ଛୋଟ ସହରରେ ଅଧିକ ହେଉଛି ଏସି-ଫ୍ରିଜ୍‌ ବିକ୍ରି, ଚଳିତବର୍ଷ ଏସି ବିକ୍ରି ୪୦% ବଢ଼ିବ

ନୂଆଦିଲ୍ଲୀ : ଦେଶରେ ସମ୍ପ୍ରତି ଗ୍ରୀଷ୍ମ ତାତି ବଢ଼ିବାରେ ଲଗିଛି। ତାପମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ବିଶେଷଜ୍ଞମାନଙ୍କର କହିବାନୁଯାୟୀ, ଚଳିତଥର ୧୬ ବର୍ଷର ତାତି ରେକର୍ଡ ଭାଙ୍ଗିବ। ପ୍ରବଳ ଖରା ଯୋଗୁ ଯୋଗୁ ଏସି, ଫ୍ରିଜ୍ ଏବଂ ଆଇସକ୍ରିମ୍ର ବିକ୍ରି ଯଥେଷ୍ଟ ବୃଦ୍ଧି ପାଇଛି। ଚାହିଦା ବ଼ଢ଼ିବା ସହିତ ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି। ଖରମ ବଢ଼ିବାକୁ ଥିବାରୁ ଏ ବର୍ଷ କମ୍ପାନୀଗୁଡିକ ବହୁତ ବିକ୍ରି ଆଶା କରୁଛନ୍ତି। ବର୍ତ୍ତମାନ ମଧ୍ୟବିତ୍ତ ପରିବାରଗୁଡିକରେ ମଧ୍ୟ ଲୋକମାନେ […]

ଛୋଟ ସହରରେ ଅଧିକ ହେଉଛି ଏସି-ଫ୍ରିଜ୍‌ ବିକ୍ରି, ଚଳିତବର୍ଷ ଏସି ବିକ୍ରି ୪୦% ବଢ଼ିବ
AC, fridge & ice cream fly off shelves as summer heat bites

ନୂଆଦିଲ୍ଲୀ : ଦେଶରେ ସମ୍ପ୍ରତି ଗ୍ରୀଷ୍ମ ତାତି ବଢ଼ିବାରେ ଲଗିଛି। ତାପମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ବିଶେଷଜ୍ଞମାନଙ୍କର କହିବାନୁଯାୟୀ, ଚଳିତଥର ୧୬ ବର୍ଷର ତାତି ରେକର୍ଡ ଭାଙ୍ଗିବ। ପ୍ରବଳ ଖରା ଯୋଗୁ ଯୋଗୁ ଏସି, ଫ୍ରିଜ୍ ଏବଂ ଆଇସକ୍ରିମ୍ର ବିକ୍ରି ଯଥେଷ୍ଟ ବୃଦ୍ଧି ପାଇଛି। ଚାହିଦା ବ଼ଢ଼ିବା ସହିତ ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି। ଖରମ ବଢ଼ିବାକୁ ଥିବାରୁ ଏ ବର୍ଷ କମ୍ପାନୀଗୁଡିକ ବହୁତ ବିକ୍ରି ଆଶା କରୁଛନ୍ତି। ବର୍ତ୍ତମାନ ମଧ୍ୟବିତ୍ତ ପରିବାରଗୁଡିକରେ ମଧ୍ୟ ଲୋକମାନେ ବହୁ ପରିମାଣରେ ଏସି କିଣିବା ଆରମ୍ଭ କରିଛନ୍ତି। ବଜାରରେ କୁଲରର ଚାହିଦା ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି। ଏହାଛଡା ରେଫ୍ରିଜରେଟର ମଧ୍ୟ ପ୍ରଚୁର ପରିମାଣରେ ବିକ୍ରି ହେଉଥିବା ଗୋଦ୍ରେଜ୍ ଆପ୍ଲାଏନ୍ସର ବ୍ୟବସାୟ ମୁଖ୍ୟ ତଥା କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ କମଲ ନନ୍ଦୀ କହିଛନ୍ତି। ତାଙ୍କ ମତରେ ଚଳିତବର୍ଷ ଶିଳ୍ପ ପାଇଁ ଏହା ସର୍ବୋତ୍ତମ ଗ୍ରୀଷ୍ମ ଋତୁ ରହିବ।

