ପ୍ରେମିକର ପରିବାରକୁ ଆକ୍ରମଣ ପାଇଁ ପ୍ରେମିକାର ସୁପାରି ! ଗୁରୁତର ଅବସ୍ଥାରେ ୪ ଜଣକୁ ମେଡିକାଲରେ ଭର୍ତ୍ତି

ଆସିକା: ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଗୋଟିଏ ପରିବାରର ଚାରି ଜଣଙ୍କୁ ଆକ୍ରମଣ। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଖଣ୍ଡଦେଉଳି ପଞ୍ଚାୟତ କେ. ଭରତପଲ୍ଲୀ ଗ୍ରାମରେ। ଶୁକ୍ରବାର ସନ୍ଧ୍ୟାରେ ୫-୬ ଜଣ ଯୁବକ ବାଇକରେ ଆସି ପ୍ରେମିକ ତାଙ୍କ ପରିବାର ଲୋକଙ୍କୁ ମରଣାତ୍ମକ ଆକ୍ରମଣ କରିଛନ୍ତି। ଏଥିରେ ପ୍ରେମିକ ଓ ତାଙ୍କ ଦୁଇ ଭାଇ ସହ ଦାଦା  ଗୁରୁତର ହୋଇପଡ଼ିଛନ୍ତି। ଗୁରୁତରଙ୍କୁ ଆସିକା ମେଡିକାଲରେ ଭର୍ତ୍ତି କରାଯାଇଛି l ସୂଚନା ଅନୁଯାୟୀ, କେ. ଭରତପଲ୍ଲୀ ଗ୍ରାମର ଚିତ୍ରସେନ ମଲ୍ଲିକ ନାମକ ଜଣେ ଯୁବକ ଦୀର୍ଘ ପାଞ୍ଚ ବର୍ଷ ଧରି ପାଟପୁର ଥାନା ଅନ୍ତର୍ଗତ ରାଣୀକୋଟର ଜଣେ ଯୁବତୀକୁ ପ୍ରେମ କରୁଥିଲେ। ସଂପୃକ୍ତ ଯୁବକ ଜଣଙ୍କ ଯୁବତୀଙ୍କ ସହ ବ୍ରହ୍ମପୁରରେ ଲିଭଇନ୍ ରିଲେସନ ରହିଥିବା ସମୟରେ ତାଙ୍କର ପଢାଖର୍ଚ୍ଚ ଠାରୁ ଆରମ୍ଭ କରି ସମସ୍ତ ଖର୍ଚ୍ଚ ବହନ କରୁଥିଲେ।ହେଲେ ଯୁବତୀ ଜଣକ ଗତ କିଛି ମାସ ତଳେ ଶେରଗଡ଼ ବ୍ଲକ କୁରୂଳା ପଞ୍ଚାୟତରେ ପିଇଓ ଭାବେ ନିଯୁକ୍ତି ପାଇବା ପରେ ତାଙ୍କ ଠାରୁ ଦୂରେଇ ଯାଇଥିବା ଅଭିଯୋଗ କରିଛନ୍ତି ଚିତ୍ରସେନ। ସେ ଆହୁରି କହିଛନ୍ତି, ପ୍ରେମିକା ତାଙ୍କୁ ବିବାହ କରିବାକୁ ଚାହୁଁନଥିଲେ। ଏଥିପାଇଁ କିଛି ଯୁବକଙ୍କୁ ସୁପାରି ଦେଇ ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ଆକ୍ରମଣ କରିଛନ୍ତି। ଏଥିରେ ଚିତ୍ରସେନ ଓ ତାଙ୍କ ଦୁଇ ଭାଇଙ୍କ ସହ ଦାଦା  ଗୁରୁତର ହୋଇପଡ଼ିଛନ୍ତି। ସେପଟେ ଖବର ପାଇ ଆସିକା ପୋଲି

