ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କଲା ରବି ଶାସ୍ତ୍ରୀଙ୍କ ଫଟୋ, ଦ୍ୱନ୍ଦ୍ୱରେ ପ୍ରଶଂସକ

ମୁମ୍ବାଇ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ପ୍ରଶିକ୍ଷକ ରବି ଶାସ୍ତ୍ରୀ ହଠାତ୍ ଆଇପିଏଲ୍ ୨୦୨୪ ମଧ୍ୟରେ ଲାଇମ୍ ଲାଇଟ୍‌କୁ ଆସିଛନ୍ତି। ଏଥର ପୂର୍ବତନ କୋଚ୍ ତାଙ୍କ ବିବୃତ୍ତି କିମ୍ବା ମନ୍ତବ୍ୟ ଯୋଗୁଁ ନୁହେଁ ବରଂ ତାଙ୍କର ସୋସିଆଲ ମିଡିଆର ପୋଷ୍ଟ ପାଇଁ ଖବରର ଶିରୋନାମାକୁ ଆସିଛନ୍ତି। ରବି ଶାସ୍ତ୍ରୀ ଗାଧୋଇବା ପରେ ଗାଧୁଆ ଡ୍ରେସ୍‌ ପିନ୍ଧି ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି। ସବୁଠୁ ବଡ଼ ଆଶ୍ଚର୍ଯ୍ୟଜନକ କଥା ହେଲା ଏହି ଫଟୋରେ ସେ […]

ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କଲା ରବି ଶାସ୍ତ୍ରୀଙ୍କ ଫଟୋ, ଦ୍ୱନ୍ଦ୍ୱରେ ପ୍ରଶଂସକ
Ravi Shastri Declares He Is 'Hottie, Naughty And Sixtyyyy'

ମୁମ୍ବାଇ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ପ୍ରଶିକ୍ଷକ ରବି ଶାସ୍ତ୍ରୀ ହଠାତ୍ ଆଇପିଏଲ୍ ୨୦୨୪ ମଧ୍ୟରେ ଲାଇମ୍ ଲାଇଟ୍‌କୁ ଆସିଛନ୍ତି। ଏଥର ପୂର୍ବତନ କୋଚ୍ ତାଙ୍କ ବିବୃତ୍ତି କିମ୍ବା ମନ୍ତବ୍ୟ ଯୋଗୁଁ ନୁହେଁ ବରଂ ତାଙ୍କର ସୋସିଆଲ ମିଡିଆର ପୋଷ୍ଟ ପାଇଁ ଖବରର ଶିରୋନାମାକୁ ଆସିଛନ୍ତି। ରବି ଶାସ୍ତ୍ରୀ ଗାଧୋଇବା ପରେ ଗାଧୁଆ ଡ୍ରେସ୍‌ ପିନ୍ଧି ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି। ସବୁଠୁ ବଡ଼ ଆଶ୍ଚର୍ଯ୍ୟଜନକ କଥା ହେଲା ଏହି ଫଟୋରେ ସେ ଲେଖିଥିବା କ୍ୟାପସନ। ଏହା ଦେଖିବା ପରେ ପ୍ରଶଂସକମାନେ ଭିନ୍ନ ପ୍ରତିକ୍ରିୟା ଦେଉଥିବାର ଦେଖାଯାଇଛି। ଏହି ଫଟୋ ଭାଇରାଲ ହେବା ପରେ ରବି ଶାସ୍ତ୍ରୀ ଆଉ ଦୁଇଟି ଫଟୋ ପୋଷ୍ଟ କରିଛନ୍ତି, ଯାହା ପରେ ପ୍ରଶଂସକମାନେ ଦ୍ୱନ୍ଦ୍ୱରେ ପଡିଯାଇଛନ୍ତି।


ରବି ଶାସ୍ତ୍ରୀ ତାଙ୍କ ଫଟୋ ସହିତ କ୍ୟାପସନରେ ଲେଖିଛନ୍ତି, ‘I am hottie, I am naughty, I am sixtyyyy’। ଏହା ଦେଖିବା ପରେ ଅନେକ ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଜଣେ ଉପଭୋକ୍ତା ଲେଖିଛନ୍ତି ଯେ ରବି ଶାସ୍ତ୍ରୀ ଜୀ ଏପରି ପୋଷ୍ଟ କରିପାରିବେ ନାହିଁ। ଏହି ସମୟରେ, ଅନ୍ୟ ଜଣେ ସୋସିଆଲ ମିଡିଆ ଉପଭୋକ୍ତା ଲେଖିଛନ୍ତି, ଶାସ୍ତ୍ରୀ ଜୀଙ୍କ ଆକାଉଣ୍ଟ ହ୍ୟାକ୍ ହୋଇଥାଇପାରେ।


ବିଜ୍ଞାପନ ଭିଡିଓ ସୁଟ୍‌ କରିଛନ୍ତି ରବି ଶାସ୍ତ୍ରୀ ଓ ବିରେନ୍ଦ୍ର ସେହୱାଗ

ରବି ଶାସ୍ତ୍ରୀଙ୍କ ଏହି ଫଟୋ ସବୁ ଭାଇରାଲ ହେବାପରେ ପ୍ରଶଂସକ ଦ୍ୱନ୍ଦ୍ୱରେ ପଡିଥିବା ବେଳେ ଏବେ ଘଟଣା ଉପରୁ ପରଦା ଉଠିଛି। ଅସଲରେ ଯେଉଁ ଫଟୋ ସବୁ ରବି ଶାସ୍ତ୍ରୀ ପୋଷ୍ଟ କରିଥିଲେ ତାହା ଏକ ବିଜ୍ଞାପନ ଭିଡିଓ ସୁଟ୍‌ର ଥିଲା। ଏହି ଭିଡିଓରେ କେବଳ ରବି ଶାସ୍ତ୍ରୀ ନୁହଁନ୍ତି ପୂର୍ବତନ ଭାରତୀୟ ଓପନର ବ୍ୟାଟର ବିରେନ୍ଦ୍ର ସେହୱାଗ ମଧ୍ୟ ରହିଛନ୍ତି। ରବି ଶାସ୍ତ୍ରୀ ଏବଂ ବିରେନ୍ଦ୍ର ସେହୱାଗ ଯାହା ତାଙ୍କ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଯେଉଁଥିରେ ହୋଟେଲ ବୁଙ୍କିଂ ଆପ୍‌ ‘ମେକ୍‌ ମାଇଁ ଟ୍ରିପ୍‌’ ପାଇଁ ବିଜ୍ଞାପନ ସୁଟ୍‌ କରାଯାଇଥିବା ଜଣାପଡିଛି।