ପ୍ରଧାନମନ୍ତ୍ରୀଙ୍କ ଗ୍ୟାରେଣ୍ଟି ସମାବେଶ; କହିଲେ ପ୍ରତ୍ୟେକ ଲୋକଙ୍କୁ ମିଳିବ ୩୦୦ ମାଗଣା ୟୁନିଟ୍ ବିଜୁଳି

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶା ଗସ୍ତରେ ଆସି ୨୦ ହଜାର କୋଟିର ପ୍ରକଳ୍ପ ଭେଟି ଦେଲେ ପ୍ରଧାନମନ୍ତ୍ରୀ । ରେଲୱେ, ରାଜପଥ, ଗ୍ୟାସ୍ ଓ ତୈଳ ଭଳି ୧୬ଟି ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି । ଉଦବୋଧନରେ ପ୍ରଧାନମନ୍ତ୍ରୀ ଓଡ଼ିଶାରେ ୨୦୧୪ରୁ ଏନଡିଏ ସରକାର ଆରମ୍ଭ କରିଥିବା ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ ଉପରେ ଆଲୋକପାତ କରିଥିଲେ । ୟୁପିଏ ସରକାରକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଥିଲେ, ପୂର୍ବ ସରକାରମାନେ ପ୍ରକଳ୍ପଗୁଡ଼ିକୁ ଠିକ୍ ସମୟରେ ଶେଷ କରିବାକୁ ଆଗ୍ରହ […] The post ପ୍ରଧାନମନ୍ତ୍ରୀଙ୍କ ଗ୍ୟାରେଣ୍ଟି ସମାବେଶ; କହିଲେ ପ୍ରତ୍ୟେକ ଲୋକଙ୍କୁ ମିଳିବ ୩୦୦ ମାଗଣା ୟୁନିଟ୍ ବିଜୁଳି appeared first on KNews Odisha.

ପ୍ରଧାନମନ୍ତ୍ରୀଙ୍କ ଗ୍ୟାରେଣ୍ଟି ସମାବେଶ; କହିଲେ ପ୍ରତ୍ୟେକ ଲୋକଙ୍କୁ ମିଳିବ ୩୦୦ ମାଗଣା ୟୁନିଟ୍ ବିଜୁଳି
MODI CC3

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶା ଗସ୍ତରେ ଆସି ୨୦ ହଜାର କୋଟିର ପ୍ରକଳ୍ପ ଭେଟି ଦେଲେ ପ୍ରଧାନମନ୍ତ୍ରୀ । ରେଲୱେ, ରାଜପଥ, ଗ୍ୟାସ୍ ଓ ତୈଳ ଭଳି ୧୬ଟି ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି । ଉଦବୋଧନରେ ପ୍ରଧାନମନ୍ତ୍ରୀ ଓଡ଼ିଶାରେ ୨୦୧୪ରୁ ଏନଡିଏ ସରକାର ଆରମ୍ଭ କରିଥିବା ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ ଉପରେ ଆଲୋକପାତ କରିଥିଲେ । ୟୁପିଏ ସରକାରକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଥିଲେ, ପୂର୍ବ ସରକାରମାନେ ପ୍ରକଳ୍ପଗୁଡ଼ିକୁ ଠିକ୍ ସମୟରେ ଶେଷ କରିବାକୁ ଆଗ୍ରହ ଦେଖାଉ ନଥିଲେ । ଆମ ସରକାର ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟରେ ସାରିବାକୁ ଗୁରୁତ୍ୱ ଦିଏ । କଂଗ୍ରେସକୁ କଡ଼ା ଭାଷାରେ ଟାଗେର୍ଟ କରିଥିଲେ ମୋଦି । କୋଇଲା, ୟୁରିଆ, ଖଣି, ନିଯୁକ୍ତି ସବୁଠି କଂଗ୍ରେସ ସରକାର ଘୋଟାଲା କରୁଥିଲା କହିଥିଲେ । ପ୍ରଧାନମନ୍ତ୍ରୀ ଅଭିଭାଷଣରେ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ମୋଦି କହିଥିଲେ, ଓଡ଼ିଶା ଓ ଦେଶର ବିକାଶ ପାଇଁ ବିଜୁ ପଟ୍ଟନାୟକଙ୍କ ଯୋଗଦାନ ସ୍ମରଣୀୟ । ସେହିପରି ନିଜ ଭାଷଣରେ ନବୀନ ପଟ୍ଟନାୟକଙ୍କୁ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରିଥିଲେ । ଚଣ୍ଡିଖୋଲ ସଭାରେ ବିଜୁ ବାବୁଙ୍କ ଅବଦାନକୁ ପୁଣି ସ୍ମରଣ କରିଥିଲେ ପ୍ରଧାନମନ୍ତ୍ରୀ। ଅବ୍ କି ବାର୍ ୪୦୦ ପାର୍ କରେଗା ବୋଲି କହିଥିିଲେ ମୋଦି ।

