ୟୁକ୍ରେନକୁ ସୈନ୍ୟ ପଠାଇଲେ ଭୟଙ୍କର ହେବ ଯୁଦ୍ଧ; ଆମେରିକାକୁ ଋଷର ପରମାଣୁ ଧମକ

ମସ୍କୋ,୧୪/୦୩; ଆମେରିକାକୁ ଋଷ୍‌ର ପରମାଣୁ ଧମକ । ପରମାଣୁ ଯୁଦ୍ଧ କରି ସବୁକିଛି ଧ୍ବଂସ କରିଦିଆଯିବ । ପେଣ୍ଟାଗନ ଯଦି  ୟୁକ୍ରେନକୁ ପ୍ରତିରକ୍ଷା ସହାୟତା ପଠାଏ  ତେବେ ଯୁଦ୍ଧ ଭୟଙ୍କର ହେବ । ଆବଶ୍ୟକ ପଡ଼ିଲେ ଋଷ୍ ପରମାଣୁ ଆକ୍ରମଣ କରିବ ବୋଲି ସିଧା ସିଧା ଆମେରିକାକୁ ଧମକ ଦେଇଛନ୍ତି ପୁଟିନ୍ ।   ରୁଷୀୟ ନ୍ୟୁଜ୍‌ ଏଜେନ୍ସି  ଆର୍‌ଆଇଏକୁ ଦେଇଥିବା ସାକ୍ଷାତକାରରେ ପୁଟିନ୍‌ କହିଛନ୍ତି,  ରୁଷ୍‌ ଏବେ ପରମାଣୁ ଯୁଦ୍ଧ ଆଡ଼କୁ ବଢ଼ୁନାହିଁ । କାରଣ ଅଦ୍ୟାବଧି ଏହାର ଆବଶ୍ୟକତା ପଡ଼ିନାହିଁ ।  ଯଦି ସାମରିକ ଭାବେ ଟେକ୍ନିକାଲ ଆଧାରରେ ପ୍ରଶ୍ନ ଉଠେ ତେବେ ରୁଷ୍‌ ସବୁବେଳେ ଏଥିପାଇଁ ନିଜକୁ ପ୍ରସ୍ତୁତ ରଖିଛି ।  ଆମେରିକା ଯଦି ୟୁକ୍ରେନ୍‌କୁ ସୈନ୍ୟ ପଠାଏ ତେବେ ରୁଷ୍‌ ପରମାଣୁ  ଆକ୍ରମଣ କରିବ ବୋଲି ଋଷ ରାଷ୍ଟ୍ରପତି ଚେତାଇ ଦେଇଛନ୍ତି । ‘CAA ହଟିବ ନାହିଁ’; ବିରୋଧୀଙ୍କୁ ରୋକ୍‌ଠୋକ୍ ଶୁଣାଇଲେ ଅମିତ୍ ଶାହପୁଟିନ୍‌  ଆହୁରି କହିଛନ୍ତି, ପରମାଣୁ ଅସ୍ତ୍ର ବ୍ୟବହାର ଲାଗି   ରୁଷ୍‌ର ନିଜର ନୀତି ରହିଛି । ଯଦି   ପରମାଣୁ କିମ୍ବା ଅନ୍ୟ ଅସ୍ତ୍ରରେ   ଆକ୍ରମଣ କରାଯାଇ  ରୁଷ୍‌କୁ ବ୍ୟାପକ  ଭାବେ କ୍ଷତିଗ୍ରସ୍ତ କରାଯିବାକୁ ଉଦ୍ୟମ କରାଯାଏ କିମ୍ବା ଦେଶର ଅସ୍ତିତ୍ୱ  ବିପଦରେ ପଡ଼େ ତେବେ ରୁଷ୍‌ ନିଶ୍ଚିତ ଭାବେ ପରମାଣୁ ଅସ୍ତ୍ର ବ୍ୟବହାର କରିବ । ଏହାକୁ  ରୁଷ୍‌ ଆତ୍ମରକ୍ଷା ବିବେଚନା କରେ । ଏବେ ବି ୟୁକ୍ରେନ୍‌ ସହ ରୁଷ୍‌ ଗମ୍ଭୀରତାର ସହ  ଆଲୋଚ

