ପ୍ରିୟଙ୍କା ଗାନ୍ଧୀଙ୍କ ବିଜୟକୁ ସହଜ କରିବନି ସିପିଆଇ, ୱାୟନାଡ ଉପନିର୍ବାଚନରେ ପ୍ରାର୍ଥୀ ଦେବା ପାଇଁ ଘୋଷଣା
ନୂଆଦିଲ୍ଲୀ: ପ୍ରିୟଙ୍କା ଗାନ୍ଧୀଙ୍କ ବିରୋଧରେ ୱାୟନାଡରୁ ପ୍ରାର୍ଥୀ ଓହ୍ଲାଇବ ଲେଫ୍ଟ ପାର୍ଟି । ଭାରତୀୟ କମ୍ୟୁନିଷ୍ଟ ପାର୍ଟି ମଙ୍ଗଳବାର ଏହି ଘୋଷଣା କରିଛି । ପାର୍ଟିର ପ୍ରଦେଶ ସଚିବ ବିନୟ ବିଶ୍ୱମ ସାମ୍ୱାଦିକଙ୍କୁ କହିଛନ୍ତି ଯେ ବାମ ଲୋକତାନ୍ତ୍ରିକ ମୋର୍ଚ୍ଚା (ଏଲଡିଏଫ)ରେ ସାମିଲ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପ୍ରାର୍ଥୀ ଉପନିର୍ବାଚନ ଲଢିବେ ।ସେ କହିଛନ୍ତି, ଏଥିରେ ସନ୍ଦେହ କଣ ଅଛି ? ସିପିଆଇ ଏବଂ ଏଲଡିଏଫ ଏପରି କିଛି କରିବ ନାହିଁ ଯାହା ବିଜେପି ପାଇଁ ଅନୁକୂଳ ହେବ । ଆମେ ନିଶ୍ଚିତ ରୂପେ ସେଠାରେ ନିଜର ପ୍ରାର୍ଥୀ ଦେବୁ । ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରାର୍ଥୀତ୍ୱକୁ ନେଇ ବିନୟ କହିଛନ୍ତି ଯେ କଂଗ୍ରେସ ଯେକୌଣସି ସଂସଦୀୟ କ୍ଷେତ୍ର ପାଇଁ ନିଜ ପ୍ରାର୍ଥୀ ଚୟନ ପାଇଁ ସ୍ୱାଧୀନ ଅଟେ ।ପଢନ୍ତୁ: ଇନ୍ଦିରାଙ୍କଠାରୁ ପ୍ରିୟଙ୍କାଙ୍କ ଯାଏ, ଦକ୍ଷିଣ ଭାରତ ଏବଂ ଗାନ୍ଧୀ ପରିବାରର ରହିଛି ଖାସ୍ ସମ୍ପର୍କବାମ ଦଳ ନେତା ଏହା ମଧ୍ୟ କହିଛନ୍ତି ଯେ ଯଦି କଂଗ୍ରେସ ପାର୍ଟିର ଯୋଜନା ୱାୟନାଡ ଆସନ ଖାଲି କରିବାରେ ଥିଲା, ତେବେ ରାହୁଲ ଗାନ୍ଧୀଙ୍କ ପରେ ଜଣେ ପ୍ରମୁଖ ନେତାଙ୍କୁ ଦକ୍ଷିଣକୁ ଆଣିବାର କୌଣସି ଆବଶ୍ୟକତା ନଥିଲା । ସିପିଆଇର ବରିଷ୍ଠ ନେତା ଏନି ରାଜା ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ନିର୍ବାଚନ ଲଢିଥିଲେ । ତେବେ ରାହୁଲ ଗାନ୍ଧୀ ଏହି ଆସନରୁ ୩୬୪୪୨୨ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ । ୱ
ନୂଆଦିଲ୍ଲୀ: ପ୍ରିୟଙ୍କା ଗାନ୍ଧୀଙ୍କ ବିରୋଧରେ ୱାୟନାଡରୁ ପ୍ରାର୍ଥୀ ଓହ୍ଲାଇବ ଲେଫ୍ଟ ପାର୍ଟି । ଭାରତୀୟ କମ୍ୟୁନିଷ୍ଟ ପାର୍ଟି ମଙ୍ଗଳବାର ଏହି ଘୋଷଣା କରିଛି । ପାର୍ଟିର ପ୍ରଦେଶ ସଚିବ ବିନୟ ବିଶ୍ୱମ ସାମ୍ୱାଦିକଙ୍କୁ କହିଛନ୍ତି ଯେ ବାମ ଲୋକତାନ୍ତ୍ରିକ ମୋର୍ଚ୍ଚା (ଏଲଡିଏଫ)ରେ ସାମିଲ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପ୍ରାର୍ଥୀ ଉପନିର୍ବାଚନ ଲଢିବେ ।
ସେ କହିଛନ୍ତି, ଏଥିରେ ସନ୍ଦେହ କଣ ଅଛି ? ସିପିଆଇ ଏବଂ ଏଲଡିଏଫ ଏପରି କିଛି କରିବ ନାହିଁ ଯାହା ବିଜେପି ପାଇଁ ଅନୁକୂଳ ହେବ । ଆମେ ନିଶ୍ଚିତ ରୂପେ ସେଠାରେ ନିଜର ପ୍ରାର୍ଥୀ ଦେବୁ । ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରାର୍ଥୀତ୍ୱକୁ ନେଇ ବିନୟ କହିଛନ୍ତି ଯେ କଂଗ୍ରେସ ଯେକୌଣସି ସଂସଦୀୟ କ୍ଷେତ୍ର ପାଇଁ ନିଜ ପ୍ରାର୍ଥୀ ଚୟନ ପାଇଁ ସ୍ୱାଧୀନ ଅଟେ ।
ପଢନ୍ତୁ: ଇନ୍ଦିରାଙ୍କଠାରୁ ପ୍ରିୟଙ୍କାଙ୍କ ଯାଏ, ଦକ୍ଷିଣ ଭାରତ ଏବଂ ଗାନ୍ଧୀ ପରିବାରର ରହିଛି ଖାସ୍ ସମ୍ପର୍କ
ବାମ ଦଳ ନେତା ଏହା ମଧ୍ୟ କହିଛନ୍ତି ଯେ ଯଦି କଂଗ୍ରେସ ପାର୍ଟିର ଯୋଜନା ୱାୟନାଡ ଆସନ ଖାଲି କରିବାରେ ଥିଲା, ତେବେ ରାହୁଲ ଗାନ୍ଧୀଙ୍କ ପରେ ଜଣେ ପ୍ରମୁଖ ନେତାଙ୍କୁ ଦକ୍ଷିଣକୁ ଆଣିବାର କୌଣସି ଆବଶ୍ୟକତା ନଥିଲା । ସିପିଆଇର ବରିଷ୍ଠ ନେତା ଏନି ରାଜା ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ନିର୍ବାଚନ ଲଢିଥିଲେ । ତେବେ ରାହୁଲ ଗାନ୍ଧୀ ଏହି ଆସନରୁ ୩୬୪୪୨୨ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ । ୱାୟନାଡ ଆସନରେ ତୃତୀୟ ସ୍ଥାନରେ ଥିଲେ ବିଜେପି ରାଜ୍ୟ ସଭାପତି କେ. ସୁରେନ୍ଦ୍ରନ ।