ରାଜ୍ୟରେ ଶୁକ୍ରବାରଠୁ ମାଟ୍ରିକ୍ ଖାତା, ୫୫ଟି ମୂଲ୍ୟାୟନ କେନ୍ଦ୍ରରେ କଡ଼ା ସୁରକ୍ଷା

ଭୁବନେଶ୍ୱର ୧୫/୦୩: ଆଜିଠୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମାଟ୍ରିକ୍‌ ପରୀକ୍ଷା ଖାତା ସହିତ ମଧ୍ୟମା ଏବଂ ଷ୍ଟେଟ୍‌ ଓପନ ସ୍କୁଲ୍‌ ସାର୍ଟିଫିକେଟ୍‌ ପରୀକ୍ଷା ଖାତା ଦେଖା ଆରମ୍ଭ ହେବ । ରାଜ୍ୟର ୫୫ଟି ମୂଲ୍ୟାୟନ କେନ୍ଦ୍ରରେ କଡ଼ା ସୁରକ୍ଷା ବଳୟରେ ଖାତା ଦେଖା ଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ଏଥିଲାଗି  ପୂର୍ବ ନିଷ୍ପତ୍ତି ମୁତାବକ ମୂଲ୍ୟାୟନ  କେନ୍ଦ୍ରଗୁଡ଼ିକରେ ଗୁରୁବାର ପରୀକ୍ଷକ ତଥା ମୂଲ୍ୟାୟନ କାର୍ଯ୍ୟରେ ନିୟୋଜିତ ଶିକ୍ଷକମାନେ ଯୋଗଦାନ କରିଥିବା  ସୂଚନା ମିଳିଛି । ଅନ୍ୟପକ୍ଷରେ କେତେକ ପରୀକ୍ଷକ ଗୁରୁବାର ନିର୍ବାଚନ  ତାଲିମ୍‌ରେ ଯାଇଥିବାରୁ ସେମାନେ ମୂଲ୍ୟାୟନ କେନ୍ଦ୍ରରେ ଉପସ୍ଥିତ  ହୋଇ ନଥିଲେ । ମାତ୍ର ଶୁକ୍ରବାର ସେମାନେ ଉପସ୍ଥାନ ଦେଇ ସିଧାସଳକ ଖାତା ଦେଖିବେ ବୋଲି  ସୂଚନା ମିଳିଛି । ସେହିପରି ମୂଲ୍ୟାୟନ କେନ୍ଦ୍ରରେ ଆବଶ୍ୟକତା ସ୍ଥଳେ ଜିଲ୍ଲା ଶିକ୍ଷାଧିକାରୀମାନେ ରିଜର୍ଭରେ ରହିଥିବା ଶିକ୍ଷକମାନଙ୍କୁ ମଧ୍ୟ ମୂଲ୍ୟାୟନ କେନ୍ଦ୍ରରେ ନିୟୋଜିତ କରିପାରିବେ ବୋଲି ବୋର୍ଡର ନିର୍ଦ୍ଦେଶ ରହିଛି । ତେବେ ଏହି ମୂଲ୍ୟାୟନ କାର୍ଯ୍ୟରେ ରାଜ୍ୟରେ ୧୫ ହଜାରରୁ ଅଧିକ ଶିକ୍ଷକଙ୍କୁ ବୋର୍ଡ  ପକ୍ଷରୁ ନିୟୋଜିତ କରାଯାଇଛି । ଖାତା ଦେଖା ଲାଗି ମୂଲ୍ୟାୟନ କେନ୍ଦ୍ରରେ ସର୍ବନିମ୍ନ ୯ ଟି ୟୁନିଟ୍‌ ଏବଂ ସର୍ବାଧିକ ୧୩ଟି ୟୁନିଟ୍‌ ରହିଛି । ଖାତା ଦେଖା ଲାଗି ପ୍ରତି ୟୁନିଟ୍‌ରେ ୨୫ ଜଣ ଶିକ୍ଷକଙ୍କୁ ନିୟୋଜିତ  କରାଯାଇଛି । ଏଥି

ରାଜ୍ୟରେ ଶୁକ୍ରବାରଠୁ ମାଟ୍ରିକ୍ ଖାତା, ୫୫ଟି ମୂଲ୍ୟାୟନ କେନ୍ଦ୍ରରେ କଡ଼ା ସୁରକ୍ଷା

ଭୁବନେଶ୍ୱର ୧୫/୦୩: ଆଜିଠୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମାଟ୍ରିକ୍‌ ପରୀକ୍ଷା ଖାତା ସହିତ ମଧ୍ୟମା ଏବଂ ଷ୍ଟେଟ୍‌ ଓପନ ସ୍କୁଲ୍‌ ସାର୍ଟିଫିକେଟ୍‌ ପରୀକ୍ଷା ଖାତା ଦେଖା ଆରମ୍ଭ ହେବ । ରାଜ୍ୟର ୫୫ଟି ମୂଲ୍ୟାୟନ କେନ୍ଦ୍ରରେ କଡ଼ା ସୁରକ୍ଷା ବଳୟରେ ଖାତା ଦେଖା ଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । 


