ଭାରତରେ ଅଶୁଭ, ଆମେରିକାରେ ଶୁଭ; ସୂର୍ଯ୍ୟପରାଗରେ ରୋଜଗାର ହେବ କୋଟିକୋଟି
ନୂଆଦିଲ୍ଲୀ ୦୮।୦୪: ଏପ୍ରିଲ୍ ୮ ଅର୍ଥାତ୍ ଆଜି, ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ । ସୋମବାର ଘଟିବ ମହାଜାଗତିକ ଦୃଶ୍ୟ । ଦିନରେ ହୋଇଯିବ ଅନ୍ଧାର । ସାଧାରଣତଃ ଭାରତରେ ସୂର୍ଯ୍ୟପରାଗକୁ ଅଶୁଭ କୁହାଯାଏ । କିନ୍ତୁ ଆମେରିକାରେ ଏହାର ଭିନ୍ନ ସ୍ଥିତି । ସୂର୍ଯ୍ୟପରାଗକୁ ନେଇ ଏଠାରେ ଖୁବ୍ ଉତ୍ସାହିତ ଲୋକେ । ଜାଣି ଆଶ୍ଚର୍ଯ୍ୟ ହେବେ ସୂର୍ଯ୍ୟପରାଗକୁ ଆମେରିକାବାସୀ ଶୁଭ ମାନିଥାନ୍ତି । କୁହାଯାଉଛି ଏହି ସୂର୍ଯ୍ୟପରାଗ ଆମେରିକା ଅର୍ଥନୀତିକୁ ଦେଖାଇବ ନୂଆ ରାସ୍ତା । ବଜାରରେ ସୃଷ୍ଟି ହେବ ହଲଚଲ୍ । ୪ ଘଣ୍ଟା ୨୫ ମିନିଟ୍ ଯାଏଁ ଲାଗିବ ଏହି ପରାଗ । ଯାହା ଗତ ୫୦ବର୍ଷ ମଧ୍ୟରେ ସବୁଠାରୁ ଲମ୍ବା ସୂର୍ଯ୍ୟପରାଗ ହେବ । ବାସ୍ତବରେ ଆଗାମୀ ୨୦ବର୍ଷ ଯାଏଁ ଆମେରିକାରେ ଏତେ ଲମ୍ବା ଏବଂ ସ୍ୱଚ୍ଛ ସୂର୍ଯ୍ୟପରାଗ ହେବନି । ଏହି କାରଣରୁ ଲୋକମାନେ ସୂର୍ଯ୍ୟପରାଗକୁ ଅତି ନିକଟରୁ ଦେଖିବାକୁ ଏବଂ ଅନୁଭବ କରିବାକୁ ଚାହାଁନ୍ତି । ସେଥିପାଇଁ ଆମେରିକାର ପ୍ରାୟ ୫୦ ଲକ୍ଷ ଲୋକ ଯାତ୍ରା କରୁଛନ୍ତି । ୨ ଦିନ ଧରି ଆମେରିକା ଆକାଶରେ ପ୍ରାୟ ଡର୍ଜେନରୁ ଅଧିକ ବିମାନ ଲଗାତର ଉଡାଣ ଭରୁଛି । ଆମେରିକାର ଅନ୍ୟାନ୍ୟ ରାଜ୍ୟରୁ ଲକ୍ଷ ଲକ୍ଷ ଲୋକ ସେହି ସହରଗୁଡିକରେ ପହଞ୍ଚିଛନ୍ତି ଯେଉଁଠାରେ ସୂର୍ଯ୍ୟ ଗ୍ରହଣ ସ୍ପଷ୍ଟ ଦେଖାଯିବ ।ଲୋକମାନେ ଏଠାରେ ହୋଟେଲ ବୁକ୍ କରିଛନ୍ତି । ଆମେରିକାର ହଜାର ହଜାର ଲୋକ ବିମାନରେ ସୂର୍ଯ୍ୟପରାଗ ଦେଖିବାକୁ ବୁକିଂ କରିଛନ୍ତି । ଏଥିପ
ନୂଆଦିଲ୍ଲୀ ୦୮।୦୪: ଏପ୍ରିଲ୍ ୮ ଅର୍ଥାତ୍ ଆଜି, ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ । ସୋମବାର ଘଟିବ ମହାଜାଗତିକ ଦୃଶ୍ୟ । ଦିନରେ ହୋଇଯିବ ଅନ୍ଧାର । ସାଧାରଣତଃ ଭାରତରେ ସୂର୍ଯ୍ୟପରାଗକୁ ଅଶୁଭ କୁହାଯାଏ । କିନ୍ତୁ ଆମେରିକାରେ ଏହାର ଭିନ୍ନ ସ୍ଥିତି । ସୂର୍ଯ୍ୟପରାଗକୁ ନେଇ ଏଠାରେ ଖୁବ୍ ଉତ୍ସାହିତ ଲୋକେ । ଜାଣି ଆଶ୍ଚର୍ଯ୍ୟ ହେବେ ସୂର୍ଯ୍ୟପରାଗକୁ ଆମେରିକାବାସୀ ଶୁଭ ମାନିଥାନ୍ତି । କୁହାଯାଉଛି ଏହି ସୂର୍ଯ୍ୟପରାଗ ଆମେରିକା ଅର୍ଥନୀତିକୁ ଦେଖାଇବ ନୂଆ ରାସ୍ତା । ବଜାରରେ ସୃଷ୍ଟି ହେବ ହଲଚଲ୍ ।

