INDIA ନାଁ କାହିଁକି ରଖିଲ ? ବିରୋଧୀ ମେଣ୍ଟକୁ ୭ ଦିନ ସମୟ ଦେଲେ ମୁଖ୍ୟ ବିଚାରପତି

ଭୁବନେଶ୍ଵର: ଦିଲ୍ଲୀ ହାଇକୋର୍ଟ ବିରୋଧୀ ମେଣ୍ଟକୁ ଶେଷ ସୁଯୋଗ ଦେଇ ୭ ଦିନ ଭିତରେ ଏକ ଜନସ୍ୱାର୍ଥ ମାମଲା ଉପରେ ଜବାବ ଦାଖଲ କରିବାକୁ କହିଛନ୍ତି, ଯେଉଁଥିରେ ଇଣ୍ଡିଆ ଉପନାମ ପ୍ରୟୋଗ ଉପରେ ରୋକ ଲଗାଇବା ପାଇଁ ଦାବି କରାଯାଇଛି । ଜନସ୍ୱାର୍ଥ ମାମଲାରେ ଅଭିଯୋଗ କରାଯାଇଛି ଯେ ଆଲାଏନ୍ସର ସଂକ୍ଷିପ୍ତ ନାଁ INDIA ଉପଯୋଗ କରି ରାଜନୀତିକ ପାର୍ଟି ଆମ ଦେଶର ନାଁରେ ଅନୁଚିତ ଲାଭ ନେଉଛନ୍ତି ।ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ମନମୋହନ ଏବଂ ଜଷ୍ଟିସ ମନମୀତ ପିଏସ ଅରୋରାଙ୍କ ପୀଠ ମଙ୍ଗଳବାର କହିଛନ୍ତି ଯେ ଜନସ୍ୱାର୍ଥ ଯାଚିକା ଉପରେ ଏକ ସପ୍ତାହ ଭିତରେ ଜବାବ ଦାଖଲ କରାଯିବା ଦରକାର । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଏପ୍ରିଲ ୧୦ରେ ହେବ । ହାଇକୋର୍ଟ ଏହି ମାମଲାରେ କେନ୍ଦ୍ର ସରକାରଙ୍କୁ ମଧ୍ୟ ନୋଟିସ୍ ଜାରି କରିଛନ୍ତି । ଜନସ୍ୱାର୍ଥ ଯାଚିକା ଗିରିଶ ଭରଦ୍ୱାଜଙ୍କ ଦ୍ୱାରା ଦାଖଲ କରାଯାଇଥିଲା । ଭରଦ୍ୱାରା ହାଇକୋର୍ଟରେ ଆବେଦନ ଦାଖଲ କରି ୨୦୨୩ ଅଗଷ୍ଟରେ କହିଥିଲେ ଯେ ବିରୋଧୀ ଦଳଙ୍କ ମେଣ୍ଟକୁ INDIA ସଂକ୍ଷିପ୍ତ ନାଁ ବ୍ୟବହାର କରିବାକୁ ଦିଆନଯାଉ କିନ୍ତୁ ଏହି ମାମଲାରେ କୌଣସି ପ୍ରଗତି ହୋଇ ନାହିଁ । ଆବେଦନକାରୀ ପୁଣି ଥରେ ମାମଲାର ଶୁଣାଣି ସମୟରେ ମୁଖ୍ୟ ବିଚାରପତିଙ୍କ ପୀଠକୁ ଅନୁରୋଧ କରି ମାମଲାର ଶୀଘ୍ର ଶୁଣାଣି କରିବାକୁ କହିଛନ୍ତି । ଆବେଦନକାରୀଙ୍କ ପକ୍ଷ ରଖୁଥିବା ଆଇନଜୀବୀ ବୈଭବ ସିଂ କହିଛନ୍ତି ଯେ କେନ୍ଦ୍ର ସରକା