ପ୍ରେମିକର ପରିବାରକୁ ଆକ୍ରମଣ ପାଇଁ ପ୍ରେମିକାର ସୁପାରି ! ଗୁରୁତର ଅବସ୍ଥାରେ ୪ ଜଣକୁ ମେଡିକାଲରେ ଭର୍ତ୍ତି

ଆସିକା: ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଗୋଟିଏ ପରିବାରର ଚାରି ଜଣଙ୍କୁ ଆକ୍ରମଣ। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଖଣ୍ଡଦେଉଳି ପଞ୍ଚାୟତ କେ. ଭରତପଲ୍ଲୀ ଗ୍ରାମରେ। ଶୁକ୍ରବାର ସନ୍ଧ୍ୟାରେ ୫-୬ ଜଣ ଯୁବକ ବାଇକରେ ଆସି ପ୍ରେମିକ ତାଙ୍କ ପରିବାର ଲୋକଙ୍କୁ ମରଣାତ୍ମକ ଆକ୍ରମଣ କରିଛନ୍ତି। ଏଥିରେ ପ୍ରେମିକ ଓ ତାଙ୍କ ଦୁଇ ଭାଇ ସହ ଦାଦା  ଗୁରୁତର ହୋଇପଡ଼ିଛନ୍ତି। ଗୁରୁତରଙ୍କୁ ଆସିକା ମେଡିକାଲରେ ଭର୍ତ୍ତି କରାଯାଇଛି l 

ସୂଚନା ଅନୁଯାୟୀ, କେ. ଭରତପଲ୍ଲୀ ଗ୍ରାମର ଚିତ୍ରସେନ ମଲ୍ଲିକ ନାମକ ଜଣେ ଯୁବକ ଦୀର୍ଘ ପାଞ୍ଚ ବର୍ଷ ଧରି ପାଟପୁର ଥାନା ଅନ୍ତର୍ଗତ ରାଣୀକୋଟର ଜଣେ ଯୁବତୀକୁ ପ୍ରେମ କରୁଥିଲେ। ସଂପୃକ୍ତ ଯୁବକ ଜଣଙ୍କ ଯୁବତୀଙ୍କ ସହ ବ୍ରହ୍ମପୁରରେ ଲିଭଇନ୍ ରିଲେସନ ରହିଥିବା ସମୟରେ ତାଙ୍କର ପଢାଖର୍ଚ୍ଚ ଠାରୁ ଆରମ୍ଭ କରି ସମସ୍ତ ଖର୍ଚ୍ଚ ବହନ କରୁଥିଲେ।

ହେଲେ ଯୁବତୀ ଜଣକ ଗତ କିଛି ମାସ ତଳେ ଶେରଗଡ଼ ବ୍ଲକ କୁରୂଳା ପଞ୍ଚାୟତରେ ପିଇଓ ଭାବେ ନିଯୁକ୍ତି ପାଇବା ପରେ ତାଙ୍କ ଠାରୁ ଦୂରେଇ ଯାଇଥିବା ଅଭିଯୋଗ କରିଛନ୍ତି ଚିତ୍ରସେନ। ସେ ଆହୁରି କହିଛନ୍ତି, ପ୍ରେମିକା ତାଙ୍କୁ ବିବାହ କରିବାକୁ ଚାହୁଁନଥିଲେ। ଏଥିପାଇଁ କିଛି ଯୁବକଙ୍କୁ ସୁପାରି ଦେଇ ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ଆକ୍ରମଣ କରିଛନ୍ତି। ଏଥିରେ ଚିତ୍ରସେନ ଓ ତାଙ୍କ ଦୁଇ ଭାଇଙ୍କ ସହ ଦାଦା  ଗୁରୁତର ହୋଇପଡ଼ିଛନ୍ତି। 

ସେପଟେ ଖବର ପାଇ ଆସିକା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଆସିକା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲା। ପରେ ଗୁରୁତର ଅବସ୍ଥାରେ ଦୁଇଭାଇ ନିରଞ୍ଜନ ମଲ୍ଲିକ ଓ ଲକ୍ଷ୍ମଣ ମଲ୍ଲିକଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l