୪ ଘଣ୍ଟା ୨୫ ମିନିଟ୍ ଯାଏଁ ଲାଗିବ ଏହି ପରାଗ । ଯାହା ଗତ ୫୦ବର୍ଷ ମଧ୍ୟରେ ସବୁଠାରୁ ଲମ୍ବା ସୂର୍ଯ୍ୟପରାଗ ହେବ । ବାସ୍ତବରେ ଆଗାମୀ ୨୦ବର୍ଷ ଯାଏଁ ଆମେରିକାରେ ଏତେ ଲମ୍ବା ଏବଂ ସ୍ୱଚ୍ଛ ସୂର୍ଯ୍ୟପରାଗ ହେବନି । ଏହି କାରଣରୁ ଲୋକମାନେ ସୂର୍ଯ୍ୟପରାଗକୁ ଅତି ନିକଟରୁ ଦେଖିବାକୁ ଏବଂ ଅନୁଭବ କରିବାକୁ ଚାହାଁନ୍ତି । ସେଥିପାଇଁ ଆମେରିକାର ପ୍ରାୟ ୫୦ ଲକ୍ଷ ଲୋକ ଯାତ୍ରା କରୁଛନ୍ତି । ୨ ଦିନ ଧରି ଆମେରିକା ଆକାଶରେ ପ୍ରାୟ ଡର୍ଜେନରୁ ଅଧିକ ବିମାନ ଲଗାତର ଉଡାଣ ଭରୁଛି । ଆମେରିକାର ଅନ୍ୟାନ୍ୟ ରାଜ୍ୟରୁ ଲକ୍ଷ ଲକ୍ଷ ଲୋକ ସେହି ସହରଗୁଡିକରେ ପହଞ୍ଚିଛନ୍ତି ଯେଉଁଠାରେ ସୂର୍ଯ୍ୟ ଗ୍ରହଣ ସ୍ପଷ୍ଟ ଦେଖାଯିବ ।

ଲୋକମାନେ ଏଠାରେ ହୋଟେଲ ବୁକ୍ କରିଛନ୍ତି । ଆମେରିକାର ହଜାର ହଜାର ଲୋକ ବିମାନରେ ସୂର୍ଯ୍ୟପରାଗ ଦେଖିବାକୁ ବୁକିଂ କରିଛନ୍ତି । ଏଥିପାଇଁ ଖର୍ଚ୍ଚ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଏହି ସୂର୍ଯ୍ୟପରାଗ ଆମେରିକାରର ପ୍ରାୟ ୧୫ଟି ସହରରେ ଦେଖିବାକୁ ମିଳିବ । ସହର ଗୁଡିକରେ ପାଖାପାଖି ସାଢେ ୪ମିନିଟ୍ ଦିନରେ ରାତି ହୋଇଯିବ । ଏହି ମହାଜାଗତିକ ଦୃଶ୍ୟ ଦେଖିବାକୁ ଆମେରିକାରେ ଲାଗିଛି ଭିଡ ।

