ପ୍ରିମିୟର ଲିଗ୍, ଫ୍ରେଣ୍ଡସ ଇଲେଭେନ ଚାମ୍ପିୟନ
ଖଲ୍ଲିକୋଟ,୧୮ା୫(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ୍ ଶ୍ରୀକୃଷ୍ଣ ଶରଣପୁର ଲୋଙ୍ଘର ଗ୍ରାମରେ ଲୋଙ୍ଘର ପ୍ରିମୀୟର ଲିଗ ଅନୁଷ୍ଠିତ ହୋଇଛି। ଏଥିରେ ୪ଟି ଦଳ ଭାଗ ନେଇଥିଲେ। ଫାଇନାଲରେ ଫ୍ରେଣ୍ଡସ ୧୧ ଏବଂ ଏମ୍ସି ଓଆରିଆର ଟିମ୍ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। ଫ୍ରେଣ୍ଡସ ଟିମ୍ ଚାମ୍ପିୟନ ହୋଇଥିଲା। ଏମ୍ସି ଓଆରିଆର ଟିମ୍ ରନର ହୋଇଥିଲେ। ୱନର ଟିମ ନଗଦ ୫ ହଜାର ସହ କପ ନେଇଥିବା ବେଳେ ରନର ଟିମ ୪ ହଜାର ଏବଂ […] The post ପ୍ରିମିୟର ଲିଗ୍, ଫ୍ରେଣ୍ଡସ ଇଲେଭେନ ଚାମ୍ପିୟନ appeared first on Dharitri Odia News.
ଖଲ୍ଲିକୋଟ,୧୮ା୫(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ୍ ଶ୍ରୀକୃଷ୍ଣ ଶରଣପୁର ଲୋଙ୍ଘର ଗ୍ରାମରେ ଲୋଙ୍ଘର ପ୍ରିମୀୟର ଲିଗ ଅନୁଷ୍ଠିତ ହୋଇଛି। ଏଥିରେ ୪ଟି ଦଳ ଭାଗ ନେଇଥିଲେ। ଫାଇନାଲରେ ଫ୍ରେଣ୍ଡସ ୧୧ ଏବଂ ଏମ୍ସି ଓଆରିଆର ଟିମ୍ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। ଫ୍ରେଣ୍ଡସ ଟିମ୍ ଚାମ୍ପିୟନ ହୋଇଥିଲା।
ଏମ୍ସି ଓଆରିଆର ଟିମ୍ ରନର ହୋଇଥିଲେ। ୱନର ଟିମ ନଗଦ ୫ ହଜାର ସହ କପ ନେଇଥିବା ବେଳେ ରନର ଟିମ ୪ ହଜାର ଏବଂ କପ୍ ପାଇଥିଲେ। କାହ୍ନା ତରେଇ ବେଷ୍ଟ ବ୍ୟାଟ୍ସ ମ୍ୟାନ୍ କପ ପାଇଥିବା ବେଳେ କୁମର ପ୍ରଧାନ ବେଷ୍ଟଅଫ ସିରିଜ ପୁରସ୍କାର ପାଇଥିଲେ। ବରିଷ୍ଠ ଭାଜପା ନେତା ରାମଚନ୍ଦ୍ର ପାହାନ ଅତିଥି ରୂପେ ଯୋଗ ଦେଇ ବିଜୟୀ ଟିମ୍କୁ ପୁରସ୍କାର ବିତରଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ଖେଳାଳି ଅଭିମନ୍ୟୁ ପାହାନ, ପର୍ଶୁରାମ ସାହୁ, ବିରାଟ ପାହାନଙ୍କ ସମେତ ବହୁ ଅଞ୍ଚଳବାସୀ ଉପସ୍ଥିତ ଥିଲେ।
The post ପ୍ରିମିୟର ଲିଗ୍, ଫ୍ରେଣ୍ଡସ ଇଲେଭେନ ଚାମ୍ପିୟନ appeared first on Dharitri Odia News.