ଉପଜିଲ୍ଲାପାଳଙ୍କୁ ଗୁହାରୀ କଲେ ଛାତ୍ରଛାତ୍ରୀ, କବିତା ଜରିଆରେ ଜଣାଇଲେ ସମସ୍ୟା

ଆନନ୍ଦପୁର ୨୨/୦୩: ଉପଜିଲ୍ଲାପାଳଙ୍କ ସାମ୍ନାରେ କବିତା ଶୁଣାଇ ସମସ୍ୟା ସମ୍ପର୍କରେ ଅବଗତ କରାଇଲେ ଛାତ୍ରଛାତ୍ରୀ । ଏହାସହ ସମାଧାନ ପାଇଁ ଗୁହାରୀ କଲେ ସ୍କୁଲ ଛାତ୍ର ଛାତ୍ରୀ । ଆନନ୍ଦପୁର ଉପଖଣ୍ଡ ସଢଙ୍ଗ ପଞ୍ଚାୟତ ନସିରପୁର ଗାଁର ଥିବା ବିଦ୍ୟାଳୟକୁ ଥିବା ରାସ୍ତାକୁ ଗାଁର କିଛି ଅସାଧୁ ଲୋକେ ଜବରଦଖଲ କରିଛନ୍ତି । ଯାହା ଫଳରେ ଗାଁ ଲୋକଙ୍କ ଯାତାୟତ ସହ ବର୍ଷା ହେଲେ ବିଶେଷ ଭାବେ ଛାତ୍ର ଛାତ୍ରୀଙ୍କ ପାଇଁ ସ୍କୁଲ ଯିବା କାଠିକର ପାଠ । ସମସ୍ୟା ସମ୍ପର୍କରେ ପୂର୍ବରୁ ଗ୍ରାମବାସୀଙ୍କ ତରଫରୁ ହାଟଡିହି ତହସିଲଦାରଙ୍କ ନିକଟରେ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ କୈାଣସି ସୁଫଳ ମିଳୁନାହିଁ । ତେଣୁ ସମସ୍ୟା ସମ୍ପର୍କରେ ଉପଜିଲ୍ଲାପାଳଙ୍କୁ ଅବଗତ କରିବାକୁ ଅଣ୍ଚା ଭିଡିଥିଲେ କୁନିକୁନି ସ୍କୁଲ ଛାତ୍ର ଛାତ୍ରୀ । ଆଜି ନିଜ ନିଜ ଅବିଭାବକଙ୍କୁ ସାଙ୍ଗରେ ଧରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଁଞ୍ଚି ସମସ୍ୟା ସମ୍ପର୍କରେ ପିଲାମାନେ ଲେଖିଥିବା ଏକ କବିତା ଉପଜିଲ୍ଲାପାଳଙ୍କୁ ଶଣାଇଛନ୍ତି । ଏହାପରେ ଖୁବ୍ ଶୀଘ୍ର ଘଟଣା ସମ୍ପର୍କରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ପିଲାମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଉପଜିଲ୍ଲାପାଳ । 

ଉପଜିଲ୍ଲାପାଳଙ୍କୁ ଗୁହାରୀ କଲେ ଛାତ୍ରଛାତ୍ରୀ, କବିତା ଜରିଆରେ ଜଣାଇଲେ ସମସ୍ୟା

ଆନନ୍ଦପୁର ୨୨/୦୩: ଉପଜିଲ୍ଲାପାଳଙ୍କ ସାମ୍ନାରେ କବିତା ଶୁଣାଇ ସମସ୍ୟା ସମ୍ପର୍କରେ ଅବଗତ କରାଇଲେ ଛାତ୍ରଛାତ୍ରୀ । ଏହାସହ ସମାଧାନ ପାଇଁ ଗୁହାରୀ କଲେ ସ୍କୁଲ ଛାତ୍ର ଛାତ୍ରୀ । ଆନନ୍ଦପୁର ଉପଖଣ୍ଡ ସଢଙ୍ଗ ପଞ୍ଚାୟତ ନସିରପୁର ଗାଁର ଥିବା ବିଦ୍ୟାଳୟକୁ ଥିବା ରାସ୍ତାକୁ ଗାଁର କିଛି ଅସାଧୁ ଲୋକେ ଜବରଦଖଲ କରିଛନ୍ତି । 


ଯାହା ଫଳରେ ଗାଁ ଲୋକଙ୍କ ଯାତାୟତ ସହ ବର୍ଷା ହେଲେ ବିଶେଷ ଭାବେ ଛାତ୍ର ଛାତ୍ରୀଙ୍କ ପାଇଁ ସ୍କୁଲ ଯିବା କାଠିକର ପାଠ । ସମସ୍ୟା ସମ୍ପର୍କରେ ପୂର୍ବରୁ ଗ୍ରାମବାସୀଙ୍କ ତରଫରୁ ହାଟଡିହି ତହସିଲଦାରଙ୍କ ନିକଟରେ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ କୈାଣସି ସୁଫଳ ମିଳୁନାହିଁ । ତେଣୁ ସମସ୍ୟା ସମ୍ପର୍କରେ ଉପଜିଲ୍ଲାପାଳଙ୍କୁ ଅବଗତ କରିବାକୁ ଅଣ୍ଚା ଭିଡିଥିଲେ କୁନିକୁନି ସ୍କୁଲ ଛାତ୍ର ଛାତ୍ରୀ । 


ଆଜି ନିଜ ନିଜ ଅବିଭାବକଙ୍କୁ ସାଙ୍ଗରେ ଧରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଁଞ୍ଚି ସମସ୍ୟା ସମ୍ପର୍କରେ ପିଲାମାନେ ଲେଖିଥିବା ଏକ କବିତା ଉପଜିଲ୍ଲାପାଳଙ୍କୁ ଶଣାଇଛନ୍ତି । ଏହାପରେ ଖୁବ୍ ଶୀଘ୍ର ଘଟଣା ସମ୍ପର୍କରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ପିଲାମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଉପଜିଲ୍ଲାପାଳ ।