ଶାଶୁଙ୍କ ସର୍ତ୍ତକୁ କଲେ ପେସା, ଏବେ ଦିନକୁ ରୋଜଗାର ଲକ୍ଷ ଲକ୍ଷ

ନୂଆଦିଲ୍ଲୀ ୨୧।୦୭: ସାଢୀ। ଭାରତୀୟ ସଂସ୍କୃତିର ଅନନ୍ୟ ପରିଚୟ । ସେଲିବ୍ରେଟି ହୁଅନ୍ତି କିମ୍ବା ବିଜେନେସ୍‌ ଓମେନ୍‌ ସମସ୍ତେ ସାଢୀ ପିନ୍ଧିଥିବା ଆସନ୍ତି ନଜର । କିନ୍ତୁ ଏହି ସାଢୀ ଜଣେ ମହିଳାଙ୍କ ବଦଳାଇ ଦେଇଛି ଜୀବନ । ବିବାହ ପରେ ଶାଢୀ ପିନ୍ଧିବା ସର୍ତ୍ତରେ ବନ୍ଧା ଥିବା ମହିଳାଙ୍କୁ କରିଦେଇଛି ବିଜନେସ୍‌ ଓମେନ୍‌ । ଆଉ ଏବେ ଦିନକୁ ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା ।ଏହି ମହିଳା ଜଣକ ହେଉଛନ୍ତି ଏବେ ଦେଶର ଘରେ ଘରେ ପରିଚିତ । ସେ ହେଉଛନ୍ତି ଡଲି ଜୈନ୍‌।  ମାତ୍ର ୭ମ ଯାଏଁ ପାଠ ପଢିଥିବା ଡଲି ଏବେ ବଡ ବଡ ସେଲିବ୍ରେଟିଙ୍କ ପ୍ରଥମ ପସନ୍ଦ । କୌଣସି ଫିଲ୍ମ ଷ୍ଟାରଙ୍କ ଓ୍ବେଡିଂ ହେଉ କିମ୍ବା ବିଜନେସ୍‌ମ୍ୟାନଙ୍କ ଘରର ଓ୍ବେଡିଂ ଫଙ୍କସନ୍‌, ସେଠାରେ ନଜର ଆସିଥାନ୍ତି ଡଲି । ତାଙ୍କ ହାତରୁ ଡିଜାଇନ୍‌ ସାଢୀ ପିନ୍ଧିବା ପାଇଁ ସମସ୍ତେ ପାଗଳ ।ଡଲି ଦେଶର ସବୁଠାରୁ ଫେମସ୍‌ ସାଢୀ ଡ୍ରାପିଙ୍ଗ ଆର୍ଟିଷ୍ଟ । ଡଲିଙ୍କୁ ୩୨୫ଟି ଷ୍ଟାଇଲ୍‌ର ଶାଢୀ ପିନ୍ଧାଇବାର କଳା ଜଣା । କେବଳ ଏତିକି ନୁହେଁ, ଡଲିଙ୍କ ନାଁରେ ରହିଛି ଓ୍ବାର୍ଲ୍ଡ ରେକର୍ଡ । ସେ ମାତ୍ର ୧୮.୫ ସେକେଣ୍ଟରେ ପିନ୍ଧେଇ ପାରନ୍ତି ସାଢୀ । ତେବେ ଡଲିଙ୍କୁ ଏହି ସଫଳତା ଏତେ ସହଜରେ ମିଳିନି । ଏଥିପାଇଁ ଡଲି କରିଛନ୍ତି କଠିନ ପରିଶ୍ରମ । ଡଲି ଜୈନ୍‌ ନିଜେ ତାଙ୍କ ଲାଇଫ୍‌ ଷ୍ଟାଇଲ୍‌କୁ ନେଇ ଖୁଲାସା କରିଥିଲେ । ସେ କହିଥିଲେ କି ବିବାହ ସମୟରେ ତାଙ୍କ ଶାଶୁ ତାଙ୍କୁ କେବଳ ସା