INDIA ନାଁ କାହିଁକି ରଖିଲ ? ବିରୋଧୀ ମେଣ୍ଟକୁ ୭ ଦିନ ସମୟ ଦେଲେ ମୁଖ୍ୟ ବିଚାରପତି

ଭୁବନେଶ୍ଵର: ଦିଲ୍ଲୀ ହାଇକୋର୍ଟ ବିରୋଧୀ ମେଣ୍ଟକୁ ଶେଷ ସୁଯୋଗ ଦେଇ ୭ ଦିନ ଭିତରେ ଏକ ଜନସ୍ୱାର୍ଥ ମାମଲା ଉପରେ ଜବାବ ଦାଖଲ କରିବାକୁ କହିଛନ୍ତି, ଯେଉଁଥିରେ ଇଣ୍ଡିଆ ଉପନାମ ପ୍ରୟୋଗ ଉପରେ ରୋକ ଲଗାଇବା ପାଇଁ ଦାବି କରାଯାଇଛି । ଜନସ୍ୱାର୍ଥ ମାମଲାରେ ଅଭିଯୋଗ କରାଯାଇଛି ଯେ ଆଲାଏନ୍ସର ସଂକ୍ଷିପ୍ତ ନାଁ INDIA ଉପଯୋଗ କରି ରାଜନୀତିକ ପାର୍ଟି ଆମ ଦେଶର ନାଁରେ ଅନୁଚିତ ଲାଭ ନେଉଛନ୍ତି ।

ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ମନମୋହନ ଏବଂ ଜଷ୍ଟିସ ମନମୀତ ପିଏସ ଅରୋରାଙ୍କ ପୀଠ ମଙ୍ଗଳବାର କହିଛନ୍ତି ଯେ ଜନସ୍ୱାର୍ଥ ଯାଚିକା ଉପରେ ଏକ ସପ୍ତାହ ଭିତରେ ଜବାବ ଦାଖଲ କରାଯିବା ଦରକାର । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଏପ୍ରିଲ ୧୦ରେ ହେବ । ହାଇକୋର୍ଟ ଏହି ମାମଲାରେ କେନ୍ଦ୍ର ସରକାରଙ୍କୁ ମଧ୍ୟ ନୋଟିସ୍ ଜାରି କରିଛନ୍ତି । 

ଜନସ୍ୱାର୍ଥ ଯାଚିକା ଗିରିଶ ଭରଦ୍ୱାଜଙ୍କ ଦ୍ୱାରା ଦାଖଲ କରାଯାଇଥିଲା । ଭରଦ୍ୱାରା ହାଇକୋର୍ଟରେ ଆବେଦନ ଦାଖଲ କରି ୨୦୨୩ ଅଗଷ୍ଟରେ କହିଥିଲେ ଯେ ବିରୋଧୀ ଦଳଙ୍କ ମେଣ୍ଟକୁ INDIA ସଂକ୍ଷିପ୍ତ ନାଁ ବ୍ୟବହାର କରିବାକୁ ଦିଆନଯାଉ କିନ୍ତୁ ଏହି ମାମଲାରେ କୌଣସି ପ୍ରଗତି ହୋଇ ନାହିଁ । ଆବେଦନକାରୀ ପୁଣି ଥରେ ମାମଲାର ଶୁଣାଣି ସମୟରେ ମୁଖ୍ୟ ବିଚାରପତିଙ୍କ ପୀଠକୁ ଅନୁରୋଧ କରି ମାମଲାର ଶୀଘ୍ର ଶୁଣାଣି କରିବାକୁ କହିଛନ୍ତି । ଆବେଦନକାରୀଙ୍କ ପକ୍ଷ ରଖୁଥିବା ଆଇନଜୀବୀ ବୈଭବ ସିଂ କହିଛନ୍ତି ଯେ କେନ୍ଦ୍ର ସରକାର ଏବଂ ବିରୋଧ ଦଳଙ୍କୁ ପୂର୍ବରୁ ୮ଥର ସୁଯୋଗ ଦିଆଯାଇ ସାରିଛି କିନ୍ତୁ ସେମାନେ ଏବେ ସୁଦ୍ଧା ନିଜର ଜବାବ ଦାଖଲ କରିନାହାନ୍ତି ।