ରାଜନୈତିକ କାରଣକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ, ଜଣେ ଗୁରୁତର
ଖଲ୍ଲିକୋଟ: ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସୁମୁଣ୍ଡଳ ପଞ୍ଚାୟତରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ମଙ୍ଗଳବାର ସଂଧ୍ୟାରେ ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ପ୍ରବଳ ବଚସା ହୋଇଥିଲା।ଆଉ ଏହାକୁ ନେଇ ଗୋଟିଏ ଗୋଷ୍ଠୀ, ଅନ୍ୟ ଗୋଷ୍ଠୀର ଲୋକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ତପନ କୁମାର ବିଶ୍ଵାଳ ନାମକ ଜଣେ ଯୁବକ ଗୁରୁତର ହୋଇଛନ୍ତି।ତାଙ୍କୁ ବ୍ରହ୍ମପୁରର ଏକ ଘରୋଇ ହସ୍ପିଟାଲରେ ଚକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ପୋଲିସ ଘଟଣା ତଦନ୍ତ ଆରମ୍ଭ କରିଛି।
ଖଲ୍ଲିକୋଟ: ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସୁମୁଣ୍ଡଳ ପଞ୍ଚାୟତରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ମଙ୍ଗଳବାର ସଂଧ୍ୟାରେ ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ପ୍ରବଳ ବଚସା ହୋଇଥିଲା।
ଆଉ ଏହାକୁ ନେଇ ଗୋଟିଏ ଗୋଷ୍ଠୀ, ଅନ୍ୟ ଗୋଷ୍ଠୀର ଲୋକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ତପନ କୁମାର ବିଶ୍ଵାଳ ନାମକ ଜଣେ ଯୁବକ ଗୁରୁତର ହୋଇଛନ୍ତି।ତାଙ୍କୁ ବ୍ରହ୍ମପୁରର ଏକ ଘରୋଇ ହସ୍ପିଟାଲରେ ଚକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ପୋଲିସ ଘଟଣା ତଦନ୍ତ ଆରମ୍ଭ କରିଛି।