ପ୍ରେମକୁ ବିରୋଧ କରିବାରୁ ଯୁବତୀଙ୍କ ଦାଦାଙ୍କୁ ହତ୍ୟା କଲେ ପାଗଳପ୍ରେମୀ
ଭୁବନେଶ୍ୱର,୨୯ା୮: ପୁଣି ରାଜଧାନୀରେ ବୀଭତ୍ସ ହତ୍ୟା। ଏକତରଫା ପ୍ରେମକୁ ବିରୋଧ କରିବାରୁ ଯୁବତୀଙ୍କ ଦାଦାକୁ ଜଣେ ପାଗଳପ୍ରେମୀ ହତ୍ୟା କରିଛନ୍ତି। ଖଣ୍ଡିଗିରି ଥାନା ଜଗନ୍ନାଥନଗର ଶୁକବିହାର ଅଞ୍ଚଳରେ ଏପରି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ହେଲେ ଜଗା ମଲ୍ଲିକ। ବୁଧବାର ବିଳମ୍ବିତ ରାତିରେ ଜଗା ଘରକୁ ଫେରୁଥିବା ବେଳେ ଯୁବକ ଜଣଙ୍କ ଖଣ୍ଡାରେ ଜଗାଙ୍କୁ ଆକ୍ରମଣ କରିଥିଲେ। ଏନେଇ ଖଣ୍ଡିଗିରି ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖିଛି। ସୂଚନାନୁସାରେ, ଜଗାଙ୍କ […] The post ପ୍ରେମକୁ ବିରୋଧ କରିବାରୁ ଯୁବତୀଙ୍କ ଦାଦାଙ୍କୁ ହତ୍ୟା କଲେ ପାଗଳପ୍ରେମୀ appeared first on Dharitri Odia News.
ଭୁବନେଶ୍ୱର,୨୯ା୮: ପୁଣି ରାଜଧାନୀରେ ବୀଭତ୍ସ ହତ୍ୟା। ଏକତରଫା ପ୍ରେମକୁ ବିରୋଧ କରିବାରୁ ଯୁବତୀଙ୍କ ଦାଦାକୁ ଜଣେ ପାଗଳପ୍ରେମୀ ହତ୍ୟା କରିଛନ୍ତି। ଖଣ୍ଡିଗିରି ଥାନା ଜଗନ୍ନାଥନଗର ଶୁକବିହାର ଅଞ୍ଚଳରେ ଏପରି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ହେଲେ ଜଗା ମଲ୍ଲିକ। ବୁଧବାର ବିଳମ୍ବିତ ରାତିରେ ଜଗା ଘରକୁ ଫେରୁଥିବା ବେଳେ ଯୁବକ ଜଣଙ୍କ ଖଣ୍ଡାରେ ଜଗାଙ୍କୁ ଆକ୍ରମଣ କରିଥିଲେ। ଏନେଇ ଖଣ୍ଡିଗିରି ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖିଛି।
ସୂଚନାନୁସାରେ, ଜଗାଙ୍କ ଝିଆରୀଙ୍କୁ ସେହି ସାହିର ଜଣେ ଯୁକ୍ତ ଦୁଇ ଛାତ୍ର ଏକତରଫା ଭଲ ପାଉଥିଲେ। ଯାହାକୁ ବିରୋଧ କରୁଥିଲେ ଜଗା। ଏଣୁ ଜଗାଙ୍କୁ ରାସ୍ତାରୁ ହଟାଇବାକୁ ଯାଇ ପାଗଳପ୍ରେମୀ ବୀଭତ୍ସ ଭାବେ ହତ୍ୟା କରିଥିବା ପୋଲିସ କହିଛି।
The post ପ୍ରେମକୁ ବିରୋଧ କରିବାରୁ ଯୁବତୀଙ୍କ ଦାଦାଙ୍କୁ ହତ୍ୟା କଲେ ପାଗଳପ୍ରେମୀ appeared first on Dharitri Odia News.