ପ୍ରେମିକାଙ୍କୁ କରିଥିଲେ ବଳାତ୍କାର: ବନ୍ଧା ହେଲେ ପ୍ରେମିକ

ତିହିଡ଼ି,୧୭।୬(ସଞ୍ଜିତ ବଳ): ବିବାହର ପ୍ରତିଶ୍ରୁତି ଦେଇ ପ୍ରେମିକାକୁ ବଳାତ୍କାର କରିବା ଅଭିଯୋଗରେ ମଙ୍ଗଳବାର ପ୍ରେମିକକୁ ଗିରଫ କରିଛି ପୋଲିସ l ତିହିଡ଼ି ବ୍ଲକ ପୀରହାଟ ଥାନା ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଞ୍ଚଳର ପ୍ରେମିକାଙ୍କ ବାପାଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା(ନଂ.୧୫୫/୨୫) ରୁଜୁ କରି ଏହି ପଦକ୍ଷେପ ନେଇଛି l ଗିରଫ ପ୍ରେମିକ ଜଣକ ହେଉଛନ୍ତି ରଶ୍ମିରଞ୍ଜନ ମଲିକ। ତାଙ୍କ ଘର ଧୂଷୁରୀ ଥାନା ଅଧୀନ ଦୋହରାପାଟଣା ଗ୍ରାମରେ। ମିଳିଥିବା ସୂଚନା ମୁତାବକ ରଶ୍ମିରଞ୍ଜନ ବର୍ଷେ ହେଲା ଯୁବତୀଙ୍କ […] The post ପ୍ରେମିକାଙ୍କୁ କରିଥିଲେ ବଳାତ୍କାର: ବନ୍ଧା ହେଲେ ପ୍ରେମିକ appeared first on Dharitri Odia News.

ପ୍ରେମିକାଙ୍କୁ କରିଥିଲେ ବଳାତ୍କାର: ବନ୍ଧା ହେଲେ ପ୍ରେମିକ

ତିହିଡ଼ି,୧୭।୬(ସଞ୍ଜିତ ବଳ): ବିବାହର ପ୍ରତିଶ୍ରୁତି ଦେଇ ପ୍ରେମିକାକୁ ବଳାତ୍କାର କରିବା ଅଭିଯୋଗରେ ମଙ୍ଗଳବାର ପ୍ରେମିକକୁ ଗିରଫ କରିଛି ପୋଲିସ l ତିହିଡ଼ି ବ୍ଲକ ପୀରହାଟ ଥାନା ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଞ୍ଚଳର ପ୍ରେମିକାଙ୍କ ବାପାଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା(ନଂ.୧୫୫/୨୫) ରୁଜୁ କରି ଏହି ପଦକ୍ଷେପ ନେଇଛି l ଗିରଫ ପ୍ରେମିକ ଜଣକ ହେଉଛନ୍ତି ରଶ୍ମିରଞ୍ଜନ ମଲିକ। ତାଙ୍କ ଘର ଧୂଷୁରୀ ଥାନା ଅଧୀନ ଦୋହରାପାଟଣା ଗ୍ରାମରେ।

ମିଳିଥିବା ସୂଚନା ମୁତାବକ ରଶ୍ମିରଞ୍ଜନ ବର୍ଷେ ହେଲା ଯୁବତୀଙ୍କ ସହ ପ୍ରେମ ସମ୍ପର୍କରେ ରହିଥିଲେ। ଏପରିକି ରଶ୍ମିରଞ୍ଜନ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବିଭିନ୍ନ ସମୟରେ ଶାରୀରିକ ସମ୍ପର୍କ ରଖିଥିଲେ l

ହେଲେ କିଛିଦିନ ହେଲା ରଶ୍ମିରଞ୍ଜନ ବିବାହ କରିବାକୁ ଯୁବତୀଙ୍କୁ ମନା କରିଦେଇଥିଲେ। ଫଳରେ ଯୁବତୀ ଜଣକ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ। ଏନେଇ ଯୁବତୀଙ୍କ ବାପା ସୋମବାର ଥାନାର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଥିଲେ l ଅଭିଯୋଗକୁ ଭତ୍ତି କରି ପୋଲିସ ତଦନ୍ତ ପରେ ପ୍ରେମିକଙ୍କୁ ଗିରଫ କରିଛି। ପୋଲିସ ଯୁବତୀଙ୍କ ଡାକ୍ତରୀ ମାଇନା କରିଥିବା ସୂଚନା ମିଳିଛି।

The post ପ୍ରେମିକାଙ୍କୁ କରିଥିଲେ ବଳାତ୍କାର: ବନ୍ଧା ହେଲେ ପ୍ରେମିକ appeared first on Dharitri Odia News.