନ ବିଦ୍ୟାଳୟରେ ପଢ଼ୁଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଡ୍ରେସ୍ ପ୍ରସ୍ତୁତ କରିବାକୁ ୭ ଟି SHG ଏବଂ ୭ ଗୋଟି SMEକୁ ଦାୟିତ୍ଵ ଦିଆଯାଇଛି । ସେପଟେ ବିଇଓ ଏନେଇ ଅବଗତ ଥିବାବେଳେ ସମସ୍ୟାକୁ ଅନୁଧ୍ୟାନ କରି ଖୁବଶୀଘ୍ର ସମାଧାନ କରାଯିବ ବୋଲି କହିଛନ୍ତି । ରାଜ୍ୟରେ ବିଦ୍ୟାଳୟମାନଙ୍କରେ ରୂପାନ୍ତରଣ ଜରିଆରେ ପୂର୍ବ ସରକାର ଶିକ୍ଷା କ୍ଷେତ୍ରରେ ନୂଆ ସଂସ୍କାର ଆଣିଥିବା ବେଳେ ଏବେ ରାଜ୍ୟରେ ସରକାର ବଦଳିବା ପରେ ବ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ ପରିଲିକ୍ଷିତ ହୋଇଛି।
The post ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଡ୍ରେସ ବଣ୍ଟନରେ ବ୍ୟାପକ ଅନିୟମିତତା ଅଭିଯୋଗ appeared first on .