ଶାଶୁଙ୍କ ସର୍ତ୍ତକୁ କଲେ ପେସା, ଏବେ ଦିନକୁ ରୋଜଗାର ଲକ୍ଷ ଲକ୍ଷ

ନୂଆଦିଲ୍ଲୀ ୨୧।୦୭: ସାଢୀ। ଭାରତୀୟ ସଂସ୍କୃତିର ଅନନ୍ୟ ପରିଚୟ । ସେଲିବ୍ରେଟି ହୁଅନ୍ତି କିମ୍ବା ବିଜେନେସ୍‌ ଓମେନ୍‌ ସମସ୍ତେ ସାଢୀ ପିନ୍ଧିଥିବା ଆସନ୍ତି ନଜର । କିନ୍ତୁ ଏହି ସାଢୀ ଜଣେ ମହିଳାଙ୍କ ବଦଳାଇ ଦେଇଛି ଜୀବନ । ବିବାହ ପରେ ଶାଢୀ ପିନ୍ଧିବା ସର୍ତ୍ତରେ ବନ୍ଧା ଥିବା ମହିଳାଙ୍କୁ କରିଦେଇଛି ବିଜନେସ୍‌ ଓମେନ୍‌ । ଆଉ ଏବେ ଦିନକୁ ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା ।

ଏହି ମହିଳା ଜଣକ ହେଉଛନ୍ତି ଏବେ ଦେଶର ଘରେ ଘରେ ପରିଚିତ । ସେ ହେଉଛନ୍ତି ଡଲି ଜୈନ୍‌।  ମାତ୍ର ୭ମ ଯାଏଁ ପାଠ ପଢିଥିବା ଡଲି ଏବେ ବଡ ବଡ ସେଲିବ୍ରେଟିଙ୍କ ପ୍ରଥମ ପସନ୍ଦ । କୌଣସି ଫିଲ୍ମ ଷ୍ଟାରଙ୍କ ଓ୍ବେଡିଂ ହେଉ କିମ୍ବା ବିଜନେସ୍‌ମ୍ୟାନଙ୍କ ଘରର ଓ୍ବେଡିଂ ଫଙ୍କସନ୍‌, ସେଠାରେ ନଜର ଆସିଥାନ୍ତି ଡଲି । ତାଙ୍କ ହାତରୁ ଡିଜାଇନ୍‌ ସାଢୀ ପିନ୍ଧିବା ପାଇଁ ସମସ୍ତେ ପାଗଳ ।

ଡଲି ଦେଶର ସବୁଠାରୁ ଫେମସ୍‌ ସାଢୀ ଡ୍ରାପିଙ୍ଗ ଆର୍ଟିଷ୍ଟ । ଡଲିଙ୍କୁ ୩୨୫ଟି ଷ୍ଟାଇଲ୍‌ର ଶାଢୀ ପିନ୍ଧାଇବାର କଳା ଜଣା । କେବଳ ଏତିକି ନୁହେଁ, ଡଲିଙ୍କ ନାଁରେ ରହିଛି ଓ୍ବାର୍ଲ୍ଡ ରେକର୍ଡ । ସେ ମାତ୍ର ୧୮.୫ ସେକେଣ୍ଟରେ ପିନ୍ଧେଇ ପାରନ୍ତି ସାଢୀ । ତେବେ ଡଲିଙ୍କୁ ଏହି ସଫଳତା ଏତେ ସହଜରେ ମିଳିନି । ଏଥିପାଇଁ ଡଲି କରିଛନ୍ତି କଠିନ ପରିଶ୍ରମ । 

ଡଲି ଜୈନ୍‌ ନିଜେ ତାଙ୍କ ଲାଇଫ୍‌ ଷ୍ଟାଇଲ୍‌କୁ ନେଇ ଖୁଲାସା କରିଥିଲେ । ସେ କହିଥିଲେ କି ବିବାହ ସମୟରେ ତାଙ୍କ ଶାଶୁ ତାଙ୍କୁ କେବଳ ସାଢୀ ପିନ୍ଧିବାକୁ କହିଥିଲେ । କିନ୍ତୁ ତାଙ୍କୁ କେବେ ବି ସାଢୀ ପିନ୍ଧିବାକୁ ପସନ୍ଦ ନଥିଲା । ବିବାହ ପୂର୍ବରୁ ସେ ସବୁବେଳେ ଓ୍ବେଷ୍ଟର୍ଣ୍ଣ ଡ୍ରେସ୍‌ ପିନ୍ଧୁଥିଲେ। 