ୟୁକ୍ରେନକୁ ସୈନ୍ୟ ପଠାଇଲେ ଭୟଙ୍କର ହେବ ଯୁଦ୍ଧ; ଆମେରିକାକୁ ଋଷର ପରମାଣୁ ଧମକ

ମସ୍କୋ,୧୪/୦୩; ଆମେରିକାକୁ ଋଷ୍‌ର ପରମାଣୁ ଧମକ । ପରମାଣୁ ଯୁଦ୍ଧ କରି ସବୁକିଛି ଧ୍ବଂସ କରିଦିଆଯିବ । ପେଣ୍ଟାଗନ ଯଦି  ୟୁକ୍ରେନକୁ ପ୍ରତିରକ୍ଷା ସହାୟତା ପଠାଏ  ତେବେ ଯୁଦ୍ଧ ଭୟଙ୍କର ହେବ । ଆବଶ୍ୟକ ପଡ଼ିଲେ ଋଷ୍ ପରମାଣୁ ଆକ୍ରମଣ କରିବ ବୋଲି ସିଧା ସିଧା ଆମେରିକାକୁ ଧମକ ଦେଇଛନ୍ତି ପୁଟିନ୍ ।   

ରୁଷୀୟ ନ୍ୟୁଜ୍‌ ଏଜେନ୍ସି  ଆର୍‌ଆଇଏକୁ ଦେଇଥିବା ସାକ୍ଷାତକାରରେ ପୁଟିନ୍‌ କହିଛନ୍ତି,  ରୁଷ୍‌ ଏବେ ପରମାଣୁ ଯୁଦ୍ଧ ଆଡ଼କୁ ବଢ଼ୁନାହିଁ । କାରଣ ଅଦ୍ୟାବଧି ଏହାର ଆବଶ୍ୟକତା ପଡ଼ିନାହିଁ ।  ଯଦି ସାମରିକ ଭାବେ ଟେକ୍ନିକାଲ ଆଧାରରେ ପ୍ରଶ୍ନ ଉଠେ ତେବେ ରୁଷ୍‌ ସବୁବେଳେ ଏଥିପାଇଁ ନିଜକୁ ପ୍ରସ୍ତୁତ ରଖିଛି ।  ଆମେରିକା ଯଦି ୟୁକ୍ରେନ୍‌କୁ ସୈନ୍ୟ ପଠାଏ ତେବେ ରୁଷ୍‌ ପରମାଣୁ  ଆକ୍ରମଣ କରିବ ବୋଲି ଋଷ ରାଷ୍ଟ୍ରପତି ଚେତାଇ ଦେଇଛନ୍ତି । 

‘CAA ହଟିବ ନାହିଁ’; ବିରୋଧୀଙ୍କୁ ରୋକ୍‌ଠୋକ୍ ଶୁଣାଇଲେ ଅମିତ୍ ଶାହ

ପୁଟିନ୍‌  ଆହୁରି କହିଛନ୍ତି, ପରମାଣୁ ଅସ୍ତ୍ର ବ୍ୟବହାର ଲାଗି   ରୁଷ୍‌ର ନିଜର ନୀତି ରହିଛି । ଯଦି   ପରମାଣୁ କିମ୍ବା ଅନ୍ୟ ଅସ୍ତ୍ରରେ   ଆକ୍ରମଣ କରାଯାଇ  ରୁଷ୍‌କୁ ବ୍ୟାପକ  ଭାବେ କ୍ଷତିଗ୍ରସ୍ତ କରାଯିବାକୁ ଉଦ୍ୟମ କରାଯାଏ କିମ୍ବା ଦେଶର ଅସ୍ତିତ୍ୱ  ବିପଦରେ ପଡ଼େ ତେବେ ରୁଷ୍‌ ନିଶ୍ଚିତ ଭାବେ ପରମାଣୁ ଅସ୍ତ୍ର ବ୍ୟବହାର କରିବ । ଏହାକୁ  ରୁଷ୍‌ ଆତ୍ମରକ୍ଷା ବିବେଚନା କରେ । ଏବେ ବି ୟୁକ୍ରେନ୍‌ ସହ ରୁଷ୍‌ ଗମ୍ଭୀରତାର ସହ  ଆଲୋଚନା କରିବାକୁ ପ୍ରସ୍ତୁତ ।  କିନ୍ତୁ ଆଲୋଚନା ବାସ୍ତବତା  ଆଧାରିତ ହେବା ଜରୁରି  ବୋଲି ପୁଟିନ୍   କହିଛନ୍ତି ।