ମେଷ

ଆଜି ପ୍ରଶାସନିକ ସଫଳତା, ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ ସହ ସମ୍ମାନଜନକ ସ୍ଥିତିରେ ରହିବେ। କୃତିକା ନକ୍ଷତ୍ର ବନ୍ଧୁଙ୍କ ଅନୁରୋଧରେ ନୂତନ ସ୍ଥାନ ବୁଲିଯିବାର ସମ୍ଭାବନା ରହିଛି। ସଭାସମତିରେ, ଆନୁଷ୍ଠାନିକ କାମରେ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ। ଅଧ୍ୟାପନା, ରଚନାମତ୍କ କାର୍ଯ୍ୟ, ନୃତ୍ୟ, ସଙ୍ଗୀତାଦି କ୍ଷେତ୍ରରୁ ପ୍ରଶଂସା ମିଳିବ।
ବୃଷ

ମୃଗଶିରା ନକ୍ଷତ୍ର ଗୁଡାଏ ଭାବନାକୁ ନେଇ ବ୍ୟସ୍ତ ହେବେ କିନ୍ତୁ କିଛି ଅସୁବିଧା ହେବ ନାହିଁ। ଆଜି ବିବାଦୀୟ ଘଟଣାରେ ନୀରବତା ଅବଲମ୍ବନ କରିବା ଭଲ । ଯେତେ ପାଇଲେ ମଧ୍ୟ ଅଭାବ ଲାଗି ରହିବା କାରଣରୁ ହାତସବୁବେଳେ ଖାଲି ରହିବ। ପରିବାରରେ ଅଯଥା କଳହରୁ ଦୂରେଇ ରହିବା ଭଲ ନତୁବା ଅଶାନ୍ତ ରହିପାରନ୍ତି।
ମିଥୁନ

ଆଜି ଯେମିତି ଯାହା ଚିନ୍ତା କରିବେ ତଦନୁସାରେ କୈାଣସି କାମରେ ଅଟକିବେ ନାହିଁ। ମାତ୍ର ଆରଦ୍ରା ନକ୍ଷତ୍ର ପାଇଁ ବନ୍ଧୁଙ୍କ ସମ୍ପର୍କକୁ ଅନ୍ୟମାନେ ଖରାପ ଦୃଷ୍ଟିରେ ଦେଖିପାରନ୍ତି। ସ୍ବାସ୍ଥ୍ୟରେ ଉନ୍ନତି ହେବ ଏବଂ ତ୍ୟାଗପୂତ ମନୋଭାବରୁ ସାମାଜିକ ସ୍ତରରେ ପ୍ରତିଷ୍ଠିତ ହେବେ। ଧାତୁଅଳଙ୍କାର, ଔଷଧ ପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି।
କର୍କଟ

ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ସମ୍ଭାବନା ରହିଛି। ଅନ୍ୟମନସ୍କ କିମ୍ବା ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନୀ ଘଟିପାରେ। ଗତକାଲିର ଆଲୋଚନା ଅନୁଯାୟୀ ଆଜିର କାର୍ଯ୍ୟରେ ହାତ ଦେଇ କୃତକାର୍ଯ୍ୟ ହେବେ। ଅଶ୍ଳେଷାର ମନର ବଳ ଟାଣ ରହିବ ଏବଂ ନିଜ ଜିଦ୍ରେ ଅଟଳ ରହି କାମ ହାସଲ କରିବେ।
ସି˚ହ

ଆଜିର ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାପାଇଁ ସମର୍ଥ ହେବେ। ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ନଷ୍ଟ ହୋଇପାରେ। ଉତରାଫାଲଗୁନୀ ନକ୍ଷତ୍ରର ପ୍ରଶାସନିକ ସ୍ତରରେ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇବ। କଳା, ସାହିତ୍ୟ, ସଙ୍ଗୀତ ଓ କ୍ରୀଡା କ୍ଷେତ୍ରରୁ ସୁନାମ ଅର୍ଜନ କରିବେ।
କନ୍ୟା

ଲାଭାଧିପତି କର୍ମସ୍ଥାନରେ ଥିବାରୁ ଅର୍ଥ, ସମ୍ମାନ, କାର୍ଯ୍ୟାରମ୍ଭରେ ଅନୁକୂଳ ବାତାବରଣ ସୃଷ୍ଟି କରିବେ। ହଠାତ୍ ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବାରେ ଜଣେ ବ୍ୟକ୍ତି ସାହାଯ୍ୟ କରିପାରନ୍ତି। ସାଧାରଣ କଥାକୁ କେନ୍ଦ୍ରକରି ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖାଦେବ। ଆନୁଷ୍ଠାନିକ କାମ, ସାହିତ୍ୟ, କଳା କ୍ଷେତ୍ରରେ ଉଚ୍ଚ ପ୍ରଶଂସା ପାଇବେ।
ତୁଳା

