ହଠାତ୍‌ କାର୍‌ ଡ୍ରାଇଭର୍‌ଙ୍କ ଆଖି ଲାଗିଗଲା: ସେତେବେଳକୁ ସବୁକିଛି…

ଆସିକା,୧୬।୭: ଗଞ୍ଜାମ ଜିଲା ଆସିକା କୋଟିନଡ଼ା ଥାନା ଅନ୍ତର୍ଗତ କୋଟିନଡ଼ା ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି l ଭାରସାମ୍ୟ ହରାଇ ଦୋକାନ କାନ୍ଥରେ ପିଟି ହୋଇଛି କାର୍‌। ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ହେଲେ ୬୦ ବର୍ଷୀୟ ଧୋବା ମହାନ୍ତି l ସୂଚନା ଅନୁସାରେ ଗତ କାଲି ବିଳମ୍ବିତ ରାତ୍ରରେ ଧୋବା ମହାନ୍ତି ଓ ତାଙ୍କ ଡ୍ରାଇଭରଙ୍କ ସମେତ ତିନି ପରିବାର ସଦସ୍ୟ ଗୋଟିଏ […] The post ହଠାତ୍‌ କାର୍‌ ଡ୍ରାଇଭର୍‌ଙ୍କ ଆଖି ଲାଗିଗଲା: ସେତେବେଳକୁ ସବୁକିଛି… appeared first on Dharitri Odia News.

ହଠାତ୍‌ କାର୍‌ ଡ୍ରାଇଭର୍‌ଙ୍କ ଆଖି ଲାଗିଗଲା: ସେତେବେଳକୁ ସବୁକିଛି…

ଆସିକା,୧୬।୭: ଗଞ୍ଜାମ ଜିଲା ଆସିକା କୋଟିନଡ଼ା ଥାନା ଅନ୍ତର୍ଗତ କୋଟିନଡ଼ା ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି l ଭାରସାମ୍ୟ ହରାଇ ଦୋକାନ କାନ୍ଥରେ ପିଟି ହୋଇଛି କାର୍‌। ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ହେଲେ ୬୦ ବର୍ଷୀୟ ଧୋବା ମହାନ୍ତି l
ସୂଚନା ଅନୁସାରେ ଗତ କାଲି ବିଳମ୍ବିତ ରାତ୍ରରେ ଧୋବା ମହାନ୍ତି ଓ ତାଙ୍କ ଡ୍ରାଇଭରଙ୍କ ସମେତ ତିନି ପରିବାର ସଦସ୍ୟ ଗୋଟିଏ ମାରୁତି ସୁଜୁକି କାର ମାଧ୍ୟମରେ ସମ୍ବଲପୁରରୁ ନିଜ ଘର ପଥରାକୁ ଫେରୁଥିବାବେଳେ
ବାଟରେ ଡ୍ରାଇଭର ଆଖି ଲାଖି ଯିବାରୁ କୋଟିନଡ଼ା ଛକଠାରେ ଥିବା ଗୋଟିଏ ଦୋକାନ କାନ୍ଥରେ କାରଟି ପିଟି ହୋଇ ଯାଇଥିଲା l
ଘଟଣାସ୍ଥଳରେ ୬୦ ବର୍ଷୀୟ ଧୋବା ମହାନ୍ତିଙ୍କ ମୃତ୍ୟୁୁ ହୋଇଥିବା ବେଳେ ଡ୍ରାଇଭର କାର୍ତ୍ତିକ ମହାନ୍ତିଙ୍କ ସମେତ ପରିବାରର ତିନି ସଦସ୍ୟ ଧୀରେନ୍ଦ୍ର ସ୍ବାଇଁ ,ସୁନିତା ସ୍ବାଇଁ ଓ ଦିବ୍ୟ ଶଙ୍କର ସ୍ବାଇଁ ଗୁରୁତର ହୋଇଥିଲେ l ଖବର ପାଇ ଘଟଣା ସ୍ଥଳରେ କୋଟିନଡା ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ କାର ଭିତରେ ଥିବା ଚାରି ଗୁରୁତରଙ୍କୁ ଉଦ୍ଧାର କରି ଆସିକା ମେଡିକାଲରେ ଭର୍ତ୍ତି କରିଥିଲେ l ଗୁରୁତରଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର MKCG ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବାବେଳେ କୋଟିନଡା ପୋଲିସ ଘଟଣାର ତଦନ୍ତ କରୁଛି I

The post ହଠାତ୍‌ କାର୍‌ ଡ୍ରାଇଭର୍‌ଙ୍କ ଆଖି ଲାଗିଗଲା: ସେତେବେଳକୁ ସବୁକିଛି… appeared first on Dharitri Odia News.