ପ୍ରେମ କରୁଛନ୍ତି କି ? ଯଦି ହଁ , ତାହେଲେ ଅଫିସ୍ ଦେବ ଛୁଟି ! କର୍ମଚାରୀମାନଙ୍କ ପାଇଁ କମ୍ପାନୀର ଅଫର

ନୂଆଦିଲ୍ଲୀ 12/09 : ଅଫିସ୍, କାମ ଚାପ, ଟାର୍ଗେଟ୍ ଚିନ୍ତା ଆଉ ଅନେକ ଜଟିଳତା । କିନ୍ତୁ କଳ୍ପନା କରନ୍ତୁ ତ , ଯଦି ଅଫିସ୍ ତୁମ ଛୋଟ ଛୋଟ ଛୋଟ ଖୁସିର ଯତ୍ନ ନେଉଥିବ,  ତୁମର ଆବଶ୍ୟକତା ବୁଝୁଥିବ ଆଉ ତୁମକୁ ସମର୍ଥନ କରୁଥିବ। ତାହେଲେ ନିଶ୍ଚିତ ଭାବରେ ବୃତ୍ତିଗତ ଜୀବନ ସହଜ ହୋଇଯାଇଥାଏ ।  ଆଜି ଆମେ ସେମିତି ଏକ କମ୍ପାନୀ ବିଷୟରେ କହିବୁ। ଥାଇଲ୍ୟାଣ୍ଡର ମାର୍କେଟିଂ ଏଜେନ୍ସି ହ୍ୱାଇଟଲାଇନ ଗ୍ରୁପ୍ ଏହାର କର୍ମଚାରୀମାନଙ୍କ ପାଇଁ 'ଟିଣ୍ଡର ଛୁଟି' ଆରମ୍ଭ କରିଛି।  ଏହି କାରଣରୁ କମ୍ପାନୀ ଇଣ୍ଟରନେଟ୍ ରେ ଏବେ ବେଶ୍ ଲୋକପ୍ରିୟ।  ଏହି ଅନନ୍ୟ ଛୁଟିଦିନର ଉଦ୍ଦେଶ୍ୟ ହେଉଛି କର୍ମଚାରୀଙ୍କୁ ଖୁସି ଦେବା। ଜୁଲାଇରୁ ଡିସେମ୍ବର ପର୍ଯ୍ୟନ୍ତ ଚାଲୁଥିବା ଏହି ପଦକ୍ଷେପ ଅନୁଯାୟୀ କର୍ମଚାରୀମାନେ ଯେକୌଣସି ସମୟରେ ଡେଟିଂ ପାଇଁ ଛୁଟି ନେଇପାରିବେ ।  ବିଶେଷ କଥା ହେଉଛି ଏଥିପାଇଁ ସେମାନଙ୍କ ଦରମା କଟିବନି। ତେବେ କର୍ମଚାରୀମାନେ କେତେ ଦିନ ଛୁଟି ପାଇବେ ତାହା କମ୍ପାନୀ ସ୍ପଷ୍ଟ କରିନାହିଁ।କର୍ମଚାରୀମାନେ ସେମାନଙ୍କ ଟିଣ୍ଡର ଛୁଟି ପାଇଁ ଆବେଦନ କରିବା ପୂର୍ବରୁ ଏକ ସପ୍ତାହର ନୋଟିସ୍ ଦେବା ଜରୁରୀ।  ହ୍ୱାଇଟଲାଇନ ଗ୍ରୁପ୍ ଏହାର ଏକ ଲିଙ୍କଡଇନ୍ ପୋଷ୍ଟରେ କହିଛି - ଆମ କର୍ମଚାରୀମାନେ ଡେଟ୍ ରେ ଯିବାକୁ ଟିଣ୍ଡର ଛୁଟି ବ୍ୟବହାର କରିପାରିବେ ।  କମ୍ପାନୀ ଏହି ପଦକ୍ଷେପ  ନେବାର କାରଣ   ବି ରହିଛି। ଜଣେ କର୍ମଚାରୀ ଅଭିଯୋଗ କରିଥିଲେ ଯେ କାମ ହେତ

ପ୍ରେମ କରୁଛନ୍ତି କି ? ଯଦି ହଁ , ତାହେଲେ ଅଫିସ୍ ଦେବ ଛୁଟି ! କର୍ମଚାରୀମାନଙ୍କ ପାଇଁ କମ୍ପାନୀର ଅଫର

ନୂଆଦିଲ୍ଲୀ 12/09 : ଅଫିସ୍, କାମ ଚାପ, ଟାର୍ଗେଟ୍ ଚିନ୍ତା ଆଉ ଅନେକ ଜଟିଳତା । କିନ୍ତୁ କଳ୍ପନା କରନ୍ତୁ ତ , ଯଦି ଅଫିସ୍ ତୁମ ଛୋଟ ଛୋଟ ଛୋଟ ଖୁସିର ଯତ୍ନ ନେଉଥିବ,  ତୁମର ଆବଶ୍ୟକତା ବୁଝୁଥିବ ଆଉ ତୁମକୁ ସମର୍ଥନ କରୁଥିବ। ତାହେଲେ ନିଶ୍ଚିତ ଭାବରେ ବୃତ୍ତିଗତ ଜୀବନ ସହଜ ହୋଇଯାଇଥାଏ ।  ଆଜି ଆମେ ସେମିତି ଏକ କମ୍ପାନୀ ବିଷୟରେ କହିବୁ। 

