ନିବେଶକ ହରାଇଲେ ୧.୨୨ ଲକ୍ଷ କୋଟି ଟଙ୍କା, ଲଗାତାର ଦ୍ୱିତୀୟ ଦିନରେ ଲାଲ୍ ସଂକେତରେ ବଜାର ବନ୍ଦ
ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାର ଗୁରୁବାର ଲଗାତାର ଦ୍ୱିତୀୟ ଦିନରେ ହ୍ରାସ ସହ ବନ୍ଦ ହୋଇଛି । ସାପ୍ତାହିକ ଏକ୍ସପାଏରୀ ପୂର୍ବରୁ ବଜାରରେ ଅସ୍ଥିରତା ଦେଖିବାକୁ ମିଳିଛି । ଟିସିଏସର ତୈମାସିକ ପରିଣାମ ପୂର୍ବରୁ ନିବେଶକ ସତର୍କ ହୋଇଛନ୍ତି । ଏହା ବ୍ୟତୀତ ଭାରତ-ଆମେରିକା ଟ୍ରେଡ୍ ଡିଲ୍ ନେଇ ଜାରି ଅନିଶ୍ଚିତତା ବଜାରର ସେଣ୍ଟିମେଣ୍ଟ ଉପରେ ପ୍ରଭାବ ପକାଇଛି । କାରବାର ଶେଷରେ ବିଏସ୍ଇ ସେନ୍ସେକ୍ସ ୩୪୫.୮୦ ଅଙ୍କ ବା ୦.୪୧ ପ୍ରତିଶତ ହ୍ରାସ ସହ ୮୩,୧୯୦.୨୮ ସ୍ତରରେ ବନ୍ଦ ହୋଇଛି । ଅନ୍ୟପଟେ ନିଫ୍ଟି ୧୨୦.୮୫ ଅଙ୍କ ବା ୦.୪୭ ପ୍ରତିଶତ ହ୍ରାସ ପାଇ ୨୫,୩୫୫.୨୫ ସ୍ତରରେ ବନ୍ଦ ହୋଇଛି ।ନିଫ୍ଟି ଆଇଟି ସେକ୍ଟର ଆଜି ଟପ୍ ଲୁଜର୍ସ ହୋଇଛି । ଇନଫୋସିସ୍, ୱିପ୍ରୋ, ଟିସିଏସ୍ ଓ ଟେକ୍ ମହିନ୍ଦ୍ରା ପରି ସେୟାର ଲାଲ୍ ସଂକେତରେ ବନ୍ଦ ହୋଇଛି । ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ବୈଶ୍ୱିକ ଆର୍ଥିକ ଅନିଶ୍ଚିତତା ଯୋଗୁ ଆଇଟି କମ୍ପାନିଗୁଡ଼ିକର ପ୍ରଦର୍ଶନ ଦୁର୍ବଳ ରହିପାରେ । ଏହା ବ୍ୟତୀତ ଟେଲିକମ୍, ଫାର୍ମା ଓ ଏଫଏମସିଜି ସେୟାରରେ ହ୍ରାସ ଦେଖିବାକୁ ମିଳିଛି ।ବିଏସଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମାର୍କେଟ୍ କ୍ୟାପ୍ ଆଜି ଜୁଲାଇ ୧୦ରେ ହ୍ରାସ ପାଇ ୪୬୦.୧୭ ଲକ୍ଷ କୋଟି ଟଙ୍କା ହୋଇଛି । ପୂର୍ବ କାରବାର ଦିନ ଜୁଲାଇ ୯ରେ ଏହା ୪୬୧.୩୯ ଲକ୍ଷ କୋଟି ଟଙ୍କା ଥିଲା । ଏହିପରି ବିଏସ୍ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମାର୍କେଟ୍ କ୍ୟାପ୍ ଆଜି ପ
ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାର ଗୁରୁବାର ଲଗାତାର ଦ୍ୱିତୀୟ ଦିନରେ ହ୍ରାସ ସହ ବନ୍ଦ ହୋଇଛି । ସାପ୍ତାହିକ ଏକ୍ସପାଏରୀ ପୂର୍ବରୁ ବଜାରରେ ଅସ୍ଥିରତା ଦେଖିବାକୁ ମିଳିଛି । ଟିସିଏସର ତୈମାସିକ ପରିଣାମ ପୂର୍ବରୁ ନିବେଶକ ସତର୍କ ହୋଇଛନ୍ତି । ଏହା ବ୍ୟତୀତ ଭାରତ-ଆମେରିକା ଟ୍ରେଡ୍ ଡିଲ୍ ନେଇ ଜାରି ଅନିଶ୍ଚିତତା ବଜାରର ସେଣ୍ଟିମେଣ୍ଟ ଉପରେ ପ୍ରଭାବ ପକାଇଛି । କାରବାର ଶେଷରେ ବିଏସ୍ଇ ସେନ୍ସେକ୍ସ ୩୪୫.୮୦ ଅଙ୍କ ବା ୦.୪୧ ପ୍ରତିଶତ ହ୍ରାସ ସହ ୮୩,୧୯୦.୨୮ ସ୍ତରରେ ବନ୍ଦ ହୋଇଛି । ଅନ୍ୟପଟେ ନିଫ୍ଟି ୧୨୦.୮୫ ଅଙ୍କ ବା ୦.୪୭ ପ୍ରତିଶତ ହ୍ରାସ ପାଇ ୨୫,୩୫୫.୨୫ ସ୍ତରରେ ବନ୍ଦ ହୋଇଛି ।
ନିଫ୍ଟି ଆଇଟି ସେକ୍ଟର ଆଜି ଟପ୍ ଲୁଜର୍ସ ହୋଇଛି । ଇନଫୋସିସ୍, ୱିପ୍ରୋ, ଟିସିଏସ୍ ଓ ଟେକ୍ ମହିନ୍ଦ୍ରା ପରି ସେୟାର ଲାଲ୍ ସଂକେତରେ ବନ୍ଦ ହୋଇଛି । ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ବୈଶ୍ୱିକ ଆର୍ଥିକ ଅନିଶ୍ଚିତତା ଯୋଗୁ ଆଇଟି କମ୍ପାନିଗୁଡ଼ିକର ପ୍ରଦର୍ଶନ ଦୁର୍ବଳ ରହିପାରେ । ଏହା ବ୍ୟତୀତ ଟେଲିକମ୍, ଫାର୍ମା ଓ ଏଫଏମସିଜି ସେୟାରରେ ହ୍ରାସ ଦେଖିବାକୁ ମିଳିଛି ।
ବିଏସଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମାର୍କେଟ୍ କ୍ୟାପ୍ ଆଜି ଜୁଲାଇ ୧୦ରେ ହ୍ରାସ ପାଇ ୪୬୦.୧୭ ଲକ୍ଷ କୋଟି ଟଙ୍କା ହୋଇଛି । ପୂର୍ବ କାରବାର ଦିନ ଜୁଲାଇ ୯ରେ ଏହା ୪୬୧.୩୯ ଲକ୍ଷ କୋଟି ଟଙ୍କା ଥିଲା । ଏହିପରି ବିଏସ୍ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମାର୍କେଟ୍ କ୍ୟାପ୍ ଆଜି ପ୍ରାୟ ୧.୨ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି । ଅନ୍ୟ ଶବ୍ଦରେ କହିବାକୁ ଗଲେ ନିବେଶକଙ୍କୁ ୧.୨୨ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି । ବିଏସ୍ଇ ସେନ୍ସେକ୍ସର ୩୦ ମଧ୍ୟରୁ ୬ ସେୟାର ଆଜି ସବୁଜ ସଂକେତରେ ବନ୍ଦ ହୋଇଛି । ଏଥିରେ ମାରୁତି ସୁଜୁକୀର ସେୟାରରେ ସବୁଠୁ ଅଧିକ ୧.୩୬ ପ୍ରତିଶତ ବୃଦ୍ଧି ହୋଇଛି । ଅନ୍ୟପଟେ ୨୬ ସେୟାର ଲାଲ୍ ସଂକେତରେ ବନ୍ଦ ହୋଇଛି । ଭାରତୀ ଏୟାରଟେଲ ସେୟାର ୨.୨୬ ପ୍ରତିଶତ ହ୍ରାସ ସହ ଟପ୍ ଲୁଜର ହୋଇଛି ।