ପ୍ରାର୍ଥୀ ବଦଳାଇବ ଭାଜପା, ଦିନେ ଦୁଇଦିନ ଭିତରେ ବଡ଼ ଘୋଷଣା
ଭୁବନେଶ୍ୱର,୧୦।୪: ମୁଣ୍ଡ ଉପରେ ନିର୍ବାଚନ। ଟିକେଟ୍ ଆଶାୟୀଙ୍କୁ ଟିକେଟ୍ ମିଳିବା ପରେ ଆରମ୍ଭ କଲେଣି ନିର୍ବାଚନୀ ପ୍ରଚାର। ହେଲେ ବାକି ଟିକେଟ୍ ଆଶାୟୀ ଏବେ ପ୍ରାର୍ଥୀ ଘୋଷଣା ନେଇ ଅପେକ୍ଷାରେ ଅଛନ୍ତି। ଓଡିଶାରେ ୩ଦଳ ଭାଜପା, ବିଜେଡି ଓ କଂଗ୍ରେସ ଅଧା ପ୍ରାର୍ଥୀ ଘୋଷଣା କରିଥିବାବେଳେ ଆଉ କିଛି ବାକି ରହିଛି। ଯାହାକୁ ନେଇ ଖୁବ ଶୀଘ୍ର ଭାଜପାର ବାକି ଥିବା ପ୍ରାର୍ଥୀ ତାଲିକା ଆସିବ ବୋଲି ଓଡ଼ିଶା ଭାଜପାର ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମର […] The post ପ୍ରାର୍ଥୀ ବଦଳାଇବ ଭାଜପା, ଦିନେ ଦୁଇଦିନ ଭିତରେ ବଡ଼ ଘୋଷଣା appeared first on Dharitri Odia News.
ଭୁବନେଶ୍ୱର,୧୦।୪: ମୁଣ୍ଡ ଉପରେ ନିର୍ବାଚନ। ଟିକେଟ୍ ଆଶାୟୀଙ୍କୁ ଟିକେଟ୍ ମିଳିବା ପରେ ଆରମ୍ଭ କଲେଣି ନିର୍ବାଚନୀ ପ୍ରଚାର। ହେଲେ ବାକି ଟିକେଟ୍ ଆଶାୟୀ ଏବେ ପ୍ରାର୍ଥୀ ଘୋଷଣା ନେଇ ଅପେକ୍ଷାରେ ଅଛନ୍ତି। ଓଡିଶାରେ ୩ଦଳ ଭାଜପା, ବିଜେଡି ଓ କଂଗ୍ରେସ ଅଧା ପ୍ରାର୍ଥୀ ଘୋଷଣା କରିଥିବାବେଳେ ଆଉ କିଛି ବାକି ରହିଛି। ଯାହାକୁ ନେଇ ଖୁବ ଶୀଘ୍ର ଭାଜପାର ବାକି ଥିବା ପ୍ରାର୍ଥୀ ତାଲିକା ଆସିବ ବୋଲି ଓଡ଼ିଶା ଭାଜପାର ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମର ସୂଚନା ଦେଇଛନ୍ତି।
୨୦ ତାରିଖ ପୂର୍ବରୁ ସମସ୍ତ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ ବୋଲି ସେ କହିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗୋଟିଏ ଆସନ ପାଇଁ ପ୍ରାର୍ଥୀ ବଦଳି ପାରନ୍ତି ବୋଲି ତୋମର କହିଛନ୍ତି। ସଂରକ୍ଷିତ ଆସନରେ ତ୍ରୁଟି ଯୋଗୁଁ ସେଠି ପ୍ରାର୍ଥୀ ବଦଳିପାରେ ପାରେ ବୋଲି ସୂଚନା ଦେଇଛନ୍ତି।
The post ପ୍ରାର୍ଥୀ ବଦଳାଇବ ଭାଜପା, ଦିନେ ଦୁଇଦିନ ଭିତରେ ବଡ଼ ଘୋଷଣା appeared first on Dharitri Odia News.