ସୂର୍ଯ୍ୟପରାଗ ପାଇଁ ଫ୍ଲାଇଟ୍ ଟିକେଟ୍ର ଦାମ୍ ୧୫୦୦ ପ୍ରତିଶତ ବୃଦ୍ଧି ପାଇଛି । ଅନେକ ଲୋକ ଆକାଶରୁ ସୂର୍ଯ୍ୟପରାଗ ଦେଖିବାପାଇଁ ୩ଗୁଣରୁ ଅଧିକ ମୂଲ୍ୟ ଦେଇ ୱିଣ୍ଡୋ ସିଟ୍ ନେଇଛନ୍ତି । ଏମିତିକି କିଛି ଲୋକ ସୂର୍ଯ୍ୟପରାଗ ସ୍ପଷ୍ଟ ଦେଖାଯିବା ସହରକୁ ୩୦ଘଣ୍ଟା ଧରି ଯାତ୍ରା କରି ଆସିଛନ୍ତି । ଏପରି ସ୍ଥିତିକୁ ନଜରେ ରଖି ଡେଲ୍ଟା ଏୟାରଲାଇନ୍ସ ୨ଟି ସ୍ବତନ୍ତ୍ର ବିମାନ ଘୋଷଣା କରିଥିଲା । ଏହାର ବି ଟିକେଟ୍ କିଛି ମିନିଟ୍ରେ ବୁକ୍ ହୋଇଯାଇଥିଲା । ସୂର୍ଯ୍ୟପରାଗ ଯୋଗୁଁ ଆମେରିକାରର ଅନେକ ସହରରେ ହୋଟେଲ୍ର ଡିମାଣ୍ଡ ମଧ୍ୟ ବଢିଛି । ହୋଟେଲ୍ ଭଡା ୧୨୦୦ଗୁଣା ବଢିଯାଇଛି । ହୋଟେଲ୍ର ଗୋଟେ ରୁମ୍ର ଭଡା ୧୫୮୫ ଡଲାରକୁ ବଢିଛି, ଯାହା ୮ ଅପ୍ରେଲ୍ ପୂର୍ବରୁ ୧୨୦ ଡଲାର ଥିଲା ।

ସବୁଠାରୁ ଖାସ୍ କଥା ହେଉଛି ଏହି ଲମ୍ବା ସୂର୍ଯ୍ୟପରାଗ ଦେଖିବାକୁ ଲୋକେ ଅନେକ ଇଭେଣ୍ଟର ଆୟୋଜନ କରିଛନ୍ତି । ଅନେକ କମ୍ପାନୀ ସୋଲାର ଏକଲିପ୍ସ ପାର୍ଟିର ଆୟୋଜନ କରିଛନ୍ତି । ଯେଉଁଠାରେ ସ୍ପେଶାଲ୍ ସେଟଅପ୍ ଲଗାଇ ସୂର୍ଯ୍ୟପରାଗ ଦେଖିବାର ବ୍ୟବସ୍ଥା କରାଯାଇଛି । କ୍ଲବରେ ମଧ୍ୟ ସୋଲାର ପାର୍ଟି ରଖାଯାଉଛି । ଯେଉଁ କ୍ଲବରେ ୨୦ ଡଲାରରେ ଏଣ୍ଟ୍ରି ମିଳୁଥିଲା ବର୍ତ୍ତମାନ ଏହା ୩୨୫ ଡଲାର ଆଦାୟ କରୁଛି ।

ଏହାବ୍ୟତୀତ ISO ପ୍ରମାଣିତ ଚଷମାର ଡିମାଣ୍ଡ ବହୁତ ବଢିଯାଇଛି । ଅନେକ ଓ୍ବେବସାଇଟରେ ୩ ଡଲାରର ଚଷମା ୧୬ ଡଲାରରେ ବିକ୍ରି ହେଉଛି । କେବଳ ଟେକ୍ସାସ୍ରେ ୧.୪ ବିଲିୟନ୍ ଡଲାରର କାରବାର ହେବାର ସମ୍ଭାବନା ରହିଛି । ଭରମୋଟ୍ରେ ୨୩୦ ମିଲିୟନ୍ ଡଲାରର କାରବାର ହୋଇପାରେ । ତେବେ ୨୦୧୬ରେ ଦେଖାଯାଇଥିବା ସୂର୍ଯ୍ୟପରାଗରେ ଏପରି ହୋଇନଥିଲା ।