କିନ୍ତୁ ବିବାହ ପରେ ଡଲିଙ୍କ ଆଗରେ ତାଙ୍କ ଶାଶୁ ଏକ ସର୍ତ୍ତ ରଖିଥିଲେ । କହିଥିଲେ କି ତାଙ୍କୁ କେବଳ ସାଢୀ ପିନ୍ଧିବାକୁ କହିଥିଲେ । ଆଉ ଡଲି ସେୟା ମଧ୍ୟ କରିଥିଲେ । ଏହାପରେ ଡଲି ନିଜର ଘୃଣାକୁ ବୃତ୍ତିରେ ପରିଣତ କରିଥିଲେ । ବର୍ତ୍ତମାନ ସେ ଏହି କାମରୁ କରୁଛନ୍ତି ଲକ୍ଷ ଲକ୍ଷର ରୋଜଗାର । ଡଲିଙ୍କୁ ଶାଢୀ ଡ୍ରେପର ପ୍ରଫେସନ ଆରମ୍ଭ କରିବାକୁ ପରାମର୍ଶ ଦେଇଥିଲେ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଶ୍ରୀଦେବୀ ।

ବର୍ତ୍ତମାନ ବଲିଉଡର ଟପ୍‌ ଆକ୍ର୍ଟେସ୍‌ଙ୍କ ଠାରୁ ନିତା ଅମ୍ବାନୀଙ୍କ ଯାଏଁ ସେ ସମସ୍ତଙ୍କର ଫେଭରେଟ୍‌ । ଡଲିଙ୍କୁ ପ୍ରଥମେ ସାଢୀ ପିନ୍ଧିବାକୁ ଲାଗୁଥିଲା ପ୍ରାୟ ୪୫ ମନିଟରୁ ୧ ଘଣ୍ଟାର ସମୟ । ଶାଶୁଘରେ ଶାଢୀ ପିନ୍ଧିବା ପାଇଁ ତାଙ୍କୁ ସକାଳୁ ଶୀଘ୍ର ଉଠିବାକୁ ପଡ଼ୁଥିଲା । ସେ ଭାବିଥିଲେ କି ଦିନେ ନା ଦିନେ ତ ଡ୍ରେସ୍‌ ପିନ୍ଧିବାକୁ ତାଙ୍କୁ ଶାଶୁଙ୍କ ମନେଇ ନେବେ । କିନ୍ତୁ ଶାଶୁଙ୍କ ଜିଦି ଆଗରେ ଫେଲ୍‌ ମାରିଥିଲେ ଡଲି । 

ଏହାପରେ ପ୍ରତିଦିନ ଏତେଗୁଡ଼ିଏ ଶାଢୀ ପିନ୍ଧିବା ଆରମ୍ଭ କଲେ ଯେ ତାଙ୍କ ଫେଭରେଟ୍‌ ହୋଇଗଲା ସାଢୀ । ଏହା ପରେ ଡଲି ସାଢୀ ପିନ୍ଧିବାରେ ହୋଇଗଲେ ମାହିର । ବର୍ତ୍ତମାନ ସେ ସାଢୀ ପିନ୍ଧାଇ ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ । ଡଲିଙ୍କୁ ପ୍ରଥମେ ସାଢୀ ପିନ୍ଧାଇବା ପାଇଁ ମିଳିଥିଲା ୨୫୦ ଟଙ୍କା । 

କିନ୍ତୁ ବର୍ତ୍ତମାନ ଡଲି ଗୋଟିଏ ସାଢୀ ପିନ୍ଧାଇବା ପାଇଁ ନେଉଛନ୍ତି ୨୫ ହଜାରରୁ ୨ଲକ୍ଷ । ନିକଟରେ ଡଲି ଜୈନ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ଓ୍ବେଡିଂର ପ୍ରତ୍ୟେକ ଫଙ୍କସନ୍‌ରେ ଅମ୍ବାନୀ ଲେଡିଜଙ୍କୁ ସାଢୀ ପିନ୍ଧେଇଥିଲେ । ଆଉ ଅମ୍ବାନୀ ପରିବାରଠାରୁ ରୋଜଗାର କରିଥିଲେ ମୋଟା ଅଙ୍କର ଫି ।