ବର୍ଷ ସାରା ପାଇଁ ଆପଣଙ୍କୁ ଭରପୁର ଡାଟା ଦେବ BSNL, ଭ୍ୟାଲିଡିଟି ଏବଂ ଡାଟାକୁ ନେଇ କମିଲା ଚିନ୍ତା

ବର୍ତ୍ତମାନ ରିଚାର୍ଜ ପ୍ଲାନକୁ ନେଇ Jio, Airtel, VI ଏବଂ BSNL ମଧ୍ୟରେ କଡ଼ା ପ୍ରତିଯୋଗିତା ଚାଲିଛି । ସମସ୍ତ ଟେଲିକମ୍ କମ୍ପାନୀ ସେମାନଙ୍କର ୟୁଜର୍ସମାନଙ୍କୁ ଆକର୍ଷିତ କରିବା ପାଇଁ ନୂଆ ରିଚାର୍ଜ ପ୍ଲାନ୍ ଉପସ୍ଥାପନ କରୁଛନ୍ତି । କିନ୍ତୁ ୟୁଜରମାନଙ୍କୁ ଶସ୍ତା ରିଚାର୍ଜ ପ୍ଲାନ୍ ଯୋଗାଇବାରେ କୌଣସି ଟେଲିକମ୍ କମ୍ପାନୀ BSNLକୁ ଟକ୍କର ଦେଇ ପାରିନାହାନ୍ତି । ଦେଶର ଏକମାତ୍ର ସରକାରୀ ଟେଲିକମ୍ କମ୍ପାନୀ BSNL କମ୍ ଦାମ ଥିବା ପ୍ଲାନରେ ଦମଦାର ବେନିଫିଟ୍ ପ୍ରଦାନ କରୁଛି […] The post ବର୍ଷ ସାରା ପାଇଁ ଆପଣଙ୍କୁ ଭରପୁର ଡାଟା ଦେବ BSNL, ଭ୍ୟାଲିଡିଟି ଏବଂ ଡାଟାକୁ ନେଇ କମିଲା ଚିନ୍ତା appeared first on KNews Odisha.

ବର୍ଷ ସାରା ପାଇଁ ଆପଣଙ୍କୁ ଭରପୁର ଡାଟା ଦେବ BSNL, ଭ୍ୟାଲିଡିଟି ଏବଂ ଡାଟାକୁ ନେଇ କମିଲା ଚିନ୍ତା
Bsnl

ବର୍ତ୍ତମାନ ରିଚାର୍ଜ ପ୍ଲାନକୁ ନେଇ Jio, Airtel, VI ଏବଂ BSNL ମଧ୍ୟରେ କଡ଼ା ପ୍ରତିଯୋଗିତା ଚାଲିଛି । ସମସ୍ତ ଟେଲିକମ୍ କମ୍ପାନୀ ସେମାନଙ୍କର ୟୁଜର୍ସମାନଙ୍କୁ ଆକର୍ଷିତ କରିବା ପାଇଁ ନୂଆ ରିଚାର୍ଜ ପ୍ଲାନ୍ ଉପସ୍ଥାପନ କରୁଛନ୍ତି । କିନ୍ତୁ ୟୁଜରମାନଙ୍କୁ ଶସ୍ତା ରିଚାର୍ଜ ପ୍ଲାନ୍ ଯୋଗାଇବାରେ କୌଣସି ଟେଲିକମ୍ କମ୍ପାନୀ BSNLକୁ ଟକ୍କର ଦେଇ ପାରିନାହାନ୍ତି । ଦେଶର ଏକମାତ୍ର ସରକାରୀ ଟେଲିକମ୍ କମ୍ପାନୀ BSNL କମ୍ ଦାମ ଥିବା ପ୍ଲାନରେ ଦମଦାର ବେନିଫିଟ୍ ପ୍ରଦାନ କରୁଛି । ଆଜି ଆମେ ଆପଣଙ୍କୁ ଏପରି ଏକ ପ୍ଲାନ୍ ବିଷୟରେ କହିବାକୁ ଯାଉଛୁ, ଯାହା ସାରା ବର୍ଷ ପାଇଁ ଆପଣଙ୍କୁ ଭରପୁର ଡାଟା ଦେବ । ଥରେ ରିଚାର୍ଜ କରିବା ପରେ ଆପଣଙ୍କୁ ଆସନ୍ତା ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ଭ୍ୟାଲିଡିଟି ଏବଂ ଡାଟାକୁ ନେଇ ଚିନ୍ତା କରିବାକୁ ପଡ଼ିବ ନାହିଁ ।

