ଆଗକୁ ବଢ଼ିବ ଶୀତ, ଖୋଜାହେବ କମ୍ବଳ,କନ୍ଥା
ଭୁବନେଶ୍ୱର,୧୧।୧୧: ଉପକୂଳ ଓଡ଼ିଶା ସହ କିଛି ଜାଗାରେ ହାଲୁକା ବର୍ଷା ସମ୍ଭାବନା ରହିଛି। ଉପକୂଳ ଓ ମୟୂରଭଞ୍ଜ, କେନ୍ଦୁଝରରେ ହାଲୁକା ବର୍ଷା ସମ୍ଭାବନା ପାଣିପାଗ ବିଭାଗ ସତର୍କ କରାଇଛି। ଅନ୍ୟପକ୍ଷେ ପାଗ ବଦଳୁଛି । ୧୫ ତାରିଖ ଅର୍ଥାତ କାର୍ତ୍ତିକ ପୂର୍ଣ୍ଣିମାଠାରୁ ରାଜ୍ୟର ଶୀତର ପ୍ରକୋପ ବିଢ଼ିବାର ସମ୍ଭାବନା ରହିଛି। ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବା ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗକେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ବିଳମ୍ବିତ […] The post ଆଗକୁ ବଢ଼ିବ ଶୀତ, ଖୋଜାହେବ କମ୍ବଳ,କନ୍ଥା appeared first on Dharitri Odia News.
ଭୁବନେଶ୍ୱର,୧୧।୧୧: ଉପକୂଳ ଓଡ଼ିଶା ସହ କିଛି ଜାଗାରେ ହାଲୁକା ବର୍ଷା ସମ୍ଭାବନା ରହିଛି। ଉପକୂଳ ଓ ମୟୂରଭଞ୍ଜ, କେନ୍ଦୁଝରରେ ହାଲୁକା ବର୍ଷା ସମ୍ଭାବନା ପାଣିପାଗ ବିଭାଗ ସତର୍କ କରାଇଛି। ଅନ୍ୟପକ୍ଷେ ପାଗ ବଦଳୁଛି । ୧୫ ତାରିଖ ଅର୍ଥାତ କାର୍ତ୍ତିକ ପୂର୍ଣ୍ଣିମାଠାରୁ ରାଜ୍ୟର ଶୀତର ପ୍ରକୋପ ବିଢ଼ିବାର ସମ୍ଭାବନା ରହିଛି। ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବା ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗକେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ତେବେ ବିଳମ୍ବିତ ରାତିରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ସାମାନ୍ୟ କୁହୁଡି ଦେଖିବାକୁ ମିଳୁଥିବା ବେଳେ ଶୀତ ଅନୁଭୂତ ହେଉଛି। ଭୋରୁ ଶୀତ ପଡ଼ୁଥିବା ଦେଖିବାକୁ ମିଳିଛି। ଆସନ୍ତା ୧୫ ତାରିଖରେ କାର୍ତ୍ତିକ ପୂର୍ଣ୍ଣମା ପଡୁଛି। ତା’ପରଠାରୁ ଶୀତର ପ୍ରକୋପ ବଢ଼ିବ। ଲୋକେ କମ୍ବଳ, କନ୍ଥା ଖୋଜିବେ ବୋଲି ଚର୍ଚ୍ଚା ହେଉଛି।
The post ଆଗକୁ ବଢ଼ିବ ଶୀତ, ଖୋଜାହେବ କମ୍ବଳ,କନ୍ଥା appeared first on Dharitri Odia News.