ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟା କରିଥିଲେ ସ୍ତ୍ରୀ

ଯାଜପୁରରୋଡ଼,୨୦ା୮(ପବିତ୍ର ରଞ୍ଜନ ମହାନ୍ତି): ଯାଜପୁରରୋଡ଼ ଥାନା ଅନ୍ତର୍ଗତ ପଦ୍ମପୁର କପିଳେଶ୍ୱର କଲୋନୀର ଏକ ଭଡାଘରୁ ସୁରେନ୍ଦ୍ର ଖିଲାର (୩୦)ଙ୍କ ଗଳିତ ମୃତଦେହ ପୋଲିସ ଗତ ବୁଧବାର ଜବତ କରିଥିଲା। ସୁରେନ୍ଦ୍ରଙ୍କ ପରିବାର ଲୋକ ଏନେଇ ପୋଲିସ ନିକଟରେ ହତ୍ୟା ଅଭିଯୋଗ ଆଣିଥିଲେ । ଏନେଇ ସୁରେନ୍ଦ୍ରଙ୍କ ଭାଇ ରମେଶ ଖିଲାର ଯାଜପୁରରୋଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଘଟଣାକୁ ଗୁରୁତ୍ୱ ଦେଇ ତଦନ୍ତ ଚଳାଇଥିଲା। ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପୋଲିସ ତଦନ୍ତରୁ ଜଣାପଡିଛି  […] The post ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟା କରିଥିଲେ ସ୍ତ୍ରୀ appeared first on Dharitri Odia News.

ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟା କରିଥିଲେ ସ୍ତ୍ରୀ

ଯାଜପୁରରୋଡ଼,୨୦ା୮(ପବିତ୍ର ରଞ୍ଜନ ମହାନ୍ତି): ଯାଜପୁରରୋଡ଼ ଥାନା ଅନ୍ତର୍ଗତ ପଦ୍ମପୁର କପିଳେଶ୍ୱର କଲୋନୀର ଏକ ଭଡାଘରୁ ସୁରେନ୍ଦ୍ର ଖିଲାର (୩୦)ଙ୍କ ଗଳିତ ମୃତଦେହ ପୋଲିସ ଗତ ବୁଧବାର ଜବତ କରିଥିଲା। ସୁରେନ୍ଦ୍ରଙ୍କ ପରିବାର ଲୋକ ଏନେଇ ପୋଲିସ ନିକଟରେ ହତ୍ୟା ଅଭିଯୋଗ ଆଣିଥିଲେ । ଏନେଇ ସୁରେନ୍ଦ୍ରଙ୍କ ଭାଇ ରମେଶ ଖିଲାର ଯାଜପୁରରୋଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଘଟଣାକୁ ଗୁରୁତ୍ୱ ଦେଇ ତଦନ୍ତ ଚଳାଇଥିଲା। ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପୋଲିସ ତଦନ୍ତରୁ ଜଣାପଡିଛି  । ପୋଲିସ ବ୍ୟବଚ୍ଛେଦ ରିପୋର୍ଟ ଓ ସାଇଣ୍ଟିଫିକ ଟିମ୍‌ ତଦନ୍ତକୁ ଆଧାର କରି ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି । ପ୍ରେମିକଙ୍କ ସହ ମିଶି ସ୍ତ୍ରୀ ସରସ୍ବତୀ ନିଜ ସ୍ବାମୀ ସୁରେନ୍ଦ୍ରଙ୍କୁ ହତ୍ୟା କରିଥିବା ସ୍ପଷ୍ଟ ହୋଇଛି । ଏହି ଘଟଣାରେ ସରସ୍ବତୀ ଓ ତାଙ୍କ ପ୍ରେମିକଙ୍କୁ ଯାଜପୁରରୋଡ଼ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

ପୋଲିସ ସୂଚନା ଅନୁଯାୟୀ, ଶ୍ୱାସରୁଦ୍ଧ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଥିଲା । ପୋଲିସ ପୂର୍ବରୁ ସନ୍ଦେହରେ ଅଟକ ରଖିଥିବା ସରସ୍ବତୀଙ୍କୁ ଜେରା କରିଥିଲା । ସରସ୍ବତୀ ନିଜ ପ୍ରେମିକ କୋରେଇ ଥାନା ଅନ୍ତର୍ଗତ ପାଣ୍ଡୁଳା ଗ୍ରାମର ରଞ୍ଜିତ ମଳିକଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା କରିଥିବା ପୋଲିସ ନିକଟରେ ସ୍ବୀକାର କରିଥିଲେ । ତାଙ୍କ କହିବା ଅନୁଯାୟୀ, ଗତ ସୋମବାର ଭଡ଼ାଘରେ ନିଶାସକ୍ତ ଅବସ୍ଥାରେ ସୁରେନ୍ଦ୍ର ଶୋଇଥିଲେ । ତାଙ୍କ ହାତଗୋଡ଼କୁ ଏକ ରଶିରେ ବାନ୍ଧିବା ପରେ ତଣ୍ଟିକୁ ଚିପି ଶ୍ୱାସରୁଦ୍ଧ କରି ହତ୍ୟା କରିଥିଲେ। ହତ୍ୟା ପରେ ଘରର ବାହାରପଟୁ ତାଲା ପକାଇ ଉଭୟ ଫେରାର ହୋଇଯାଇଥିଲେ। ବୁଧବାର ସରସ୍ବତୀ ଭଡ଼ାଘରକୁ ଆସି ଜିନିଷ ନେବା ବାହାନାରେ ଚାବି ଖୋଲି ତାଙ୍କ ସ୍ବାମୀଙ୍କୁ କିଏ ମାରି ଦେଇଥିବା ଘର ମାଲିକଙ୍କୁ କହିଥିଲେ। ଏ ନେଇ ଘର ମାଲିକ ପୋଲିସକୁ ଜଣାଇଥିଲେ । ପୋଲିସ ତଦନ୍ତ କରି ସୋମବାର ଉଭୟଙ୍କୁ ଦୋଷୀ ସାବ୍ୟସ୍ତ କରି (କେସ ନଂ. ୫୦୧/୨୪) କୋର୍ଟ ଚାଲାଣ କରିଥିଲା । ସେଠାରେ ଉଭୟଙ୍କ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି ।

କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଜଙ୍ଘାର ଗ୍ରାମରେ ସୁରେନ୍ଦ୍ରଙ୍କ ଘର । ସୁରେନ୍ଦ୍ର ସରସ୍ବତୀଙ୍କ ସହ କପିଳେଶ୍ୱର କଲୋନୀର କିଛିଦିନ ହେବ ଏକ ଭଡାଘରେ ରହୁଥିଲେ ା ସରସ୍ବତୀ ଏକ ମଲ୍‌ରେ କାମ କରୁଥିଲେ । ବିଭିନ୍ନ କାରଣରୁ ଉଭୟଙ୍କ ମଧ୍ୟରେ କଳହ ଲାଗି ରହୁଥିଲା। ଏହି କାରଣରୁ ସରସ୍ବତୀ ତାଙ୍କ ବାପଘର ଯାଜପୁରରୋଡ଼ ଅନ୍ତର୍ଗତ ପାଇକରାପୁରରେ ନିଜ ପିଲାଙ୍କ ସହ ରହୁଥିଲେ ।

The post ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟା କରିଥିଲେ ସ୍ତ୍ରୀ appeared first on Dharitri Odia News.