ଦେଶର ଏକମାତ୍ର ସରକାରୀ କମ୍ପାନୀ ୧,୫୧୫ ଟଙ୍କାର ଡାଟା ପ୍ୟାକ୍ ପ୍ରଦାନ କରୁଛି । ଏହି ପ୍ୟାକରେ ୟୁଜରମାନଙ୍କୁ ୩୬୫ ଦିନର ଭ୍ୟାଲିଡିଟି ମିଳୁଛି । ଏହା ସହିତ ୟୁଜରମାନେ ଦୈନିକ ୨ GB ଡାଟା ହାଇ-ସ୍ପିଡ୍ ଇଣ୍ଟରନେଟ୍ ର ମଜା ନେଇପାରିବେ । ଅର୍ଥାତ୍ ଏହି ପ୍ୟାକରେ ମୋଟ ୭୩୦ GB ଡାଟା ପ୍ରଦାନ କରାଯାଉଛି । କିନ୍ତୁ ଧ୍ୟାନରେ ଥାଉ କି ଏହା ଏକ ଡାଟା ପ୍ୟାକ୍ ତେଣୁ ଏଥିରେ କଲ୍ ଏବଂ SMS ସୁବିଧା ନାହିଁ । ଏହି ପ୍ୟାକ୍ ୟୁଜରମାନଙ୍କୁ ପ୍ରାୟ ଦୈନିକ ୪ ଟଙ୍କା ମୂଲ୍ୟରେ ଏକ ବର୍ଷ  ପାଇଁ ଭ୍ୟାଲିଡିଟି ସହିତ ଭରପୁର ଡାଟା ପ୍ରଦାନ କରୁଛି । ଜିଓ ଏବଂ ଏୟାରଟେଲ ଭଳି ଘରୋଇ କମ୍ପାନୀଗୁଡ଼ିକ ଏହି ମୂଲ୍ୟରେ ଲମ୍ବା ଭ୍ୟାଲିଡିଟି କିମ୍ବା ଏତେ ଡାଟା ଥିବା କୌଣସି ପ୍ଲାନ୍ ଅଫର କରୁ ନାହାନ୍ତି ।

କହି ରଖୁଛି ହୋଲି ଅବସରରେ, BSNL ୧,୪୯୯ ଟଙ୍କାର ରିଚାର୍ଜ ପ୍ଲାନ ଉପରେ ଏକ ସ୍ୱତନ୍ତ୍ର ଅଫର ଘୋଷଣା କରିଥିଲା । ଏହି ପ୍ଲାନର ବୈଧତା ୩୩୬ ଦିନ ଥିଲା, କିନ୍ତୁ କମ୍ପାନୀ ଏକ ସ୍ୱତନ୍ତ୍ର ଅଫର ଆଣି ଏହି ପ୍ଲାନରେ ୨୯ ଦିନ ପାଇଁ ଏକ୍ସଟ୍ରା ଭ୍ୟାଲିଡିଟି ମାଗଣା ଦେବାକୁ ଘୋଷଣା କରିଥିଲା । ଏହି ଅଫର ଅଧୀନରେ ଏବେ ୧,୪୯୯ ଟଙ୍କାରେ ଆପଣ ୩୩୬ ଦିନ ପରିବର୍ତ୍ତେ ୩୬୫ ଦିନର ଭ୍ୟାଲିଡିଟି ପାଇବେ । ପ୍ଲାନର ଅନ୍ୟ ଲାଭ ବିଷୟରେ କହିବାକୁ ଗଲେ, ପ୍ରତିଦିନ ୧୦୦ ଟି SMS ଏବଂ ସାରା ଦେଶରେ ଯେକୌଣସି ନମ୍ବରକୁ ଅସୀମିତ କଲ୍ ପ୍ରଦାନ କରାଯାଉଛି । SMS ଏବଂ କଲିଂର ସୁବିଧା ସମ୍ପୂର୍ଣ୍ଣ ୩୬୫ ଦିନ ପାଇଁ ଉପଲବ୍ଧ ହୋଇପାରିବ । ଏହି ପ୍ଲାନରେ ମୋଟ ୨୪ GB ଡାଟା ଦିଆଯାଉଛି ।

ଯଦି ଆପଣ ଲଙ୍ଗ ଭ୍ୟାଲିଡିଟି ସହିତ ଦୈନିକ ଡାଟା ଚାହୁଁଛନ୍ତି, ତେବେ ଆପଣ କମ୍ପାନୀର ୧,୫୧୫ ଟଙ୍କାର ପ୍ଲାନ୍ କିଣିପାରିବେ । ଏହା ବ୍ୟତୀତ BSNL ତାର ନେଟୱାର୍କକୁ ଉନ୍ନତ କରିବା ଆରମ୍ଭ କରିଛି । କମ୍ପାନୀ ବର୍ଷର ପ୍ରଥମାର୍ଦ୍ଧ ସୁଦ୍ଧା ଦେଶର ୧ ଲକ୍ଷ ନୂଆ ୪G ଟାୱାର ସ୍ଥାପନ କରିବ । ଗତ ବର୍ଷଠାରୁ କମ୍ପାନୀ ସମସ୍ତ ଟେଲିକମ୍ ସର୍କଲରେ ନେଟୱାର୍କକୁ ଅପଗ୍ରେଡ୍ କରୁଛି । ଏପର୍ଯ୍ୟନ୍ତ ୬୫ ହଜାରରୁ ଅଧିକ 4G ମୋବାଇଲ୍ ଟାୱାରକୁ ଲାଇଭ୍ କରାଯାଇଛି । ଆଗାମୀ କିଛି ମାସ ମଧ୍ୟରେ ବାକି ମୋବାଇଲ୍ ଟାୱାରଗୁଡିକ ମଧ୍ୟ ଆକ୍ଟିଭ୍ ହୋଇଯିବ ।

The post ବର୍ଷ ସାରା ପାଇଁ ଆପଣଙ୍କୁ ଭରପୁର ଡାଟା ଦେବ BSNL, ଭ୍ୟାଲିଡିଟି ଏବଂ ଡାଟାକୁ ନେଇ କମିଲା ଚିନ୍ତା appeared first on KNews Odisha.