ପ୍ରିଜାଇଡ଼ିଂ ଅଫିସର ନିଲମ୍ବିତ
କଟକ : କଟକ ଜିଲ୍ଲା ନିଆଳି ନିର୍ବାଚନ ମଣ୍ଡଳୀରେ ୭୫ନଂ ବୁଥ୍ରେ ନିୟୋଜିତ ପ୍ରିଜାଇଡିଂ ଅଧିକାରୀ ନିଲମ୍ବିତ । ନିର୍ବାଚନ କାର୍ଯ୍ୟରେ ଅବହେଳା ପାଇଁ ପ୍ରିଜାଇଡ଼ିଂ ଅଫିସର ଲକ୍ଷ୍ମୀନାରାୟଣ ଦାସଙ୍କୁ ନିଲମ୍ବନ କରିଛନ୍ତି କଟକ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଅରିନ୍ଦମ ଡାକୁଆ । କଟକ ହରେକୃଷ୍ଣ ମହତାବ ସଂସ୍କୃତ ମହାବିଦ୍ୟାଳୟରଅଧ୍ୟାପକ ଥିବା ଲକ୍ଷ୍ମୀନାରାୟଣ ଦାଶ ନିଆଳିରେ ପ୍ରିଜାଇଡ଼ିଂ ଅଫିସର ଭାବରେ ନିୟୋଜିତ ହୋଇଥିଲେ । ସୂଚନାନୁସାରେ,ଆଜି ଓଡ଼ିଶାରେ ଶେଷ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହୋଇଯାଇଛି […]

କଟକ : କଟକ ଜିଲ୍ଲା ନିଆଳି ନିର୍ବାଚନ ମଣ୍ଡଳୀରେ ୭୫ନଂ ବୁଥ୍ରେ ନିୟୋଜିତ ପ୍ରିଜାଇଡିଂ ଅଧିକାରୀ ନିଲମ୍ବିତ । ନିର୍ବାଚନ କାର୍ଯ୍ୟରେ ଅବହେଳା ପାଇଁ ପ୍ରିଜାଇଡ଼ିଂ ଅଫିସର ଲକ୍ଷ୍ମୀନାରାୟଣ ଦାସଙ୍କୁ ନିଲମ୍ବନ କରିଛନ୍ତି କଟକ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଅରିନ୍ଦମ ଡାକୁଆ । କଟକ ହରେକୃଷ୍ଣ ମହତାବ ସଂସ୍କୃତ ମହାବିଦ୍ୟାଳୟରଅଧ୍ୟାପକ ଥିବା ଲକ୍ଷ୍ମୀନାରାୟଣ ଦାଶ ନିଆଳିରେ ପ୍ରିଜାଇଡ଼ିଂ ଅଫିସର ଭାବରେ ନିୟୋଜିତ ହୋଇଥିଲେ ।
ସୂଚନାନୁସାରେ,ଆଜି ଓଡ଼ିଶାରେ ଶେଷ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହୋଇଯାଇଛି । ଦେଶର ସପ୍ତମ ତଥା ଓଡ଼ିଶାର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟର ୬ଟି ଆସନ ପାଇଁ ମତଦାନ ହେଉଥିବା ବେଳେ ୪୨ଟି ବିଧାନସଭା ଆସନ ପାଇଁ ଚାଲିଛି ଫାଇଟ୍ । ‘ନିର୍ବାଚନର କ୍ଲାଇମାକ୍ସ’ରେ ମୋଟ ୪୬୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଏବଂ ଭବିଷ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର । ୨୦୨୪ ରାଜନୀତି ଲଢେଇର ଅନ୍ତିମ ପର୍ଯ୍ୟାୟରେ ୬୬ ଜଣ ଲୋକସଭା ପ୍ରାର୍ଥୀ ଏବଂ ୩୯୪ ଜଣ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ଭୋଟର ନିଜ ମତଦାନ କରୁଛନ୍ତି । ଆଜି ଦିନ ୩ ତା ସୁଦ୍ଧା ରାଜ୍ୟରେ ୪୯.୭୭% ମତଦାନ ହୋଇଥିବା ସୂଚନା ମିଳିଛି ।