ଏଥିଲାଗି  ପୂର୍ବ ନିଷ୍ପତ୍ତି ମୁତାବକ ମୂଲ୍ୟାୟନ  କେନ୍ଦ୍ରଗୁଡ଼ିକରେ ଗୁରୁବାର ପରୀକ୍ଷକ ତଥା ମୂଲ୍ୟାୟନ କାର୍ଯ୍ୟରେ ନିୟୋଜିତ ଶିକ୍ଷକମାନେ ଯୋଗଦାନ କରିଥିବା  ସୂଚନା ମିଳିଛି । ଅନ୍ୟପକ୍ଷରେ କେତେକ ପରୀକ୍ଷକ ଗୁରୁବାର ନିର୍ବାଚନ  ତାଲିମ୍‌ରେ ଯାଇଥିବାରୁ ସେମାନେ ମୂଲ୍ୟାୟନ କେନ୍ଦ୍ରରେ ଉପସ୍ଥିତ  ହୋଇ ନଥିଲେ । ମାତ୍ର ଶୁକ୍ରବାର ସେମାନେ ଉପସ୍ଥାନ ଦେଇ ସିଧାସଳକ ଖାତା ଦେଖିବେ ବୋଲି  ସୂଚନା ମିଳିଛି । 


ସେହିପରି ମୂଲ୍ୟାୟନ କେନ୍ଦ୍ରରେ ଆବଶ୍ୟକତା ସ୍ଥଳେ ଜିଲ୍ଲା ଶିକ୍ଷାଧିକାରୀମାନେ ରିଜର୍ଭରେ ରହିଥିବା ଶିକ୍ଷକମାନଙ୍କୁ ମଧ୍ୟ ମୂଲ୍ୟାୟନ କେନ୍ଦ୍ରରେ ନିୟୋଜିତ କରିପାରିବେ ବୋଲି ବୋର୍ଡର ନିର୍ଦ୍ଦେଶ ରହିଛି । ତେବେ ଏହି ମୂଲ୍ୟାୟନ କାର୍ଯ୍ୟରେ ରାଜ୍ୟରେ ୧୫ ହଜାରରୁ ଅଧିକ ଶିକ୍ଷକଙ୍କୁ ବୋର୍ଡ  ପକ୍ଷରୁ ନିୟୋଜିତ କରାଯାଇଛି । ଖାତା ଦେଖା ଲାଗି ମୂଲ୍ୟାୟନ କେନ୍ଦ୍ରରେ ସର୍ବନିମ୍ନ ୯ ଟି ୟୁନିଟ୍‌ ଏବଂ ସର୍ବାଧିକ ୧୩ଟି ୟୁନିଟ୍‌ ରହିଛି । 


ଖାତା ଦେଖା ଲାଗି ପ୍ରତି ୟୁନିଟ୍‌ରେ ୨୫ ଜଣ ଶିକ୍ଷକଙ୍କୁ ନିୟୋଜିତ  କରାଯାଇଛି । ଏଥିରେ ୨୦ ଜଣ ପରୀକ୍ଷକ ଖାତା ଦେଖିବା  ଲାଗି ବ୍ୟବସ୍ଥା ରହିଥିବା ବେଳେ ଦୁଇ ଜଣ ସ୍କୁଟିନାଇଜର, ଦୁଇ ଜଣ ଡେପୁଟି ଚିଫ୍‌ ପରୀକ୍ଷକ ଏବଂ ଜଣେ ମୁଖ୍ୟ ପରୀକ୍ଷକ ଭାବେ ନିୟୋଜିତ ରହିଛନ୍ତି । ତେବେ ଏସବୁ  ମୂଲ୍ୟାୟନ କାର୍ଯ୍ୟର ତଦାରଖ ଲାଗି ପ୍ରତି ମୂଲ୍ୟାୟନ  କେନ୍ଦ୍ରରେ ବୋର୍ଡର ୪ ଜଣ କର୍ମଚାରୀ କ୍ୟାମ୍ପ ଅଫିସର ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି । 


ମୂଲ୍ୟାୟନ  କାର୍ଯ୍ୟର ଅନୁଧ୍ୟାନ ଲାଗି ବୋର୍ଡ କାର୍ଯ୍ୟାଳୟରେ ଏକ  କଣ୍ଟ୍ରୋଲ୍‌ ରୁମ୍‌ ଖୋଲାଯାଇଛି । ଉକ୍ତ କଣ୍ଟ୍ରୋଲ୍‌ ରୁମ୍‌ରେ  ଅନ୍‌ଲାଇନ୍‌ ସୁପରଭାଇଜର ଭାବେ ୫ ଜଣ କର୍ମଚାରୀ  ନିୟୋଜିତ ଅଛନ୍ତି । ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ  ଖାତା ଦେଖିବା ପାଇଁ ସମୟ ଧାର୍ଯ୍ୟ ରହିଛି । ପରୀକ୍ଷକମାନେ  ୫୦ ନମ୍ବର ବିଶିଷ୍ଟ ସବ୍‌ଜେକ୍ଟିଭ୍‌ ପ୍ରଶ୍ନର ଉତ୍ତର ଖାତାର  ମୂଲ୍ୟାୟନ ଲାଗି ବ୍ୟବସ୍ଥା ରହିଛି ।