ଥାଇଲ୍ୟାଣ୍ଡର ମାର୍କେଟିଂ ଏଜେନ୍ସି ହ୍ୱାଇଟଲାଇନ ଗ୍ରୁପ୍ ଏହାର କର୍ମଚାରୀମାନଙ୍କ ପାଇଁ 'ଟିଣ୍ଡର ଛୁଟି' ଆରମ୍ଭ କରିଛି।  ଏହି କାରଣରୁ କମ୍ପାନୀ ଇଣ୍ଟରନେଟ୍ ରେ ଏବେ ବେଶ୍ ଲୋକପ୍ରିୟ।  ଏହି ଅନନ୍ୟ ଛୁଟିଦିନର ଉଦ୍ଦେଶ୍ୟ ହେଉଛି କର୍ମଚାରୀଙ୍କୁ ଖୁସି ଦେବା। ଜୁଲାଇରୁ ଡିସେମ୍ବର ପର୍ଯ୍ୟନ୍ତ ଚାଲୁଥିବା ଏହି ପଦକ୍ଷେପ ଅନୁଯାୟୀ କର୍ମଚାରୀମାନେ ଯେକୌଣସି ସମୟରେ ଡେଟିଂ ପାଇଁ ଛୁଟି ନେଇପାରିବେ ।  ବିଶେଷ କଥା ହେଉଛି ଏଥିପାଇଁ ସେମାନଙ୍କ ଦରମା କଟିବନି। ତେବେ କର୍ମଚାରୀମାନେ କେତେ ଦିନ ଛୁଟି ପାଇବେ ତାହା କମ୍ପାନୀ ସ୍ପଷ୍ଟ କରିନାହିଁ।

କର୍ମଚାରୀମାନେ ସେମାନଙ୍କ ଟିଣ୍ଡର ଛୁଟି ପାଇଁ ଆବେଦନ କରିବା ପୂର୍ବରୁ ଏକ ସପ୍ତାହର ନୋଟିସ୍ ଦେବା ଜରୁରୀ।  ହ୍ୱାଇଟଲାଇନ ଗ୍ରୁପ୍ ଏହାର ଏକ ଲିଙ୍କଡଇନ୍ ପୋଷ୍ଟରେ କହିଛି - ଆମ କର୍ମଚାରୀମାନେ ଡେଟ୍ ରେ ଯିବାକୁ ଟିଣ୍ଡର ଛୁଟି ବ୍ୟବହାର କରିପାରିବେ । 

 

କମ୍ପାନୀ ଏହି ପଦକ୍ଷେପ  ନେବାର କାରଣ   ବି ରହିଛି। ଜଣେ କର୍ମଚାରୀ ଅଭିଯୋଗ କରିଥିଲେ ଯେ କାମ ହେତୁ ସେ ଡେଟିଂ ପାଇଁ ସମୟ ବାହାର କରି ପାରି ନାହାନ୍ତି। ସେଥିପାଇଁ କମ୍ପାନୀ ଏହାର ସମାଧାନ ଭାବରେ 'ଟିଣ୍ଡର ଛୁଟି' ଆଣିଛି। କମ୍ପାନୀର ପରିଚାଳକମାନେ ଏକ ଅଧ୍ୟୟନକୁ ଦର୍ଶାଇ କହିଛନ୍ତି ଯେ ପ୍ରେମ ସୁଖ ବଢାଇଥାଏ, ଯାହାର ପ୍ରଭାବ କାମ ଉପରେ ବି ପଡ଼ିଥାଏ।  ଯେତେବେଳେ ଜଣେ କର୍ମଚାରୀ ଡେଟିଂ ପରେ କର୍ମକ୍ଷେତ୍ରକୁ ଆସନ୍ତି, ସେ ଦୁଇଗୁଣା ଶକ୍ତି ସହିତ କାମ କରନ୍ତି। ତେଣୁ କର୍ମଚାରୀମାନଙ୍କୁ ଡେଟିଂ ପାଇଁ ଉତ୍ସାହିତ କରିବା ପାଇଁ କମ୍ପାନୀ ଏମିତି ଛୁଟି ଘୋଷଣା କରିଛି। କମ୍ପାନୀ ଏମିତି ବି କହିଛି ଯେ,  କର୍ମଚାରୀଙ୍କ ପାଇଁ  କମ୍ପାନୀ ଟିଣ୍ଡର ଗୋଲ୍ଡ ଏବଂ ଟିଣ୍ଡର ପ୍ଲାଟିନମ୍ ସବସ୍କ୍ରିପସନ୍ ଖର୍ଚ୍ଚ ବହନ କରିବ।

Also Read-  ଆମେରିକାରେ ବିଷ ବାଣ୍ଟୁଛି ଚୀନ, ଫେଣ୍ଟାନିଲ ନେଉଛି ଦିନକୁ ୨ଶହ ଜୀବନ, ବଢିଲା ଭୟ 

ସୋସିଆଲ ମିଡିଆରେ ଏହି ପଦକ୍ଷେପ ବିଷୟରେ ମିଶ୍ର ପ୍ରତିକ୍ରିୟା ଆସିଛି । କିଛି ଲୋକ ଏହାକୁ କର୍ମଚାରୀଙ୍କ ଖୁସି ପାଇଁ ଏକ ବଡ଼ ପଦକ୍ଷେପ ବୋଲି କହିଛନ୍ତି । ଆଉ କିଛି ବ୍ୟକ୍ତିଗତ ଜୀବନରେ ଏହା କମ୍ପାନୀର ହସ୍ତକ୍ଷେପ ବୋଲି ବିଚାର କରୁଛନ୍ତି।  କିନ୍ତୁ ହ୍ୱାଇଟ୍ ଲାଇନ୍ ଗ୍ରୁପ୍ ର ଏହି ପଦକ୍ଷେପ ନିଶ୍ଚିତ ଭାବେ ଅନନ୍ୟ ଏବଂ ଟ୍ରେଣ୍ଡିଂ ।