ପ୍ରେମ ଓ ପ୍ରତାରଣା ; ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଲେ ଯୁବତୀ, ପ୍ରେମିକଙ୍କୁ ଖୋଜୁଛି ପୋଲିସ

ବାଲିଗୁଡା, ତା, ୩୧/୦୭:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ପ୍ରଥମେ ପ୍ରେମ ଓ ପରେ ପ୍ରତାରଣା ଘଟଣାକୁ ନେଇ ବ୍ରାହ୍ମଣୀଗାଁ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ କୁ ଭିର୍ତ୍ତି କରି ପୋଲିସ କେଶ ନଂ.୭୫ /୨୫ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପ୍ରକାଶ ଯେ, ଗତ ୨୦୨୨ ମସିହାରେ ଉକ୍ତ ଯୁବତୀଙ୍କୁ ଏହି ଥାନା […] The post ପ୍ରେମ ଓ ପ୍ରତାରଣା ; ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଲେ ଯୁବତୀ, ପ୍ରେମିକଙ୍କୁ ଖୋଜୁଛି ପୋଲିସ appeared first on Odisha.News.

ପ୍ରେମ ଓ ପ୍ରତାରଣା ; ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଲେ ଯୁବତୀ, ପ୍ରେମିକଙ୍କୁ ଖୋଜୁଛି ପୋଲିସ

ବାଲିଗୁଡା, ତା, ୩୧/୦୭:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ପ୍ରଥମେ ପ୍ରେମ ଓ ପରେ ପ୍ରତାରଣା ଘଟଣାକୁ ନେଇ ବ୍ରାହ୍ମଣୀଗାଁ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ କୁ ଭିର୍ତ୍ତି କରି ପୋଲିସ କେଶ ନଂ.୭୫ /୨୫ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପ୍ରକାଶ ଯେ, ଗତ ୨୦୨୨ ମସିହାରେ ଉକ୍ତ ଯୁବତୀଙ୍କୁ ଏହି ଥାନା ଗୁଡିକିଆ ଗ୍ରାମର ଜଣେ ଯୁବକଙ୍କ ପ୍ରଥମେ କଲେଜରେ ଦେଖା ହୋଇଥିଲା। ପରେ ଦୁହିଁଙ୍କ ଭିତରେ ପ୍ରେମ ଗଢି ଉଠିଥିଲା। ଏଭଳି କିଛି ବର୍ଷ ଚାଲିଥିବା ଭିତରେ ଦୁହିଁଙ୍କ ସମ୍ପର୍କ ଅତି ନିବିଡ଼ ହୋଇଥିଲା। ପରେ ଯୁବତୀଙ୍କୁ ପ୍ରେମିକ ଜଣଙ୍କ ଚଳିତ ମାସ ୨୪ ତାରିଖ ଦିନ ନିଜ ଘରକୁ ଡାକି ଆଣିଥିଲେ। ଘରେ ଦୁହେଁ ପହଞ୍ଚିବା ପରେ ଯୁବତୀଙ୍କୁ ପରିବାର ଲୋକ ଗ୍ରହଣ କରି ନ ଥିଲେ। ଫଳରେ ପ୍ରେମିକ ଜଣଙ୍କ ନିଜ ଘରେ ପ୍ରେମିକାଙ୍କୁ ଛାଡି କେଉଁଆଡେ ଚାଲିଯାଇଥିଲେ। ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ପ୍ରେମିକା ଜଣକ ପ୍ରେମିକଙ୍କ ଘର ପିଣ୍ଢାରେ ବସି ରହିଛନ୍ତି। ପ୍ରେମିକ ମୋ ନିକଟକୁ ଫେରିଆସନ୍ତୁ ମୋତେ ନ୍ୟାୟ ଦରକାର କହି ଯୁବତୀ ଜଣକ ପ୍ରତିବାଦ ଜଣାଇ ଏକ ସପ୍ତାହ ହେଲା ପ୍ରେମିକଙ୍କ ପିଣ୍ଢାରେ ଦିନ ରାତି ବସି ରହିଥିଲେ। ନ୍ୟାୟ ଦିଅ ନହେଲେ ଆଇନର ଆଶ୍ରୟ ନେବି ବୋଲି ଏକା ଜିଦ ରେ ଅଟଳ ରହିଥିଲେ। ବୁଧବାର ଏ ସମ୍ପର୍କରେ ୨ ପରିବାର ମଧ୍ୟରେ ଏକ ବୈଠକ ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରିପାରି ନ ଥିଲା। ଫଳରେ ନ୍ୟାୟ ଆଶାରେ ଏବେ ଏହାକୁ ନେଇ ଯୁବତୀ ଜଣଙ୍କ ବ୍ରାହ୍ମଣୀଗାଁ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ପୋଲିସ ଏକ ମାମଲା (୭୫ /୨୫)ରୁଜୁ କରି ତଦନ୍ତ କରିବା ସହ ପ୍ରେମିକଙ୍କୁ ପୋଲିସ ଖୋଜୁଥିବା ତଦନ୍ତକାରୀ ଅଧିକାରୀ ଅମରେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି ।

The post ପ୍ରେମ ଓ ପ୍ରତାରଣା ; ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଲେ ଯୁବତୀ, ପ୍ରେମିକଙ୍କୁ ଖୋଜୁଛି ପୋଲିସ appeared first on Odisha.News.