ଦିଲ୍ଲୀରେ କମିଲା ଭୋଟ୍ ହାର; ଏଥର ୬୦.୪୪% ମତଦାନ, ଦକ୍ଷିଣ-ପୂର୍ବ ଦିଲ୍ଲୀରେ ସବୁଠୁ କମ୍

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଶେଷ । ଇଭିଏମରେ ସିଲ୍ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । ୭୦ ଆସନର ସମସ୍ତ ଇଭିଏମ୍ ଷ୍ଟ୍ରଙ୍ଗରୁମରେ ରଖାଯାଇଛି । ଆସନ୍ତା ଫେବ୍ରୁଆରୀ ୮ରେ ଭୋଟ୍ ଗଣତି ହେବ । ତେବେ ନିର୍ବାଚନ କମିଶନରଙ୍କ ତଥ୍ୟ ଅନୁଯାୟୀ, ଏଥର ଦିଲ୍ଲୀ ବିଧାନସଭା ନିର୍ବାଚନରେ କମିଛି ଭୋଟିଂ ହାର । ୬୦.୪୪% ମତଦାନ ହୋଇଥିବା ଜଣାପଡ଼ିଛି । ସର୍ବାଧିକ ମତଦାନ ଉତ୍ତର-ପୂର୍ବ ଦିଲ୍ଲୀରେ ହୋଇଛି । ସେଠାରେ ଭୋଟିଂ ହାର ୬୬.୨୫% ରହିଛି । ସେହିପରି ଦକ୍ଷିଣ-ପୂର୍ବ ଦିଲ୍ଲୀରେ ସବୁଠୁ କମ୍‌ ମତଦାନ ୫୬.୧୬%  ରେକର୍ଡ କରାଯାଇଛି । ନୂଆଦିଲ୍ଲୀ ଆସନରେ ୫୭% ମତଦାନ, ଦକ୍ଷିଣ-ପଶ୍ଚିମ ଦିଲ୍ଲୀରେ ୬୦.୧୯%, ପୂର୍ବ ଦିଲ୍ଲୀରେ ୬୧.୮୨%, ଉତ୍ତରରେ ୫୯.୨୮ ପ୍ରତିଶତ, ଉତ୍ତର ପଶ୍ଚିମରେ ୬୦.୩୩% ଲୋକ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ।  ଦିଲ୍ଲୀ ବିଧାନସଭାର ବିଗତ ୩ଟି ନିର୍ବାଚନ ତୁଳନାରେ ଏଥର କମ୍‌ ଭୋଟିଂ ହୋଇଛି । ୨୦୧୩ରେ ୬୫.୬୩% ମତଦାନ ହୋଇଥିଲା । ୨୦୧୫ରେ ୬୭.୧୨% ଓ ୨୦୨୦ରେ ୬୨.୫୯% ଭୋଟିଂ ହୋଇଥିଲା । ୨୦୧୫ରୁ ଏଠାରେ ଆମ୍‌   ଆଦ୍‌ମୀ ପାର୍ଟି ସରକାରରେ ରହିଛି । ୨୦୨୦ ବିଧାନସଭା ନିର୍ବାଚନ ସମୟରେ ମୋଟ୍ ୭୦ଟି ଆସନ ମଧ୍ୟରୁ  ଆପ୍‌ ୬୨ଟି ଆସନ ପାଇଥିବାବେଳେ ବିଜେପିକୁ ୮ଟି ଆସନ ମିଳିଥିଲା ଏବଂ କଂଗ୍ରେସ ଖାତା ଶୂନ୍ୟ ଥିଲା ।ଦିଲ୍ଲୀର ୭୦ଟି ବିଧାନସଭା ଆସନ ଲାଗି ଏଥର ମୋଟ୍ ୬୯୯ ପ୍ରାର୍ଥୀ ନିର୍ବାଚନୀ ମଇଦାନକୁ ଓହ୍ଲାଇଥ

