ତାତିରୁ ବର୍ତ୍ତିବା ପାଇଁ ସ୍କୁଲରେ ଅଭିନବ ଉପାୟ: କ୍ଲାସ୍ ରୁମ୍କୁ କରିଦେଲେ ସୁଇମିଂ ପୁଲ୍
ଲକ୍ଷ୍ନୌ: ତାତିରେ ସିଝୁଛି ଅଧା ଭାରତ। ଉତ୍ତର ପ୍ରଦେଶରେ ତାପମାତ୍ରା ୪୦ ଡିଗ୍ରୀ ପହଞ୍ଚିବା ପରେ ଅସହ୍ୟ ହୋଇପଡ଼ିଛି ଜନଜୀବନ। ତେବେ ଏଭଳି ଗରମକୁ ମୁକାବିଲା କରିବାକୁ ଯାଇ କନ୍ନୌଜର ଏକ ସ୍କୁଲରେ ଥିବା ଶ୍ରେଣୀଗୃହକୁ ସୁଇମିଂ ପୁଲରେ ପରିଣତ କରିଛନ୍ତି। ମହସୁନାପୁର ଗାଁର ଏକ ପ୍ରାଥମିକ ବିଦ୍ୟାଳୟରେ ଅନେକ ଛାତ୍ର ଶ୍ରେଣୀଗୃହରେ କୃତ୍ରିମ ସୁଇମିଂ ପୁଲ ତିଆରି କରି ଖେଳୁଥିବା ଦେଖିବାକୁ ମିଳିଥିଲା। ଯାହା ଦୁଇ ଫୁଟର ପାଣି ଟାଙ୍କି ପରି ଦେଖାଯାଉଛି। In UP's Kannauj, a classroom at a government primary school was turned into a swimming pool for students. As per school authorities, this was done to maintain attendance of students who were missing on school due to crop harvest and heat wave. pic.twitter.com/qhYVyGehOl— Piyush Rai (@Benarasiyaa) April 30, 2024ସ୍କୁଲ ପ୍ରଧାନଶିକ୍ଷକ କହିଛନ୍ତି- କିଛି ସମୟ ଧରି ପାରଦ 38 ରୁ 40 ଡିଗ୍ରୀ ସେଲସିୟସ ମଧ୍ୟରେ ଥିଲା। ସେଥିପାଇଁ ସ୍କୁଲକୁ କମ୍ ପିଲା ଆସୁଛନ୍ତି। କିନ୍ତୁ ସ୍କୁଲର ଗୋଟିଏ ରୁମରେ ଏପରି ସୁଇମିଂ ପୁଲ୍ କରିବା ଦ୍ୱାରା ଛାତ୍ରଛାତ୍ରୀମାନେ ସ୍କୁଲ ଆସିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ସେପଟେ ଭୀଷଣ ଗ୍ରୀଷ୍ମ ପ୍ରବାହ ନେଇ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
ଲକ୍ଷ୍ନୌ: ତାତିରେ ସିଝୁଛି ଅଧା ଭାରତ। ଉତ୍ତର ପ୍ରଦେଶରେ ତାପମାତ୍ରା ୪୦ ଡିଗ୍ରୀ ପହଞ୍ଚିବା ପରେ ଅସହ୍ୟ ହୋଇପଡ଼ିଛି ଜନଜୀବନ। ତେବେ ଏଭଳି ଗରମକୁ ମୁକାବିଲା କରିବାକୁ ଯାଇ କନ୍ନୌଜର ଏକ ସ୍କୁଲରେ ଥିବା ଶ୍ରେଣୀଗୃହକୁ ସୁଇମିଂ ପୁଲରେ ପରିଣତ କରିଛନ୍ତି।
ମହସୁନାପୁର ଗାଁର ଏକ ପ୍ରାଥମିକ ବିଦ୍ୟାଳୟରେ ଅନେକ ଛାତ୍ର ଶ୍ରେଣୀଗୃହରେ କୃତ୍ରିମ ସୁଇମିଂ ପୁଲ ତିଆରି କରି ଖେଳୁଥିବା ଦେଖିବାକୁ ମିଳିଥିଲା। ଯାହା ଦୁଇ ଫୁଟର ପାଣି ଟାଙ୍କି ପରି ଦେଖାଯାଉଛି।
In UP's Kannauj, a classroom at a government primary school was turned into a swimming pool for students. As per school authorities, this was done to maintain attendance of students who were missing on school due to crop harvest and heat wave. pic.twitter.com/qhYVyGehOl— Piyush Rai (@Benarasiyaa) April 30, 2024
ସ୍କୁଲ ପ୍ରଧାନଶିକ୍ଷକ କହିଛନ୍ତି- କିଛି ସମୟ ଧରି ପାରଦ 38 ରୁ 40 ଡିଗ୍ରୀ ସେଲସିୟସ ମଧ୍ୟରେ ଥିଲା। ସେଥିପାଇଁ ସ୍କୁଲକୁ କମ୍ ପିଲା ଆସୁଛନ୍ତି। କିନ୍ତୁ ସ୍କୁଲର ଗୋଟିଏ ରୁମରେ ଏପରି ସୁଇମିଂ ପୁଲ୍ କରିବା ଦ୍ୱାରା ଛାତ୍ରଛାତ୍ରୀମାନେ ସ୍କୁଲ ଆସିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ସେପଟେ ଭୀଷଣ ଗ୍ରୀଷ୍ମ ପ୍ରବାହ ନେଇ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।