ସେହିପରି ସମସ୍ତଙ୍କୁ ମାଗଣା ବିଜୁଳି ଦେବା ମୋଦିର ଗ୍ୟାରେଣ୍ଟି ବୋଲି କହିଛନ୍ତି । ପିଏମ୍‌ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନା ଆରମ୍ଭ କରାଯାଇଛି। ଘର ଛାତରେ ସୋଲାର ପ୍ୟାନେଲ ଲଗାଇ ବିଜୁଳି ଉତ୍ପାଦନ କରାଯିବ। ୩ଶହ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ପାଇବେ ଉପଭୋକ୍ତା। ବଳକା ବିଜୁଳି ବିକି ଲାଭବାନ ହୋଇପାରିବେ ଉପଭୋକ୍ତା। ଦେଶରେ ପୁଣି ଥରେ ଏକ ମଜବୁତ ଓ ନିର୍ଣ୍ଣାୟକ ସରକାର ଗଢ଼ିବାକୁ ଯାଉଛି। ଏ ସଂକଳ୍ପ କୃଷକ, ଯୁବକ, ମହିଳା, ଗରିବଙ୍କ ଜୀବନ ପରିବର୍ତ୍ତନ କରିବ।

ସେହିପରି ଆସନ୍ତା ୫ ବର୍ଷ ଯାଏଁ ମାଗଣା ରାସନ ଯୋଜନାର ଅବଧି ବୃଦ୍ଧି କରାଯାଇଛି । ଗାଁ ଗାଁରୁ ଲକ୍ଷପତି ଦିଦି ବାହାର କରିବାକୁ କେନ୍ଦ୍ର ସରକାର କାମ କରୁଛନ୍ତି ବୋଲି ମୋଦି କହିଛନ୍ତି । ଅନ୍ୟପଟେ ବିରୋଧୀ ଇଣ୍ଡିଆ ମେଣ୍ଟର ସଦସ୍ୟଙ୍କୁ ଟାର୍ଗେଟ କରି ମୋଦି କହିଛନ୍ତି, ମୋ ଭାରତ ହେଉଛି ମୋ ପରିବାର । ପରିବାରବାଦୀମାନେ ମୋର ଏହି ପରିବାର ଦେଖି ଇର୍ଷା କରୁଛନ୍ତି ।

୨୦୧୪ ପରେ ଜଣେ ଗରିବ ଦେଶର ଶାସନ ଦାୟିତ୍ୱ ନେଲା । ଯିଏ ଗ୍ୟାରେଣ୍ଟି ମାଗିଲା, ତାର ଗ୍ୟାରେଣ୍ଟି ମୋଦି ନେଲା। ଜନଧନ ଖାତା ଖୋଲିଲୁ, ମୋଦି ସମସ୍ତଙ୍କ ଗ୍ୟାରେଣ୍ଟି ବନିଲା। ବିନା ଗ୍ୟାରେଣ୍ଟିରେ ଋଣ ଦେବାକୁ ମୁଦ୍ରା ଯୋଜନା ଆରମ୍ଭ କଲୁ। ଆଜି ବିଶ୍ୱାସ ଜନ୍ମିଛି, ମୋଦି ଗରିବଙ୍କ ସାଥିରେ ଅଛି। ଯାହାକୁ କେହି ପଚାରୁନଥିଲେ, ତାକୁ ମୋଦି ପଚାରୁଛି। ପିଏମ୍‌ ସ୍ବନିଧି ଯୋଜନାରେ ହିତାଧିକାରୀଙ୍କୁ ସହାୟତା ମିଳୁଛି। ପିଏମ୍‌ ମତ୍ସ୍ୟସଂପଦ ଯୋଜନାରେ ମତ୍ସ୍ୟଜୀବୀ ସହାୟତା ପାଉଛନ୍ତି। ଗରିବଙ୍କୁ ପକ୍କା ଘର ସ୍ୱପ୍ନ ଥିଲା, ଆଜି ବାସ୍ତବତା ପାଲଟିଛି। ଯେଉଁଠି ସବୁ ସମ୍ଭାବନା ଶେଷ ହୁଏ, ସେଇଠୁ ମୋଦିର ଆରମ୍ଭ ହୁଏ। ଏହା ହିଁ ମୋଦିର ଗ୍ୟାରେଣ୍ଟି ବୋଲି କହିଲେ ପ୍ରଧାନମନ୍ତ୍ରୀ। ମୋଦି କାଳରେ ୨୫ କୋଟି ଲୋକ ଗରିବୀରୁ ମୁକ୍ତ ହୋଇଛନ୍ତି । ଏଥିପାଇଁ ମୁଁ କହୁଛି ‘ମେରା ଭାରତ, ମେରା ପରିବାର’ ।

The post ପ୍ରଧାନମନ୍ତ୍ରୀଙ୍କ ଗ୍ୟାରେଣ୍ଟି ସମାବେଶ; କହିଲେ ପ୍ରତ୍ୟେକ ଲୋକଙ୍କୁ ମିଳିବ ୩୦୦ ମାଗଣା ୟୁନିଟ୍ ବିଜୁଳି appeared first on KNews Odisha.