ଦିଲ୍ଲୀରେ କମିଲା ଭୋଟ୍ ହାର; ଏଥର ୬୦.୪୪% ମତଦାନ, ଦକ୍ଷିଣ-ପୂର୍ବ ଦିଲ୍ଲୀରେ ସବୁଠୁ କମ୍

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଶେଷ । ଇଭିଏମରେ ସିଲ୍ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । ୭୦ ଆସନର ସମସ୍ତ ଇଭିଏମ୍ ଷ୍ଟ୍ରଙ୍ଗରୁମରେ ରଖାଯାଇଛି । ଆସନ୍ତା ଫେବ୍ରୁଆରୀ ୮ରେ ଭୋଟ୍ ଗଣତି ହେବ । ତେବେ ନିର୍ବାଚନ କମିଶନରଙ୍କ ତଥ୍ୟ ଅନୁଯାୟୀ, ଏଥର ଦିଲ୍ଲୀ ବିଧାନସଭା ନିର୍ବାଚନରେ କମିଛି ଭୋଟିଂ ହାର । ୬୦.୪୪% ମତଦାନ ହୋଇଥିବା ଜଣାପଡ଼ିଛି । ସର୍ବାଧିକ ମତଦାନ ଉତ୍ତର-ପୂର୍ବ ଦିଲ୍ଲୀରେ ହୋଇଛି । ସେଠାରେ ଭୋଟିଂ ହାର ୬୬.୨୫% ରହିଛି । ସେହିପରି ଦକ୍ଷିଣ-ପୂର୍ବ ଦିଲ୍ଲୀରେ ସବୁଠୁ କମ୍‌ ମତଦାନ ୫୬.୧୬%  ରେକର୍ଡ କରାଯାଇଛି । ନୂଆଦିଲ୍ଲୀ ଆସନରେ ୫୭% ମତଦାନ, ଦକ୍ଷିଣ-ପଶ୍ଚିମ ଦିଲ୍ଲୀରେ ୬୦.୧୯%, ପୂର୍ବ ଦିଲ୍ଲୀରେ ୬୧.୮୨%, ଉତ୍ତରରେ ୫୯.୨୮ ପ୍ରତିଶତ, ଉତ୍ତର ପଶ୍ଚିମରେ ୬୦.୩୩% ଲୋକ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ।  

ଦିଲ୍ଲୀ ବିଧାନସଭାର ବିଗତ ୩ଟି ନିର୍ବାଚନ ତୁଳନାରେ ଏଥର କମ୍‌ ଭୋଟିଂ ହୋଇଛି । ୨୦୧୩ରେ ୬୫.୬୩% ମତଦାନ ହୋଇଥିଲା । ୨୦୧୫ରେ ୬୭.୧୨% ଓ ୨୦୨୦ରେ ୬୨.୫୯% ଭୋଟିଂ ହୋଇଥିଲା । ୨୦୧୫ରୁ ଏଠାରେ ଆମ୍‌   ଆଦ୍‌ମୀ ପାର୍ଟି ସରକାରରେ ରହିଛି । ୨୦୨୦ ବିଧାନସଭା ନିର୍ବାଚନ ସମୟରେ ମୋଟ୍ ୭୦ଟି ଆସନ ମଧ୍ୟରୁ  ଆପ୍‌ ୬୨ଟି ଆସନ ପାଇଥିବାବେଳେ ବିଜେପିକୁ ୮ଟି ଆସନ ମିଳିଥିଲା ଏବଂ କଂଗ୍ରେସ ଖାତା ଶୂନ୍ୟ ଥିଲା ।

ଦିଲ୍ଲୀର ୭୦ଟି ବିଧାନସଭା ଆସନ ଲାଗି ଏଥର ମୋଟ୍ ୬୯୯ ପ୍ରାର୍ଥୀ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିଲେ । ଦିଲ୍ଲୀରେ ଆପ୍‌, ବିଜେପି ଓ କଂଗ୍ରେସ ମଧ୍ୟରେ  ତ୍ରିମୁଖୀ ଲଢ଼େଇରେ ହେଉଛି । ଏପଟେ ଏକ୍‌ଜିଟ୍ ପୋଲ୍ ତଥ୍ୟ ଦିଲ୍ଲୀରେ ବିଜେପି ସରକାର ଗଠନ କରିବା ଆଶା ବଢ଼ାଇ ଦେଇଛି । ଦୀର୍ଘ ୨୫ ବର୍ଷ ପରେ ଭାରତୀୟ ଜନତା ପାର୍ଟି ପୁଣି ଥରେ କ୍ଷମତାକୁ ଫେରିପାରେ ବୋଲି କୁହାଯାଉଛି ।