ମହାନଦୀରେ ବୁଡିଲା ଯାତ୍ରୀବାହୀ ଡଙ୍ଗା : ୧ ମୃତ, ୬ ନିଖୋଜ

ଝାରସୁଗୁଡ଼ା : ମହାନଦୀରେ ଯାତ୍ରୀବାହୀ ଡଙ୍ଗା ବୁଡି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ନିଖେଜେ ହୋଇଛନ୍ତି। ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଶରଧା ନିକଟ ଘଟିଛି ଏହି ଅଘଟଣ।  ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଶରଧାରୁ ଲୋକେ ବରଗଡ଼ ବାଞ୍ଜିପାଲିକୁ ଯାଉଥିବା ବେଳେ ଡଙ୍ଗାଟି ବୁଡି ଯାଇଥିଲା। ଡଙ୍ଗାରେ ପ୍ରାୟ ୫୦ ରୁ ଉର୍ଦ୍ଧ ମହିଳା, ପୁରୁଷ ଓ ଛୋଟ ଛୁଆ ଥିବା ଜଣା ପଡ଼ିଛି । ନିକଟରେ ଥିବା ମାଛ ଧରାଳି ଡ଼ଙ୍ଗା […]

ମହାନଦୀରେ ବୁଡିଲା ଯାତ୍ରୀବାହୀ ଡଙ୍ଗା : ୧ ମୃତ, ୬ ନିଖୋଜ
boat sank in the river, one dead, 6 missing

ଝାରସୁଗୁଡ଼ା : ମହାନଦୀରେ ଯାତ୍ରୀବାହୀ ଡଙ୍ଗା ବୁଡି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ନିଖେଜେ ହୋଇଛନ୍ତି। ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଶରଧା ନିକଟ ଘଟିଛି ଏହି ଅଘଟଣ।  ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଶରଧାରୁ ଲୋକେ ବରଗଡ଼ ବାଞ୍ଜିପାଲିକୁ ଯାଉଥିବା ବେଳେ ଡଙ୍ଗାଟି ବୁଡି ଯାଇଥିଲା।

ଡଙ୍ଗାରେ ପ୍ରାୟ ୫୦ ରୁ ଉର୍ଦ୍ଧ ମହିଳା, ପୁରୁଷ ଓ ଛୋଟ ଛୁଆ ଥିବା ଜଣା ପଡ଼ିଛି । ନିକଟରେ ଥିବା ମାଛ ଧରାଳି ଡ଼ଙ୍ଗା ଚାଳକ ମାନେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ। ଘଟଣା ସ୍ଥଳରେ ଜଣଙ୍କ ମୃତ ହୋଇଥିବା ବେଳେ ୬ ନିଖୋଜ ଥିବା ସୂଚନା । ନିଖୋଜ ୬ଜଣ ଯାତ୍ରୀଙ୍କୁ ଖୋଜାଖୋଜି କରାଯାଉଛି। ଜିଲ୍ଲା ସଦରମହକୁମା ଠାରୁ ୧୦୦ କିମି ଦୁରରେ ଘଟିଛି ଏହି ଅଘଟଣ। ସୂଚନା ଅନୁସାରେ ଯାତ୍ରୀଙ୍କୁ ଶରଧାରୁ ବାଞ୍ଜିପାଲିକୁ ଯାଉଥିବା ବେଳେ ହଠାତ କୌଣସି କାରଣ ବସତ ଡଙ୍ଗା ବୁଡ଼ିଯାଇଥିଲା । ମହାନଦୀରେ ମାଛ ଧରୁଥିବା ମାଛ ଧରାଳି ମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟ କରିଥିଲେ । ଖବର ପାଇ ଓଡ୍ରାଫ ଓ ଅଗ୍ନିଶମବାହିନୀ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରହିଛନ୍ତି। ଖବର ଲେଖାଯିବା ସମୟ ସୁଦ୍ଧା ନିଖୋଜ ମାନଙ୍କୁ ଉଦ୍ଧାର କରାଯାଇନାହିଁ।