ବିଜୟ ସେଲ୍ସର ନିର୍ଦ୍ଦେଶକ ନୀଲେଶ ଗୁପ୍ତା କହିଛନ୍ତି ଯେ ଗତ ୧୦-୧୫ ବର୍ଷ ମଧ୍ୟରେ ଚଳିତ ବର୍ଷ ଅଧକ ଗରମ ଅନୁଭୂତ ହେବ। କାରଣ ଗତ ବର୍ଷ ତୁଳନାରେ ଚଳିତଥର ବିକ୍ରିରେ ୩୦ ପ୍ରତିଶତରୁ ଅଧିକ ଅଭିବୃଦ୍ଧି ପଞ୍ଜିକରଣ ବେହା ନେଇ ଆଶା କରାଯାଉଛି। ଶିଳ୍ପ ସୂତ୍ରରୁ ପ୍ରକାଶ ଯେ ଏସି ବଜାର ଗତ ବର୍ଷ ତଳନାରେ ଏ ବର୍ଷ ୧୫ ପ୍ରତିଶତ ଅଭିବୃଦ୍ଧି କରିଥିବାବେଳେ ରେଫ୍ରିଜରେଟର ବିକ୍ରି ପ୍ରାୟ ପୂର୍ବ ବର୍ଷ ଭଳି ସ୍ଥିର ରହିଛି।

ଏଥର ଖରାକୁ ଦେଖି ଅନେକ ଆଇସକ୍ରିମ ଏବଂ ମୃଦୁ ପାନୀୟ କମ୍ପାନୀ ମଧ୍ୟ ବିକ୍ରିରେ ୨୦-୩୦ ପ୍ରତିଶତ ବୃଦ୍ଧି ଆଶା କରୁଛନ୍ତି। ଗ୍ରୀଷ୍ମର ଉତ୍ତାପକୁ ଦୃଷ୍ଟିରେ ରଖି ଆଇସକ୍ରିମ୍ ନିର୍ମାତା ବାସ୍କିନ୍ ରବିନ୍ସ ଚଳିତ ସିଜନରେ ପୂର୍ବ ବର୍ଷ ତୁଳନାରେ ପ୍ରାୟ ୨୦ ପ୍ରତିଶତ ଅଭିବୃଦ୍ଧି ଆଶା କରୁଛି। ସାରା ଦେଶରେ ଯେଉଁଭଳି ଭାବେ ଗ୍ରୀଷ୍ମ ପ୍ରବାହ ବଢ଼ୁଛି ତାହାକୁ ବିଚାରକୁ ନେଇ ସମସ୍ତଙ୍କ ପାଇଁ ଏକ ରେଫ୍ରିଜରେଟର କିମ୍ବା ଏସି ବର୍ତ୍ତମାନ ଏକ ଜରୁରୀ ଆବଶ୍ୟକତା ପାଲଟିଛି।

ଉଦାହରଣ ସ୍ୱରୂପ, ୯୦ ପ୍ରତିଶତ ଗ୍ରାହକ ପ୍ରଥମ ଥର ପାଇଁ ଏସି କିଣୁଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ପ୍ରାୟ ୬୦ ପ୍ରତିଶତ ଛୋଟ ସହରରୁ ଆସିଛନ୍ତି। ହାୟର୍ ଆପ୍ଲାଏନ୍ସ ଇଣ୍ଡିଆ କରିଥÒବା ଆକଳନ ଅନୁଯାୟୀ, ଏସି ବିକ୍ରିରେ ୩୫ରୁ ୪୦ ପ୍ରତିଶତ ଅଭିବୃଦ୍ଧି ଏବଂ ଏ ବର୍ଷରେ ରେଫ୍ରିଜରେଟର ବିକ୍ରିରେ ୩୦ ପ୍ରତିଶତ ଅଭିବୃଦ୍ଧି ଘଟିବାକୁ ଯାଉଛି। ସେହିପରି ଗୋଦ୍ରେଜ୍ ଆପ୍ଲାଏନ୍ସର କହିବାନୁଯାୟୀ, ରେଫ୍ରିଜରେଟର ବର୍ଗରେ ୩୦ ପ୍ରତିଶତରୁ ଅଧିକ ଅଭିବୃଦ୍ଧି ଘଟିଛି। ସେହିପରି ଏସି ବିକ୍ରିରେ ୬୦ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିବା ଆଶା କରାଯାଉଛି।