କର୍ମାଧିପତି ଭାଗ୍ୟସ୍ଥାନରେ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଅବଶ୍ୟମ୍ଭାବୀ। ଭାବପ୍ରବଣତା କିମ୍ବା ଅନ୍ୟମନସ୍କତା କାରଣରୁ କେତେକ ଭୂଲ୍ କରିପାରନ୍ତି। ସ୍ବାତୀ ନକ୍ଷତ୍ରର ଦୈହିକସ୍ବାସ୍ଥ୍ୟ ଅପରିବର୍ତିତ ରହିବ ଓ କାମ ସୁବିଧାରେ ସମ୍ପନ୍ନ ହୋଇପାରିବ। ଅସମର୍ଥିତ ଶତ୍ରରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।
ବିଛା

ସାମାଜିକ ସ୍ତରରେ ଅନ୍ୟମାନଙ୍କ କାର୍ଯ୍ୟକଳାପ ନିଜପାଇଁ ଅସନ୍ତୋଷ ସୃଷ୍ଟି କରିପାରେ। ଅନୁରାଧା ନକ୍ଷତ୍ରର ପାରିବାରିକ ସମସ୍ୟା ଉଣା ହେବା ବଦଳରେ କ୍ରମଶଃ ବୃଦ୍ଧି ପାଇବ। ଅଯଥା ରାଗି ଅନ୍ୟମାନଙ୍କ ସହ ଥିବା ସମ୍ପର୍କକୁ ଖରାପ କଲାଭଳି କାମ କରନ୍ତୁ ନାହିଁ। ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନୀ ଘଟିପାରେ।
ଧନୁ

ଉତରାଷାଢା ନକ୍ଷତ୍ରର ଅର୍ଥାଭାବ ଯୋଗୁ କେତେକ କାମ ଅସମ୍ପୂର୍ଣ୍ଣ ରହିପାରେ। ପାରିବାରିିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବାର ସମ୍ଭାବନା ରହିଛି। ପରିବହନ କ୍ଷେତ୍ରରେ ସମସ୍ୟାର ସମାଧାନ କୈାଣସି ସହୃଦୟବ୍ୟକ୍ତିଙ୍କ ଦ୍ୱାରା ହୋଇପାରେ। ଆଲୋଚନା ପରିସରରେ ବନ୍ଧୁଙ୍କ ପକ୍ଷପାତିତା ମନରେ ଅନ୍ତଦ୍ଦର୍ବନ୍ଦ୍ୱ ସୃଷ୍ଟି କରିପାରେ।
ମକର

ମୁଖଭାବସ୍ଥ ଶନି ଓ ମଙ୍ଗଳ କଠୋର ବାକ୍ୟାଳାପ ସଙ୍ଗକୁ ମନକୁ ବିକ୍ଷିପ୍ତ ଭାବନାରେ ଅସ୍ଥିର କରାଇବ। ପାରିବାରିକ କ୍ଷେତ୍ରରେ ବ୍ୟତିକ୍ରମ ଆଶଙ୍କା ରହିଛି। ପରିବହନ, ନିର୍ମାଣ, ପ୍ରଶାସନିକ କ୍ଷେତ୍ରରେ, ଶିକ୍ଷାରେ ସଫଳତା ଲାଭ କରିବେ। ଉତରାଷାଢା ନକ୍ଷତ୍ରକୁ ଆନୁଷ୍ଠାନିକ କାମ କିମ୍ବା ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ମିଳିବ।
କୁମ୍ଭ

ମଙ୍ଗଳ ଜନିତ ମସ୍ତିସ୍କ ଉତେଜନାପୂର୍ଣ୍ଣ ରହିଥିବାରୁ ଆଲୋଚନା ସମୟରେ ଅପ୍ରିୟ ସତ୍ୟ କଥା ବନ୍ଧୁଙ୍କ ମନରେ ଦୁଃଖ ଦେଇପାରେ। ହଠାତ୍ ଦୂର ଯାତ୍ରା କରିବା ପାଇଁ ମନ ବଳାଇବେ। ପରିବାରରେ ପିଲାଙ୍କ ଅଭିଯୋଗକୁ ଗୁରୁତର ସହ ବିଚାର କରନ୍ତୁ। ପୂର୍ବଭାଦ୍ରବ ନକ୍ଷତ୍ର ସକାଶେ ପୁରାତନ ରୋଗର ପ୍ରାଦୁର୍ଭାବ ବୃଦ୍ଧି ପାଇପାରେ।
ମୀନ
ଉଚ୍ଚସ୍ଥ ଶୁକ୍ରଙ୍କ ସୁପ୍ରଭାବରୁ ହସ,ଖୁସୀ,ଆନନ୍ଦ ମଧ୍ୟରେ ଦିନଟି ଅତିବାହିତ ହେବ। ନିକଟ ଅତୀତରେ କାମ ହାସଲ ପାଇଁ ବନ୍ଧୁଙ୍କ ନିକଟରୁ ପ୍ରତିଶ୍ରୁତି ପାଇ ଆଶ୍ୱସ୍ତି ଅନୁଭବ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ। ବହୁତ ଦିନରୁ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ।
The post ରାଶିଫଳ: ସୋମବାର, ଏପ୍ରିଲ ୧୫ ତାରିଖ – Daily Horoscope appeared first on Dharitri Odia News.